ଟିମ ଇଣ୍ଡିଆର ସଲାମ ; ଅଭିନନ୍ଦନଙ୍କ ନାମରେ ପ୍ରସ୍ତୁତ ହେଲା ଜର୍ସି

0

ନୂଆଦିଲ୍ଲୀ : ପାକିସ୍ତାନରେ ନିଜର ବୀରତ୍ୱ ପ୍ରଦର୍ଶନ କରି ଭାରତକୁ ଫେରିଛନ୍ତି ବାୟୁସେନା ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଥମାନ। ଶୁକ୍ରବାର ରାତି ୯.୨୧ମିନିଟ ସମୟରେ ଅଭିନନ୍ଦନ ୱାଘା-ଅଟାରୀ ସୀମା ଦେଇ ଭାରତରେ ପାଦ ଥାପିଥିଲେ। ତାଙ୍କର ଆଗମନକୁ ସମଗ୍ର ଦେଶବାସୀ ଚାହିଁ ବସିଥିଲେ। ତାଙ୍କର ଏହି ବୀରତ୍ୱ ଗାଥାକୁ କିପରି ବା ଭାରତୀୟ କ୍ରିକେଟ ଦଳ ସ୍ୱାଗତ ନ କରିବ। ଏଥି ପାଇଁ ବିସିସିଆଇ ପକ୍ଷରୁ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ନାମ ଲେଖାଥିବା ଏକ ଜର୍ସି ଜାରି କରିଛି। ଏହି ଜର୍ସିର ନମ୍ବର ୧ ରହିଛି।
ସୂଚନାଯୋଗ୍ୟ ଯେ ଶୁକ୍ରବାର ବିଶ୍ୱକପ ପାଇଁ ଭାରତୀୟ କ୍ରିକେଟ ଦଳ ଖେଳାଳିଙ୍କ ପାଇଁ ଜର୍ସି ଲଞ୍ଚ କରାଯାଇଛି। ଏହି ସମୟରେ ଅଭିନନ୍ଦନଙ୍କ ନାମ ଥିବା ଏକ ଜର୍ସି ପ୍ରସ୍ତୁତ କରାଯାଇଛି। ଏହା ପରଠାରୁ ୧ ନମ୍ବର ଜର୍ସି ଅନ୍ୟ କୌଣସି ଖେଳାଳିକୁ ଦିଆଯିବ ନାହିଁ ବୋଲି କୁହାଯାଇଛି। ଏହାସହ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ମଧ୍ୟ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଭାରତ ପ୍ରତ୍ୟାବର୍ତ୍ତନକୁ ସ୍ୱାଗତ କରିବା ସହ ଆପଣଙ୍କ ବୀରତ୍ୱକୁ ସଲାମ ବୋଲି ଟୁଇଟ କରିଥିଲେ। କେବଳ ବିରାଟ କୋହଲି ନୁହନ୍ତି ବହୁ ଭାରତୀୟ ଖେଳାଳି ଏହାର ସ୍ୱାଗତ କରିବା ସହ ଅଭିନନ୍ଦନଙ୍କ ବୀରତ୍ୱକୁ ପ୍ରଶଂସା କରିଛନ୍ତି।

kalyan agarbati
Leave A Reply