ବିଧାୟିକା ଭାବେ ଶପଥ ନେଲେ ଦୀପାଳି ଦାସ

ଭୁବନେଶ୍ୱର : ବିଧାୟିକା ଭାବେ ଆଜି ଦୀପାଳି ଦାସ ଶପଥ ନେଇଛନ୍ତି। ତାଙ୍କୁ ଉପବାଚସ୍ପତି ଶପଥ ପାଠ କରାଇଛନ୍ତି। ଝାରସୁଗୁଡା ଉପନିର୍ବାଚନରେ ବିଜୟ ପରେ ଶପଥ ନେଇଛନ୍ତି। ନିଜ ମାଆ ଓ ଭାଇଙ୍କ ସହ ବିଧାନସଭା ଆସି ଶପଥ ଗ୍ରହଣ କରିଛନ୍ତି।
ବିଧାୟିକା ଭାବେ ଶପଥ ଗ୍ରହଣ ପରେ ଦୀପାଳି ଦାସ ପ୍ରତିକ୍ରିୟା ରଖି କହିଛନ୍ତି, ଝାରସୁଗୁଡାବାସୀଙ୍କ ସେବା ପାଇଁ କାର୍ଯ୍ୟ କରିବି। ବାପାଙ୍କ ଅଧୁରା ସ୍ୱପ୍ନ ପୂରଣ ପାଇଁ କାର୍ଯ୍ୟ କରିବି। ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଝାରସୁଗୁଡା ପାଇଁ କାର୍ଯ୍ୟ କରିବି।
ସୂଚନାଯୋଗ୍ୟ, ମେ ୧୩ରେ ଝାରସୁଗୁଡା ଉପନିର୍ବାଚନରେ ବିଜେଡିର ବାଜିମାତ୍। ୪୮,୬୧୯ ଭୋଟରେ ବିଜେଡି ପ୍ରାର୍ଥୀ ଦିପାଳୀ ଦାସ ଜିତିଥିବା ବେଳେ ମୋଟ୍ ୧ ଲକ୍ଷ ୭ ହଜାରରୁ ଅଧିକ ଭୋଟ୍ ପାଇଥିଲେ।

Comments are closed.