www.samajalive.in
Saturday, December 6, 2025
15.1 C
Bhubaneswar

ନୂଆ ମନୋନୟନକାରୀ ନିଯୁକ୍ତି ପାଇଁ ବିଜ୍ଞାପନ ଦେଲା ବିସିସିଆଇ; କିଏ ହେବେ ବିଦା?

ନୂଆଦିଲ୍ଲୀ: ବିସିସିଆଇ ଜାତୀୟ ବରିଷ୍ଠ ପୁରୁଷ ମନୋନୟନ କମିଟିରେ ଏବେ ୫ ଜଣ ସଦସ୍ୟ ଅଛନ୍ତି। କାହାରି କାର୍ଯ୍ୟକାଳ ମଧ୍ୟ ପୂରଣ ହୋଇନାହିଁ। ଏହାସତ୍ତ୍ବେ ଜଣେ ମନୋନୟନକାରୀ ନିଯୁକ୍ତି ଲାଗି ବିସିସିଆଇ ତା’ର ୱେବ୍‌ସାଇଟ୍‌ରେ ବିଜ୍ଞାପନ ଦେଇଛି। ଜାନୁଆରୀ ୨୫ ସନ୍ଧ୍ୟା ୬ଟା ସୁଦ୍ଧା ଆବେଦନ କରିବାକୁ କୁହାଯାଇଛି। ଏହାର ଅର୍ଥ ହେଉଛି ବରିଷ୍ଠ ପୁରୁଷ ମନୋନୟନ କମିଟିରେ ଥିବା ୫ ସଦସ୍ୟଙ୍କ ମଧ୍ୟରୁ ଜଣେ ବିଦାହେବେ। ହେଲେ ସେ ଜଣକ କିଏ? ଗତ ଜୁଲାଇରେ ବରିଷ୍ଠ ପୁରୁଷ ମନୋନୟନ କମିଟିର ଅଧ୍ୟକ୍ଷ ଥିବା ଚେଚନ ଶର୍ମା ବିଦାୟ ନେବା ପରେ ତାଙ୍କ ସ୍ଥାନ​‌ରେ ଅଜିତ ଅଗରକର ଅଧ୍ୟକ୍ଷ ନିଯୁକ୍ତ ହୋଇଥିଲେ। ୫ ଜଣଙ୍କ ମଧ୍ୟରେ ସର୍ବାଧିକ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଥିବାରୁ ଅଗରକର ଅଧ୍ୟକ୍ଷ ଦାୟିତ୍ବ ପାଇଥିଲେ। ଅଗରକର ପଶ୍ଚିମାଞ୍ଚଳକୁ ପ୍ରତିନିଧିତ୍ବ କରୁଛନ୍ତି। ହେଲେ କମିଟିରେ ଥିବା ସଲିଲ ଆଙ୍କୋଲା ଓ ଅଜିତ ଅଗରକର କେବଳ ପଶ୍ଚିମାଞ୍ଚଳ ନୁହେଁ, ମୁମ୍ବଇ କ୍ରିକେଟ୍‌ ଆସୋସିଏସନ୍‌ର ପ୍ରତିନିଧିତ୍ବ କରୁଛନ୍ତି। ତେଣୁ କମିଟିରେ ପଶ୍ଚିମାଞ୍ଚଳର ୨ ଜଣ ଥିବା ବେଳେ ଉତ୍ତରାଞ୍ଚଳର କୌଣସି ସଦସ୍ୟ ନାହାନ୍ତି। ଅନ୍ୟ ୩ ସଦସ୍ୟ ହେଲେ ଶିବସୁନ୍ଦର ଦାସ (ପୂର୍ବାଞ୍ଚଳ), ଏସ୍. ଶରତ (ଦକ୍ଷିଣାଞ୍ଚଳ) ଓ ସୁବ୍ରତ ବାନାର୍ଜୀ (କେନ୍ଦ୍ରାଞ୍ଚଳ)। ତେଣୁ ଅନୁମାନ କରାଯାଉଛି ଯେ ମୁମ୍ବଇର ପ୍ରତିନିଧିତ୍ବ କରୁଥିବା ଅଜିତ ଅଗରକର ଓ ସଲିଲ ଆଙ୍କୋଲାଙ୍କ ମଧ୍ୟରୁ ଜଣେ କମିଟିରୁ ବିଦାୟ ନେବେ। ଗତ ଜୁଲାଇରେ ୩ ଜଣିଆ କ୍ରିକେଟ୍‌ ପରାମର୍ଶଦାତା କମିଟି ଅଗରକରଙ୍କୁ ଅଧ୍ୟକ୍ଷ ନିଯୁକ୍ତ କରିଥିଲେ। ତେଣୁ ଏତେ ଜଲ୍‌ଦି ଅଗରକର କମିଟିରୁ ବାଦ୍‌ ପଡ଼ିବାର ସମ୍ଭାବନା କମ୍। ଫଳରେ ପୂର୍ବତନ ଫାଷ୍ଟବୋଲର ସଲିଲ ଆଙ୍କୋଲାଙ୍କ ସ୍ଥାନରେ ନୂଆ ମନୋନୟନକାରୀ ନିଯୁକ୍ତ ହୋଇପାରନ୍ତି। ପୁଣି ସେ ଉତ୍ତରାଞ୍ଚଳ ମଧ୍ୟ ହୋଇପାରନ୍ତି। ବର୍ତ୍ତମାନ ଥିବା ମନୋନୟନ କମିଟି ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ର ଟେଷ୍ଟ ଶୃଙ୍ଖଳାର ପ୍ରଥମ ୨ଟି ମ୍ୟାଚ୍‌ ପାଇଁ ଦଳ ଘୋଷଣା କରିସାରିଛି। ଏବେ ଜଣେ ନୂଆ ସଦସ୍ୟଙ୍କୁ ନେଇ ଗଠିତ ହେବାକୁ ଥିବା ମନୋନୟନ କମିଟି ବାକି ୩ଟି ଟେଷ୍ଟମ୍ୟାଚ୍‌ ପାଇଁ ଭାରତୀୟ ଦଳ ମନୋନୟନ କରିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories