www.samajalive.in
Friday, December 5, 2025
26.1 C
Bhubaneswar

ନିମିଷା ପ୍ରିୟା ମାମଲାରେ ସରକାର ସମସ୍ତ ସହଯୋଗ କରୁଛନ୍ତି: ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: କେରଳ ନର୍ସ ନିମିଷା ପ୍ରିୟାଙ୍କ ମୃତ୍ୟୁଦଣ୍ଡ ରୋକିବାକୁ ସରକାର ସମସ୍ତ ପ୍ରକାର ସହଯୋଗ କରୁଛନ୍ତି ବୋଲି ବୈଦେଶିକ ମନ୍ତ୍ରଣାଳୟ ଗୁରୁବାର କହିଛି। ନିମିଷାଙ୍କୁ ଜୁଲାଇ ୧୬ରେ ଫାଶୀ ଦିଆଯିବାକୁ ଥିବାବେଳେ ଏହା ଏବେ ସ୍ଥଗିତ ରହିଛି। ନିମିଷାଙ୍କୁ ମୃତ୍ୟୁଦଣ୍ଡରୁ ରକ୍ଷା କରିବା ଲାଗି ସରକାର ଏବେ ବିଭିନ୍ନ ବନ୍ଧୁ ରାଷ୍ଟ୍ରଙ୍କ ସହାୟତାରେ ୟେମେନ ସରକାରଙ୍କ ସହିତ କୂଟନୈତିକ ଆଲୋଚନା ଚଳାଇଛନ୍ତି ବୋଲି ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି।

ରଣଧୀର କହିଛନ୍ତି ଯେ ନିମିଷାଙ୍କ ପରିବାରକୁ ଆଇନଗତ ସହାୟତା ଯୋଗାଇ ଦେବା ଲାଗି ଜଣେ ଓକିଲଙ୍କୁ ନିଯୁକ୍ତ କରାଯାଇଛି। ସ୍ଥାନୀୟ ଅଧିକାରୀ ଓ ପୀଡିତଙ୍କ ପରିବାର ସଦସ୍ୟଙ୍କୁ ନିୟମିତ ଭେଟିବା ଲାଗି କନସୁଲାର ଅନୁମତି ଅଣାଯାଇଛି। ହତ୍ୟାର ଶିକାର ବ୍ୟକ୍ତିଙ୍କ ପରିବାର ସହିତ ଅଧିକ ଆଲୋଚନା କରିବା ପୂର୍ବକ ମାମଲାକୁ ଆପୋସ ସମାଧାନ ଦିଗରେ ଉଦ୍ୟମ ଚାଲିଛି। କଥାବାର୍ତ୍ତାରେ ଶେଖ ଅବୁବାକର ଅହମଦ ମଧ୍ୟସ୍ଥତା କରୁଥିବା ନେଇ ପ୍ରକାଶିତ ରିପୋର୍ଟ ଉପରେ ସାମ୍ବାଦିକମାନେ ରଣଧୀରଙ୍କୁ ପ୍ରଶ୍ନ କରିଥିଲେ। ତେବେ ଅବୁବାକରଙ୍କ ସମ୍ପର୍କରେ ତାଙ୍କ ପାଖରେ କୌଣସି ସୂଚନା ନଥିବା ରଣଧୀର କହିଛନ୍ତି। ବ୍ଲଡ ମନି (କ୍ଷତିପୂରଣ ଅର୍ଥ) ବଦଳରେ ନିମିଷାଙ୍କୁ କ୍ଷମା ପ୍ରଦାନ ଉପରେ ଏବେ ମଧ୍ୟ ଆଲୋଚନା ଜାରି ରହିଛି। ମାତ୍ର ନିମିଷାଙ୍କ ଦ୍ବାରା ହତ୍ୟାର ଶିକାର ​‌େ​ୟମେନ ନାଗରିକ ତଲାଲ ଅବଦୋ ମେହଦିଙ୍କ ଭାଇ ଅବଦେଲଫତହ କହିଛନ୍ତି ଯେ ବ୍ଲଡ୍‌ମନି ବଦଳରେ କୌଣସି କ୍ଷମା ଦିଆଯିବ ନାହିଁ। ନିମିଷା ତାଙ୍କ ଦୋଷ ପାଇଁ ଉପଯୁକ୍ତ ଦଣ୍ଡ ପାଇବା ଦରକାର ବୋଲି ଅବଦେଲଫତହ କହିଥିଲେ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories