www.samajalive.in
Tuesday, December 9, 2025
23.1 C
Bhubaneswar

ସମସ୍ତ ଭୋଟରଙ୍କ ଥର୍ମାଲ ସ୍କାନିଂ, କୋଭିଡ୍ ଲକ୍ଷଣ ଥିଲେ ଶେଷ ପର୍ଯ୍ୟାୟରେ ଦେବେ ଭୋଟ୍

ଭୁବନେଶ୍ବର: ଆସନ୍ତା ମଙ୍ଗଳବାର କୋଭିଡ କଟକଣା ଭିତରେ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପ-ନିର୍ବାଚନ ହେବାକୁ ଯାଉଛି। ଗତକାଲି ପ୍ରଚାର ଶେଷ ହୋଇଛି। କୋଭିଡ ଗାଇଡଲାଇନକୁ ପାଳନ କରି ସମସ୍ତେ କିପରି ସୁରୁଖୁରୁରେ ମତଦାନ ଦେଇପାରିବେ ସେ ନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେଇଛନ୍ତି ।

ଆସନ୍ତାକାଲି ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟାରେ ମତଦାନ ଶେଷ ହେବ। ମତଦାନ ପୂର୍ବରୁ ପୋଲିଂ ବୁଥଗୁଡ଼ିକ ସାନିଟାଇଜ କରାଯାଉଥିବା ବେଳେ ଭୋଟରଙ୍କ ସୁବିଧା ପାଇଁ ବୁଥ ସଂଖ୍ୟା ବଢ଼ାଯାଇଛି। ଗୋଟେ ବୁଥରେ ୧,୦୦୦ଭୋଟର ମତଦାନ କରି ପାରିବେ। ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି, ଯାହା ଫଳରେ ସେମାନଙ୍କୁ ମତଦାନ ପାଇଁ କୌଣସି ଅସୁବିଧା ହେବ ନାହିଁ।

- Advertisement -

ମତଦାତାମାନେ ମତଦାନ ପାଇଁ ଆଧାର କାର୍ଡ, ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ ଦେଖାଇ ପାରିବେ।  ମତଦାନ ସମୟରେ ବୁଥରେ ଆଶାକର୍ମୀ ଓ ସ୍ବେଚ୍ଛାସେବୀ ଉପସ୍ଥିତ ରହିବେ। ସାମାଜିକ ଦୂରତା ରକ୍ଷା କରି ଭୋଟରଙ୍କୁ ଭୋଟ ଦେବାକୁ କୁହାଯାଇଛି।

ଏଥିସହ ମତଦାନ କେନ୍ଦ୍ରକୁ ଆସୁଥିବା ସମସ୍ତ ମତଦାତାଙ୍କର ଥର୍ମାଲ୍ ସ୍କ୍ରିନିଂ କରାଯିବ। ଯଦି କାହାର ଶରୀରର ଉତ୍ତାପ ସାଧାରଣ ଠାରୁ ଅଧିକ ଥାଏ କିମ୍ବା କୋଭିଡ୍ ଲକ୍ଷଣ ପ୍ରକାଶ ପାଉଥାଏ ତେବେ ତାଙ୍କୁ ଏକ ଟୋକନ୍ ଦିଆଯାଇ ଫେରାଇ ଦିଆଯିବ। ସେମାନେ ମତଦାନ ଶେଷ ପର୍ଯ୍ୟାୟରେ ଆସି ଏକାକୀ ଭୋଟ୍ ଦାନ କରିବେ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।

Hot this week

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

Related Articles

Popular Categories