www.samajalive.in
Friday, December 5, 2025
20.1 C
Bhubaneswar

ରାଣୀତାଲ ଲିଙ୍କ୍ କ୍ୟାବିନ ଭଦ୍ରକ ସେକ୍ସନ ମଧ୍ୟରେ ୪ର୍ଥ ରେଳ ଲାଇନ ନିର୍ମାଣ

ଭୁବନେଶ୍ବର : ଓଡ଼ିଶାରେ ରେଳ ଭିତ୍ତିଭୂମିକୁ ସୁଦୃଢ କରିବାକୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଆଉ ଏକ ବଡ଼ ପ୍ରୋତ୍ସାହନ ମିଳିଛି। ପୂର୍ବତଟ ରେଳପଥର ସୂଚନାନୁଯାୟୀ, ରାଣୀତାଲ ଲିଙ୍କ୍ କ୍ୟାବିନ ଏବଂ ଭଦ୍ରକ ମଧ୍ୟରେ ଚତୁର୍ଥ ରେଳ ଲାଇନ ନିର୍ମାଣ କରାଯିବ। ଏଥିପାଇଁ ୧୪୯.୩୨କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଏହି ରେଳ ଲାଇନ ନିର୍ମାଣ ଦ୍ବାରା ବ୍ୟସ୍ତବହୁଳ ହାୱଡ଼ା-ଚେନ୍ନଇ ମାର୍ଗରେ ଭିଡ଼ କମିବ। ଦ୍ରୁତଗାମୀ ରେଳ ଚଳାଚଳ କରିବାରେ ନୂତନ ରେଳ ଲାଇନ ସହାୟକ ହେବ। ସେହିପରି ଧାମରା ଏବଂ ପାରାଦ୍ବୀପ ବନ୍ଦର ସହିତ ସଂଯୋଗୀକରଣରେ ବ୍ୟାପକ ଉନ୍ନତି ଆସିବ। ଯାତ୍ରୀଙ୍କ ରେଳ ଯାତ୍ରା ବିଳମ୍ବ ହ୍ରାସ କରିବା ନିମନ୍ତେ ଏହି ପ୍ରକଳ୍ପ ସହାୟକ ହୋଇପାରିବ। ରାଣୀତାଲ ଲିଙ୍କ୍ କ୍ୟାବିନ ଏବଂ ଭଦ୍ରକ ଷ୍ଟେସନ ୫.୬କି.ମି. ମଧ୍ୟରେ ଚତୁର୍ଥ ରେଳ ଲାଇନ ନିର୍ମାଣ କରାଯିବ। ଏହି ସେକ୍ସନରେ ପ୍ରବଳ ଭିଡ଼ ହେଉଛି, ଯାହା ପ୍ରାୟତଃ ରେଳଗୁଡ଼ିକ ଗତିରେ ବାଧା ସୃଷ୍ଟି କରୁଛି।

ଦେଖନ୍ତୁ ଭିଡିଓ ; ନାଗସାପ ମୁଣ୍ଡରେ ଚଢି ନାଚିଲା ମୂଷା

- Advertisement -

 

 

 

 

 

 

 

 

 

 

 

 

 

 

 

 

 

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories