www.samajalive.in
Monday, December 8, 2025
14.1 C
Bhubaneswar

କେବଳ କାଗଜ ପତ୍ରରେ ଓଡିଶା ସରକାର ଏକ ନମ୍ବର-ଗୋଲକ ମହାପାତ୍ର

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଭଷ୍ଟ୍ରାଚାର ମାଧ୍ୟମରେ ଭଣ୍ଡୁର କରିବା ପାଇଁ ସମସ୍ତ ପ୍ରକାର ଷଡଯନ୍ତ୍ର କରୁଛନ୍ତି ରାଜ୍ୟସରକାର। ରାଜ୍ୟର ସମସ୍ତ ଜିଲ୍ଲାରେ ଗରିବ ଅସହାୟ ଯୋଗ୍ୟ ହିତାଧିକାରୀଙ୍କୁ ଘର ଦେବା ନାଁରେ କୋଟି କୋଟି ଟଙ୍କା ଲୁଟ୍ କରାଯାଉଛି। ଏଥିରେ ଶାସକ ଦଳର ନେତା ଓ ସରକାରୀ ଅଧିକାରୀଙ୍କ ସଂପୃକ୍ତି ଥିବାରୁ ରାଜ୍ୟସରକାର କୌଣସି କାର୍ୟ୍ୟାନୁଷ୍ଠାନ ନନେଇ ଚୁପ୍ ରହୁଛନ୍ତି। କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ପିଠାଗୋଲା ପଞ୍ଚାୟତ ଖରବା ଗାଁ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ବ୍ୟାପକ ଦୁର୍ନୀତି ସାମ୍ନାକୁ ଆସିଛି। ଏହି ଅଞ୍ଚଳର ୧୩ଟି ନିର୍ଦ୍ଦିଷ୍ଟ ଦୁର୍ବଳ ଜନଜାତି ଗୋଷ୍ଠୀ ବା ପି.ଭି.ଟି.ଜି ଅନ୍ତର୍ଭୁକ୍ତ ଜୁଆଙ୍ଗ ଜନଜାତି ହିତାଧିକାରୀଙ୍କୁ ବାସଗୃହ ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରଦତ ଅର୍ଥରେ ବ୍ୟାପକ ଆର୍ଥିକ ଅନିୟମିତତା ହୋଇଛି। ଏନେଇ ବିଜେପି ପକ୍ଷରୁ ସରଜମିନ ତଦନ୍ତ ପରେ ବାସ୍ତବ ସ୍ଥିତିର ତଥ୍ୟ ପ୍ରମାଣ ରଖାଯାଇଥିବାବେଳେ ଶାସକ ଦଳର ମୁଖପାତ୍ର ଏ ପ୍ରସଙ୍ଗରେ କିଛି ନ କହି କେନ୍ଦ୍ର ସରକାର ଆମକୁ ପୁରସ୍କାର ଦେବା କହି ନିଜ ପିଠି ନିଜେ ଥାପୁଡାଇ ଓଡିଶାବାସୀଙ୍କୁ ପୁଣିଥରେ ଭ୍ରମିତ କରିଛନ୍ତି। ଯଦି ସତସାହାସ ଅଛି ତେବେ ଆମେ ପଚାରିଥିବା ପ୍ରଶ୍ନ ତଥା ଜୁଆଙ୍ଗ ଜନଜାତିଙ୍କୁ ଘର କରାଇଦେବା ନାଁ ରେ କୋଟି କୋଟି ଟଙ୍କା ହଡପ ଘଟଣାକୁ ମିଥ୍ୟା ବୋଲି ପ୍ରମାଣ କରନ୍ତୁ ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର ଖୋଲା ଆହ୍ୱାନ ଦେଇଛନ୍ତି।

ସୂଚନା ଅଧିକାର ତଥ୍ୟ ଅନୁସାରେ, କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ପିଠାଗୋଲା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୫୦୦ ଘରକୁ ଅନୁମୋଦନ ଦିଆଯାଇଛି। କିନ୍ତୁ ବାସ୍ତବରେ ଅନେକ ହିତାଧିକାରୀଙ୍କ ନାଁରେ ଅର୍ଥ ଆସିଥିଲେ ବି ବିଜେଡି ନେତା ଓ ସରକାରୀ ଅଧିକାରୀମାନେ ସଂପୃକ୍ତ ହିତାଧିକାରୀଙ୍କ ଏଟିଏମ ଓ ପାସୱାର୍ଡ ରଖି ଆଦିବାସୀଙ୍କ ଅର୍ଥକୁ ହରିଲୁଟ୍ କରିଛନ୍ତି । ଖରବା ଗାଁର ମମତା ଜୁଆଙ୍ଗ ନାଁରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧ ଲକ୍ଷ ଟଙ୍କା ଆସିଥିଲେ ମଧ୍ୟ ତାଙ୍କ ଘର ନିର୍ମାଣ ଆରମ୍ଭ ହୋଇନାହିଁ। ଉଷା ଜୁଆଙ୍ଗଙ୍କ ଘର ନିମଟାଲ ପର୍ୟ୍ୟନ୍ତ ଉଠିଥିବାର ଦର୍ଶାଇ ୧ ଲକ୍ଷ ଟଙ୍କା ଉଠାଯାଇଥିବାବେଳେ ତାଙ୍କ ଘର କେବଳ ପ୍ଲିନ୍ଥ କାମ ସରିଛି। ସେହିପରି ଆଉ ଜଣେ ହିତାଧିକାରୀ ରମେଶ ଜୁଆଙ୍ଗଙ୍କ ଘର ପ୍ଲିନ୍ଥ ଅସଂପୂର୍ଣ୍ଣ ଥିବାବେଳେ ତାଙ୍କ ନାଁରେ ଉଠାଯାଇଛି ୫୫ ହଜାର ଟଙ୍କା। ବିଜେଡି ଠିକାଦାର ଓ ସରକାରୀ ଅଧିକାରୀମାନେ ଏମିତି ଲକ୍ଷ ଲକ୍ଷ ଟଙ୍କା ହରିଲୁଟ୍ କରିଛନ୍ତି। ଖରବା ଗାଁରେ ନିର୍ମାଣ ହୋଇନଥିବା ଘର ବ୍ଲକ ଅଫିସ କାଗଜପତ୍ରରେ ସଂପୂର୍ଣ୍ଣ ହୋଇଛି ବୋଲି ଚିତ୍ରଣ କରାଯାଇ ପୁରସ୍କାର ହାତେଇବା ପାଇଁ ଷଡଯନ୍ତ୍ର କରାଯାଇଛି।

- Advertisement -

ଘର ନିର୍ମାଣ ନକରି କେବଳ ଜିଓ ଟ୍ୟାଗିଂ କରି ଦୁର୍ନୀତିକୁ ପ୍ରଶୟ ଦେଉଛନ୍ତି ରାଜ୍ୟସରକାର। ରାଜ୍ୟସାରା କେବଳ କାଗଜପତ୍ରରେ ଘର ହୋଇଛି ବୋଲି ଦର୍ଶାଇ ବିଜେଡି ନେତା ଓ ଅଫିସରମାନେ କୋଟି କୋଟି ଟଙ୍କା ହଡପ କରିଛନ୍ତି। ବିଗତ ଦିନରେ ମିଛ କାଗଜ ଦେଖାଇ ପୁରସ୍କାର ନେବାରେ ଅଗ୍ରଣୀ ରାଜ୍ୟ ହେଉଛି ଓଡିଶା ବୋଲି ଶ୍ରୀ ମହାପାତ୍ର କଟାକ୍ଷ କରି କହିଛନ୍ତି।

ଦୁର୍ବଳ ଜନଜାତି ଗୋଷ୍ଠୀ ବା ପି.ଭି.ଟି.ଜି ଅନ୍ତର୍ଭୁକ୍ତ ଜୁଆଙ୍ଗ ଜନଜାତିମାନଙ୍କୁ ସ୍ୱତନ୍ତ୍ର ପ୍ରାଧାନ୍ୟ ଦେବାର ଆବଶ୍ୟକତା ରହିଛି। ବିଜେପି ସଦାସର୍ବଦା ସମାଜର ଶେଷ ଧାଡିରେ ଥିବା ବ୍ୟକ୍ତି ବିଶେଷଙ୍କ ପାଇଁ କାର୍ୟ୍ୟ କରୁଥିବାବେଳେ ରାଜ୍ୟସରକାର ଜୁଆଙ୍ଗମାନଙ୍କୁ ଅଣଦେଖା କରିଚାଲିଛନ୍ତି। ପ୍ରଧାନମନ୍ତ୍ରୀ ଆବାସର ଦୁର୍ନୀତି କେନ୍ଦୁଝର ଜିଲ୍ଲାରେ ଏହି ଖରବା ଗାଁ କେବଳ ଭାତହାଣ୍ଡିର ଗୋଟିଏ ଭାତ ସଦୃଶ୍ୟ। ଏହି ଦୁର୍ନୀତି ସାରା ଓଡିଶାରେ ବ୍ୟାପିଛି। ଶାସକ ଦଳର ମୁଖପାତ୍ର ଖରବା ଗାଁରେ ହାଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଦୂର୍ନୀତି ସଂପର୍କରେ ନିଦ୍ଦିଷ୍ଟ ଭାବେ ଉତର ରଖିବାକୁ ମହାପାତ୍ର ଦାବି କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories