ଭୁବନେଶ୍ୱର : ଶନିବାର ରାଜଧାନୀରେ ଛାତ୍ର କଂଗ୍ରେସ ପକ୍ଷରୁ ଅଣ୍ଡା,ଟମାଟୋ ମାଡ ହୋଇଛି। ନବୀନ ନିବାସ ଘେରାଉ ପାଇଁ ଯିବା ବେଳେ ପୁଲିସ ଅଟକାଇବାରୁ ଛାତ୍ର କଂଗ୍ରେସ ପକ୍ଷରୁ ହୋଇଛି ଅଣ୍ଡାମାଡ। ଫରେଷ୍ଟ ପାର୍କ ନିକଟରେ ଅଟାକାଇବାରୁ ପ୍ରତିବାଦ କରି ଟମାଟୋ ଓ ଅଣ୍ଡା ମାଡ କରିଛି ଛାତ୍ର କଂଗ୍ରେସ। ପୁଲିସ ବ୍ୟାରିକେଡ ଟପି ଯିବାକୁ ଉଦ୍ୟମ ସହ ପୁଲିସ ସହ ଧସ୍ତାଧସ୍ତି ହୋଇଛି। ଜେ.ପି ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ତଦନ୍ତରେ ଅସନ୍ତୁଷ୍ଟ ହୋଇ , ମନ୍ତ୍ରୀ ସମୀର ଦାଶଙ୍କୁ ତଦନ୍ତ ପରିସରଭୁକ୍ତ ଦାବିରେ ଛାତ୍ର କଂଗ୍ରେସ ଘେରାଉ ପାଇଁ ଯାଇଥିଲେ ବୋଲି ସୂଚନା ମିଳିଛି।



