ପଟିଆ କଲେଜ ରାଜନୀତି ବିଜ୍ଞାନ ବିଭାଗର ସ୍ବାଗତ ଉତ୍ସବ

ଭୁବନେଶ୍ବର :  ଭୁବନେଶ୍ବର ଅନ୍ତର୍ଗତ ପଟିଆସ୍ଥିତ ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜରେ ରାଜନୀତି ବିଜ୍ଞାନ ତରଫରୁ ବୁଧବାର ନୂତନ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସ୍ବାଗତ  ଉତ୍ସବ ଉନୁଷ୍ଠିତ ହୋଇଥିଲା।  ଏହି ସ୍ବାଗତ ଉତ୍ସବରେ  ରିଜିଓନାଲ୍ କଲେଜ ଅଫ ମ୍ୟାନେଜମେଣ୍ଟର ପ୍ରଫେସର ଅଞ୍ଜନ ଦାସ ଯୋଗ ଦେଇଥିଲେ । କଲେଜ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ରାଉତ ଛାତ୍ରଛାତ୍ରୀମାନଙ୍କୁ ସୁ ନାଗରିକ ହେବାସହ   ନିଜକୁ ରାଷ୍ଟ୍ରସେବାରେ ନିୟୋଜିତ କରିବା ପାଇଁ ପରାମର୍ଶ ଦେଇଥିଲେ। ଅଧ୍ୟାପକ ପ୍ରବୀଣ କୁମାର ସାହୁ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହ ସଭା କାର୍ଯ୍ୟକୁ ପରିଚାଳନ କରିଥିଲେ । ଏହି ସ୍ବାଗତ ଉତ୍ସବରେ କଲେଜର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସହ ରାଜନୀତି ବିଭାଗର ବହୁ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଶେଷରେ ଛାତ୍ର ପ୍ରଦ୍ୟୁମ୍ନ ଗୌଡ଼ା ଧନ୍ୟାବାଦ ଅର୍ପଣ କରିଥିଲେ।

kalyan agarbati

Comments are closed.