ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଖଣ୍ଡଗିରି ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ଶୁକ୍ରବାର ସାମ୍ନାକୁ ଆସିଛି। ସନ୍ଦେହ ଜନକ ଅବସ୍ଥାରେ ଘର ଭିତରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଖଣ୍ଡଗିରି ଥାନା ଅଧୀନରେ ଏକ ଆପାର୍ଟମେଣ୍ଟ ଘରୁ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଯୁବତୀ ଜଣକ ନିଜ ପୁରୁଷ ବନ୍ଧୁଙ୍କ ସହ ଲିଭଇନରେ ରହୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଯୁବତୀଙ୍କ ମୃତଦେହ ଦେଖି ପୁରୁଷ ବନ୍ଧୁ ଫେରାର ହୋଇ ଯାଇଛନ୍ତି ବୋଲି ସୂଚନା ମିଳିଛି । ଯୁବତୀଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଯୁବକ ଓ ଯୁବତୀଙ୍କ ଘର ଗଞ୍ଜାମ ଜିଲା । ଖବର ପାଇ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି।
ଚଳନ୍ତା ଟ୍ରେନରେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ରେଳ କର୍ମଚାରୀଙ୍କୁ ପିଟି ପିଟି ହତ୍ୟା..



