www.samajalive.in
Sunday, December 7, 2025
16.1 C
Bhubaneswar

ମହିଳାଙ୍କ ସୁରକ୍ଷା ପାଇଁ ଦରଦ ଏମିତି; ଗଡୁନି ପିଙ୍କ୍‌ ଅଟୋ, ମହିଳା ଯାତ୍ରୀ ହନ୍ତସନ୍ତ

ଭୁବନେଶ୍ୱର: ମହିଳାମାନେ ପୁରୁଷଙ୍କ ସହିତ ଗୋଟିଏ ଅ‌େ‌ଟାରେ ବସି ଯାତ୍ରା କରିବାବେଳେ ଅନେକ ସମୟରେ ନାନା ଅସୁବିଧାର ସମ୍ମୁଖୀନ ହେଉଥିଲେ। ମହିଳାଙ୍କ ଏହି ଅସୁବିଧା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆରମ୍ଭ କରିଥିଲେ ପିଙ୍କ୍‌ ଅଟୋ ଯୋଜନା। ହେଲେ ଯୋଜନା ବାଟ ହୁଡ଼ିଛି। ରାସ୍ତାରେ ଆଉ ପିଙ୍କ୍‌ ଅଟୋ ଦେଖିବାକୁ ମିଳୁନି। କାଁ ଭାଁ କେତୋଟି ହାତଗଣତି ପିଙ୍କ୍‌ ଅଟୋକୁ ଛାଡ଼ି ଦେଲେ ଅନ୍ୟ ସବୁ ସାଧାରଣ ଅଟୋ ପରି ଚାଲୁଛି।

୧୪ ଜୁନ୍‌ ୨୦୧୪ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ପିଙ୍କ୍‌ ଅଟୋ ବ୍ୟବସ୍ଥାର ଉଦଘାଟନ ହୋଇଥିଲା। ରାଜେନ୍ଦ୍ର ପ୍ରସାଦ ଶର୍ମା ସେହି ସମୟରେ ପୁଲିସ କମିସନର ଥିଲେ। ପ୍ରଥମ ପର୍ଯ୍ୟାୟରେ ୨୦୦, ଦ୍ବିତୀୟ ପର୍ଯ୍ୟାୟରେ ୧୦୦ ଏବଂ ତୃତୀୟ ପର୍ଯ୍ୟାୟରେ ୫୦ଟି ପିଙ୍କ୍‌ ଅଟୋ ଚାଲିବା ଆରମ୍ଭ କରିଥିଲା। ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଏବଂ ମାଷ୍ଟରକ୍ୟାଣ୍ଟିନ ରେଳଷ୍ଟେସନ ନିକଟରେ ପିଙ୍କ୍‌ ଅଟୋ ଟିକଟ କାଉଣ୍ଟର ଖୋଲା ଯାଇଥିଲା। କମିସନରେଟ ପୁଲିସ ପକ୍ଷରୁ ଅଟୋ ଚାଳକଙ୍କ ଲାଇସେନ୍ସ, ମାନସିକ ଅବସ୍ଥା, ଆଖି ପରୀକ୍ଷା, ପରିବାରର ଇତିହାସ ଓ ଅପରାଧିକ ରେକର୍ଡକୁ ଯାଞ୍ଚ କରାଯାଇ ସ୍ବତନ୍ତ୍ର ତାଲିମ ଦିଆଯାଇଥିଲା। ସେତେବେଳେ ମହିଳା ପିଙ୍କ୍‌ ଅଟୋରେ ଯାତାୟାତ କରିବାକୁ ପସନ୍ଦ କରୁଥିଲେ। ଅଧିକାରୀ ବଦଳି ଗଲା ପରେ ଯୋଜନା ବନ୍ଦ। ପୂର୍ବତନ କମିସନର ଡ. ଶର୍ମା ଗଲା ପରେ ପିଙ୍କ୍‌ ଅଟୋ କଥା କେହି ବୁଝି ନ ଥିଲେ। ଯଦ୍ଦ୍ବାରା ଏଥିପାଇଁ ଥିବା ଟିକଟ କାଉଣ୍ଟରଗୁଡ଼ିକ ବନ୍ଦ ହୋଇଯାଇଥିଲା। ଉଦ୍‌ଘାଟନର ୬ବର୍ଷ ମଧ୍ୟରେ ଫିଙ୍କ୍‌ ଅଟୋ ଯୋଜନା ଫେଲ୍‌ ମାରିଛି।

- Advertisement -

ଏବେ କେତୋଟି ସ୍ଥାନରେ କାଉଣ୍ଟର ରହିଛି। ହେଲେ ସେଠାରେ ଅଧିକାରୀ ରହୁ ନ ଥିବାରୁ ଟିକଟ କଟା ଯାଉନି। ଏହାକୁ ନେଇ ମହିଳାଙ୍କ ମଧ୍ୟରେ ଅସନ୍ତୋଷ ପରିଲକ୍ଷିତ ହେଉଛି। ଯେଉଁ କେତୋଟି ଚାଲୁଛି ସେଥିରେ ଅଟୋ ଚାଳକଙ୍କ ସ୍ବେଚ୍ଛାଚାରିତା ଦେଖିବାକୁ ମିଳୁଛି। କର୍ମଜୀବୀ ମହିଳା ପ୍ରତିମା ପ୍ରଧାନ କହିଛନ୍ତି ଅଟୋ ଚାଳକ ୩ଜଣଙ୍କ ବଦଳରେ ୪ଜଣ ଯାତ୍ରୀଙ୍କୁ ନେଉଛନ୍ତି। ମହିଳାଙ୍କ ଅପେକ୍ଷା ଅଧିକ ପୁରୁଷ ଯାତ୍ରୀ ରହୁଛନ୍ତି। ଯଦ୍ବାରା ମହିଳାମାନେ ସୁରକ୍ଷିତ ଭାବେ ଯାତ୍ରା କରିପାରୁନାହାନ୍ତି। କଲେଜ ଛାତ୍ରୀ ଇତିଶ୍ରୀ ସେଠୀ କହିଛନ୍ତି ଅଟୋ ଚାଳକମାନେ ଗାଡ଼ିରେ ସେମାନଙ୍କ ଠିକଣା ଓ ଫଟୋ ଲଗାଉନାହାନ୍ତି। ଯେଉଁଥପାଇଁ ଦୂର ସ୍ଥାନକୁ ଗଲାବେଳେ ମନରେ ଭୟ ରହୁଛି। ଏ ସମ୍ପର୍କରେ ପୁଲିସ କମିସନର ଡ. ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ପିଙ୍କ୍‌ ଅଟୋ ସଂକ୍ରାନ୍ତରେ ପୁଲିସର ସକାରାତ୍ମକ ଚିନ୍ତାଧାରା ରହିଛି। ଏଥିନେଇ କୋଭିଡ ପୂର୍ବରୁ ଅଟୋ ଚାଳକଙ୍କ ସହିତ ଆଲୋଚନା କରାଯାଇଛି। କେତେକ ଆଇନଗତ ପ୍ରତିବନ୍ଧକ ଦେଖା ଦେଇଛି। ଏହି ପ୍ରତିବନ୍ଧକ ଦୂର ହେବାପରେ ପୁନଃ ପିଙ୍କ୍‌ ଅଟୋ ଚଳାଚଳ କରିବ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories