www.samajalive.in
Monday, December 15, 2025
15.1 C
Bhubaneswar

ରାଜଧାନୀରେ ୧୨ ଦିନର ଶିଶୁକୁ ବିକିଲା ବାପା

ଭୁବନେଶ୍ୱର: ସ୍ମାର୍ଟସିଟିରେ ୧୨ ଦିନର ଏକ ଶିଶୁପୁତ୍ରକୁ ବାପା ୫୦,୦୦୦ ଟଙ୍କାରେ ବିକ୍ରି କରି ଦେଇଛି। ଏଭଳି ଏକ ସମ୍ବେଦନଶୀଳ ଘଟଣା ନୂଆପଲ୍ଲୀ ଥାନା ଅଧୀନ ସାଲିଆସାହିରେ ଘଟିଥିବା ନେଇ ଜାତୀୟ ମାନବାଧିକାର ଆୟୋଗଙ୍କ ନିକଟରେ ଅଭିଯୋଗ ହୋଇଛି। ଶିଶୁପୁତ୍ରର ମା’ ଏ ସମ୍ପର୍କରେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ପ୍ରାୟ ୫ ମାସ ବିତିଗଲାଣି। ପୁଲିସ ମାମଲା ରୁଜୁ ନ କରିବାରୁ ମହିଳା ଜଣକ ନିକଟରେ ଡିସିପିଙ୍କ କାର୍ଯ୍ୟାଳୟକୁ ଯାଇ ଗୁହାରି କରିଥିଲେ। ତଥାପି କିଛି ଲାଭ ନ ହେବାରୁ ଏଭଳି ସମ୍ବେଦନଶୀଳ ଘଟଣା ସମ୍ପର୍କରେ ମାନବାଧିକାର କର୍ମୀ ହିମାଂଶୁ ଶେଖର ନାୟକ ଓ ଦିଲୀପ ସାମନ୍ତରାୟ ଜାତୀୟ ମାନବାଧିକାର ଆୟୋଗଙ୍କ ନିକଟରେ ଅଭିଯୋଗ କରିଛନ୍ତି। ନିରାଶ୍ରୟ ମହିଳା ଜଣକ କିପରି ନ୍ୟାୟ ପାଇବେ ସେନେଇ ଗୁହାରି କରିଛନ୍ତି। ନୟାଗଡ଼ ଜିଲା ରଣପୁର ଥାନା ଅଧୀନ ଯଶୋଦାପୁର ପଞ୍ଚାୟତର ଆରତୀ ଜେନା(୨୦) ସେହି ଜିଲାର ବେତବର ଗ୍ରାମର ତପନ ପଳେଇ ନାମକ ଜଣେ ଯୁବକଙ୍କୁ ଭଲ ପାଉଥିଲେ। ସେମାନଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହୋଇଥିଲା। ୨୦୧୮ରେ ତପନ ଯୁବତୀଙ୍କୁ ସାଙ୍ଗରେ ବେଙ୍ଗାଲୁରୁ ନେଇ ପଳାଇଥିଲା। ସେଠାରେ ଏକ ମନ୍ଦିରରେ ସେମାନେ ବିବାହ କରି ପ୍ରାୟ ଦେଢ଼ ବର୍ଷ ସାଙ୍ଗ ହୋଇ ରହିଥିଲେ। ତପନର ଚାକିରି ନ ଥିବା ଜାଣିବା ପରେ ଆରତୀ ଭୁବନେଶ୍ୱର ପଳାଇ ଆସି ବାପାମା’ଙ୍କ ସହିତ ସାଲିଆସାହିରେ ରହିଥିଲେ। ତପନ ବେଙ୍ଗାଲୁରୁର ଫେରି ନୟାଗଡ଼ରେ ରହିଥିଲା। ତେବେ କିଛି ଦିନ ପରେ ଆରତୀ ଗର୍ଭବତୀ ଥିବା ଜଣାପଡ଼ିଥିଲା। ଏ ସମ୍ପର୍କରେ ଜାଣିବା ପରେ ତପନ ଭୁବନେଶ୍ୱର ଆସି ମେଡ଼ିସିନ୍‍ ଦେବା ସହିତ ଏକ ଘରୋଇ ହସ୍ପିଟାଲ୍‍କୁ ନେଇ ଗର୍ଭପାତ କରିବାକୁ ଉଦ୍ୟମ କରିଥିଲା। ସମୟ ଗଡ଼ି ଯାଇଥିବାରୁ ତାହା ସମ୍ଭବ ହୋଇ ନ ଥିଲା। ଗତ ମାର୍ଚ୍ଚ ୨୬ରେ ଆରତୀ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ଏସମ୍ପର୍କରେ ଖବର ପାଇ ତପନ ପୁଣି ଆସି ଏପ୍ରିଲ୍‍ ୬ରେ ଶିଶୁପୁତ୍ରକୁ ନେଇ ଅନ୍ୟ କାହାରିକୁ ବିକ୍ରି କରି ଦେଇଥିଲା। ଆରତୀ ଶିଶୁପୁତ୍ରକୁ ଖୋଜି ନ ପାଇବା ପରେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ହେଲେ ପୁଲିସ ତାଙ୍କ ଅଭିଯୋଗ ରଖି ନ ଥିଲା। ଓଲଟା ତାଙ୍କୁ ମିଛ ମାମଲାରେ ଜେଲ୍‍ ପଠାଇ ଦେବ ବୋଲି ଧମକ ଦେଇଥିଲା ବୋଲି ଅଭିଯୋଗରେ ଦର୍ଶାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories