www.samajalive.in
Sunday, December 7, 2025
23.1 C
Bhubaneswar

ଟ୍ରେନ ଭିତରେ ଏଫ୍‌ଆଇଆର ରୁଜୁ କରିପାରିବେ ଯାତ୍ରୀ

ଭୁବନେଶ୍ବର: ଆରପିଏଫ୍ ଏବଂ ଜିଆରପି ଦ୍ବାରା ପୂର୍ବତଟ ରେଳପଥ ମଧ୍ୟରେ ୧୦୦ ସ୍ବତନ୍ତ୍ର ଟ୍ରେନରେ ଏସ୍କରଟିଙ୍ଗ(ସୁରକ୍ଷା) ବ୍ୟବସ୍ଥା କରାଯିବ। ଗୁରୁତ୍ବ ପୂର୍ଣ୍ଣ ଟ୍ରେନରେ ଏସ୍କରଟିଙ୍ଗ ଷ୍ଟାଫ୍‌ଙ୍କ ପାଖରେ ଏଫଆଇଆର ଫର୍ମ ଉପଲବ୍ଧ ରହିବ। କୋଚ ନମ୍ବର ଏସ୍‌-୧ ବର୍ଥ ନମ୍ବର ୬୩ରେ ସୁରକ୍ଷା କର୍ମୀଙ୍କ ପାଇଁ ସ୍ଥିରୀକୃତ ହୋଇଛି। ଟ୍ରେନ ଯାତ୍ରୀମାନେ ଯାତ୍ରା ସମୟରେ କୌଣସି ସ୍ଥାନରେ ଏଫଆଇଆର ରୁଜୁ କରିପାରିବେ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

ଅଭିଯୋଗକାରୀଙ୍କ ଅଭିଯୋଗ ସମ୍ବନ୍ଧରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ। ଯାତ୍ରା ସମୟରେ ହଇରାଣ ନହେବାକୁ ସୁନିଶ୍ଚିତ କରିବାକୁ ରେଳବାଇ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଟ୍ରେନ ଯାତ୍ରା ସମୟରେ ଯାତ୍ରୀ ସେମାନଙ୍କ ଅଭିଯୋଗ ସମ୍ବନ୍ଧରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ପାଇଁ ଶୂନ୍ୟ ଏଫଆଇଆର ଦାଖଲ କରିବାକୁ ପଡିବ। ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ଅସୁରକ୍ଷିତ ତଥା ଚିହ୍ନିତ ଟ୍ରେନ ରୁଟ୍‌ରେ ଚଳାଚଳ କରୁଥିବା ଗୁରୁତ୍ବପୂର୍ଣ୍ଣ ଟ୍ରେନରେ ରେଳ ଯାତ୍ରୀଙ୍କ ସୁରକ୍ଷିତ ଯାତ୍ରା କରିବା ପାଇଁ ଟ୍ରେନ‌େ‌ର ଆରପିଏଫ ଏବଂ ଜିଆରପି ମୃତୟନ କରିବାକୁ ପଦକ୍ଷେପ ନିଆଯାଇଛି। ଏହି ପରିପ୍ରେକ୍ଷୀରେ ରେଳ ମନ୍ତ୍ରାଣାଳୟ ଜିଆରପି/ ଆରପିଏଫ କର୍ମଚାରୀଙ୍କୁ ଟ୍ରେନ ଏସ୍କକର୍ଟ କରିବା ପାଇଁ ଗୁରୁତ୍ବପୂର୍ଣ୍ଣ ମେଲ/ ଏକ୍ସପ୍ରେସ୍‌ ଟ୍ରେନରେ ସ୍ଲିପର କ୍ଲାସ୍‌ରେ ଏସ୍‌-୧ କୋଚ ବର୍ଥ ନମ୍ବର ୬୩କୁ ସ୍ଥିରୀକୃତ କରିବାକୁ ନିଷ୍ପତ୍ତି ହୋଇଛି। ଏହି ସୁବିଧା ଶତାଦ୍ଦୀ ଏକ୍ସପ୍ରେସ୍‌ ଏସ୍‌ସି ଚେୟାର କାର କୋଚରେ ଗୋଟିଏ ସିଟ୍‌ (କୋଚ୍‌ ନମ୍ବର ସି-୪ର ବର୍ଥ ନମ୍ବର ୧) ଏବଂ ରାଜଧାନୀ ଏକ୍ସପ୍ରେସ୍‌ର ପାନ୍ଟ୍ରି କାରରେ ଗୋଟିଏ ବର୍ଥକୁ ମଧ୍ୟ ସ୍ଥିରୀକୃତ କରାଯାଇଛି। ଯାତ୍ରୀଙ୍କୁ ଏଫଆଇଆର ଲଜ କରିବାକୁ ଆଉ ଯାତ୍ରା ଭଙ୍ଗ କରିବାକୁ ପଡିବ ନାହିଁ। ସାଧାରଣତଃ ଦେଖାଯାଏ ଯେ ଚୋରି କିମ୍ବା ଅନ୍ୟାନ୍ୟ ଅପରାଧିକ ଘଟଣାକୁ ରିପୋର୍ଟ ପଞ୍ଜୀକରଣ କରିବାକୁ ହେଲେ ଯାତ୍ରୀମାନେ ଯାତ୍ରା ସମୟରେ କୌଣସି ଷ୍ଟେସନରେ ଓହ୍ଲାଇବାକୁ ପଡିଥାଏ। ଯାତ୍ରୀମାନେ ଗନ୍ତବ୍ୟସ୍ଥଳରେ ପହଞ୍ଚି ଅଭିଯୋଗ ଦାଖଲ କରନ୍ତି। ଯେଉଁଠାରେ ଏକ ମାମଲା ଶୂନ ନମ୍ବରରେ ଅଥବା ଜିରୋ ହେଡରେ ପଞ୍ଜୀକୃତ ହୋଇଥାଏ। ପରବର୍ତ୍ତୀ ଅନୁସନ୍ଧନ ପାଇଁ ସ୍ଥିରକୃତ ଜିଆରପି ଥାନାକୁ ମାମଲା ସ୍ଥାନାନ୍ତର କରାଯାଏ। ସମ୍ପୃକ୍ତ ପ୍ରାଧିକରଣ ଜିଆରପିରେ ପହଞ୍ଚିବାକୁ ପ୍ରାୟତ ମାସାଧିକ ସମୟ ଲାଗେ।

- Advertisement -

ଏଥିରେ ଅପ୍‌ ଦିଗରେ ୨୫ ନିୟମିତ ସ୍ବତନ୍ତ୍ର ଟ୍ରେନ ଏବଂ ଡାଉନ୍‌ ଦିଗରେ ୨୬ ସ୍ବତନ୍ତ୍ର ଟ୍ରେନ ବ୍ୟବସ୍ଥା ରହିବ। ଅପ ଦିଗରେ ୨୪ ଫେଷ୍ଟିଭାଲ ସ୍ବତନ୍ତ୍ର ଟ୍ରେନ ଏବଂ ଡାଉନ୍‌ ଦିଗରେ ୨୫ଟି ସ୍ବତନ୍ତ୍ର ଟ୍ରେନ ଅନ୍ତର୍ଭୁକ୍ତ କରାଯାଇଛି। ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟାଭୂଷଣ କହିଛନ୍ତି, ରେଳ ପରିସୀମା ତଥା ଟ୍ରେନ ଯାତ୍ରା ସମୟରେ ସାମାଜିକ ବିରୋଧ ତଥା ଅପରାଧିକ କାର୍ଯ୍ୟକଳାପ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ କରିବାକୁ ଉଭୟ ମୁଖ୍ୟାଳୟର ରେଳମଣ୍ଡଳ ସୁରକ୍ଷା ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଥିବା ସେ କହିଛନ୍ତି।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories