ବଲାଙ୍ଗିର : ବଲାଙ୍ଗିର ସହର ସ୍ଥିତ ଲୋକନାଥ ମନ୍ଦିର ପରିସରରେ ନୂତନ ଯଜ୍ଞ ମଣ୍ଡପର ପ୍ରତିଷ୍ଠା ଉତ୍ସବ ଓ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଛି। ଅରୁନ୍ଧତୀ ପାଉଣ୍ଡେସନ ପକ୍ଷରୁ ଏହି ଯଜ୍ଞ ମଣ୍ଡପ ନିର୍ମାଣ କରାଯାଇଛି। କାର୍ୟ୍ୟକ୍ରମରେ ବଲାଙ୍ଗିର ଜିଲାପାଳ ଚଞ୍ଚଳ ରଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯଜ୍ଞ ମଣ୍ଡପକୁ ଲୋକାର୍ପଣ କରିଥିଲେ। ଅରୁନ୍ଧତୀ ପରିବାରର ପ୍ରତିଷ୍ଠାତା ଗୌରାଙ୍ଗ ମେହେର, ସହଧର୍ମିଣୀ ଲକ୍ଷ୍ମୀ ମେହେର, ନିର୍ଦ୍ଦେଶକ ଅଚ୍ୟୁତାନନ୍ଦ ମେହେର, ସହଧର୍ମିଣୀ ସସ୍ମିତା ମେହେର ଓ ପରିଚାଳନା ନିର୍ଦ୍ଦେଶକ ବ୍ରହ୍ମାନନ୍ଦ ମେହେର, ସହଧର୍ମିଣୀ ଅରୁନ୍ଧତୀ ମେହେର ପ୍ରମୁଖ ଉପସ୍ଥିତ ଥିଲେ। ଲୋକନାଥ ମନ୍ଦିର ପରିସରରେ ଦୀର୍ଘଦିନ ଧରି ଯଜ୍ଞ ମଣ୍ଡପ ଭକ୍ତବୃନ୍ଦଙ୍କ ପାଇଁ ଅତ୍ୟନ୍ତ ଆବଶ୍ୟକ ଥିଲା। ସେହି ଦୃଷ୍ଟିରୁ ଅରୁନ୍ଧତୀ ଫାଉଣ୍ଡେସନ୍ ପକ୍ଷରୁ ଯଜ୍ଞ ମଣ୍ଡପର ପ୍ରତିଷ୍ଠା କରାଯାଇଛି। ପ୍ରକାଶ ଥାଉକି, ସେବା ଉଦ୍ଦେଶ୍ୟରେ ବଲାଙ୍ଗିର ଜିଲା ହରିଶଙ୍କର ସ୍ଥିତ ଦେଦର୍ହ ଗ୍ରାମରେ ଅରୁନ୍ଧତୀ ଫାଉଣ୍ଡେସନ୍ ୫ହଜାର ବର୍ଗଫୁଟ୍ ବିଶିଷ୍ଟ ଏକ କଲ୍ୟାଣ ମଣ୍ଡପ ନିର୍ମାଣ କରିସାରିଛି। ଏହା ଦେଦର୍ହ ସହ ଆଖପାଖ ଲୋକଙ୍କ ସାମାଜିକ କାର୍ୟ୍ୟକ୍ରମରେ ବ୍ୟବହାର ହେଉଥିବା ସୂଚନା ମିଳିଛି।
Popular Categories



