www.samajalive.in
Saturday, December 6, 2025
14.1 C
Bhubaneswar

ମା’ ଶ୍ୟାମାକାଳୀଙ୍କୁ ମେଲାଣି

ପଦ୍ମପୁର  : ପଦ୍ମପୁରରେ ଚାଲିଥିବା ମା’ ଶ୍ୟାମାକାଳୀଙ୍କ ପୂଜା ଶେଷ ହୋଇଛି। ସ୍ଥାନୀୟ ପଦ୍ମପୁର କାଳୀପୂଜା କମିଟି ପକ୍ଷରୁ ମହା ଆଡମ୍ବର ସହକାରେ ମା’ଙ୍କ ପୂଜାର୍ଚ୍ଚନା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ,  ତୋରଣ ଓ ଅଲୋକମାଳରେ ପୂଜା ମଣ୍ଡପ ଝଲସି ଉଠୁଥିଲା। ଶୁକ୍ରବାର ମା’ଙ୍କୁ ମେଲାଣି ଦିଆଯାଇଥିଲା। ଡିଜେ ସାଉଣ୍ଡ , ପାରମ୍ପରିକ ଚାଙ୍ଗୁ ବାଦ୍ୟର ତାଳେ ତାଳେ ଜନସାଧାରଣ ଙ୍କ ସମାଗମରେ ମା’ଙ୍କୁ ମେଲାଣି ଦେଇଥିଲେ। ମା’ଙ୍କ ମୂର୍ତ୍ତି ବିସର୍ଜନ ପରେ କମିଟି ପକ୍ଷରୁ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା। ପୂଜା କମିଟି ସଭାପତି ଗୋଦାବରୀ ରାଉତ, ଦେବେନ୍ଦ୍ର ପାଢ଼ୀ , ସରୋଜ କୁମାର ଦାସ, ରବି ରଥ, ଟୁକୁନା ପଣ୍ଡା, ବାଲାଜି ପାଢ଼ୀ, ରାମାନନ୍ଦ ସାହୁ , ଚଲପତି ରାଓ, ଚିତ ରଣା, କରୁଣା ଶବର, ବିଦ୍ୟାଧର ମହାଙ୍କୁଡ, କୁନା ସାହୁ  ପ୍ରମୁଖ ସଦଶ୍ୟ ମାନେ ଉପସ୍ଥିତ ପରିଚାଳନା ଦାୟିତ୍ୱ ତୁଲାଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories