www.samajalive.in
Saturday, December 6, 2025
23.1 C
Bhubaneswar

ମହଙ୍ଗା ପଡିଲା ବାର୍‌‌ହା ଶିକାର ; ନିଜ ଗୁଳିରେ ଶିକାରୀ ମୃତ , ୬ଅଟକ

ରେଙ୍ଗାଲି : ବନ୍ଧୁକ ଧରି ଜଙ୍ଗଲକୁ ବାର୍‌‌ହା ଶିକାର କରିବାକୁ ଯାଇଥିବା ଶିକାରୀ ନିଜେ ନିଜର ବନ୍ଧୁକ ଗୁଳିର ଶିକାର ହୋଇ ଶୋଚନୀୟ ଭାବରେ ମୃତ୍ୟୁ ବରଣ କରିଥିବା ଘଟଣା ସାମ୍ନାକୁ ଆସିଛି।  ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା କତରବଗା ଥାନା ଝାଙ୍କରପାଲି ପଞ୍ଚୟତ ଅନ୍ତର୍ଗତ ଚନ୍ଦନିମାଲ ଗ୍ରାମ ରୁ ପ୍ରାୟ ୩/୪ଶହ ମିଟର ଦୂରତାରେ ଥିବା ମହାବନ୍ଧ ଧୋବାମୁଣ୍ଡା ଧର୍ସା ରାସ୍ତା ପାଖ ପତ୍ରା ଜଙ୍ଗଲରେ। ପୁଲିସ ଘଟଣା ସ୍ଥଳକୁ ପହଞ୍ଚି ଶବର ପଞ୍ଚନାମା କଲା ପରେ ବ୍ୟବଚ୍ଛେଦ ପାଇଁ ପଠାଇ ଏ ସଂକ୍ରାନ୍ତରେ ମାମଲା ରୁଜ୍ଜୁ କରି ଲାଇସେନ୍ସ ନଥିବା ଦୁଇଟି ଶିକାରୀ ବନ୍ଧୁକ ଜବତ କରାଯାଇ ତଦନ୍ତ ଜାରି ରହିଛି। କୁମର ଛତ୍ରିଆ ଦୁଇଟି ବନ୍ଧୁକ ଧରି ଦୌଡୁଥିବା ବେଳେ ଅକସ୍ମାତ ଗୁଳି ଫୁଟି ଯାଇ ତାଙ୍କ ଶରୀରରକୁ କ୍ଷତବିକ୍ଷତ କରି ଦେବା ଫଳରେ ମୃତ୍ୟୁ ହୋଇଛି ବୋଲି ପୁଲିସ କୁମର ଛତ୍ରିଆ ସହିତ ଶିକାର କରିବାକୁ ଯାଇଥିବା ସାଥୀ ଶିକାରୀଙ୍କୁ ପ୍ରାରମ୍ଭିକ ପର୍ଯ୍ୟାୟରେ ପଚରା ଉଚୁରା ସମୟରେ ବୟାନ ଦେଇଥିବାର ଜଣାପଡିଛି। ଗୁଳି କୁମର କୁମର ଛତ୍ରିଆର ଛାତିରେ ବାଜି ପିଠିପଟେ ବାହାରି ଯାଇଛି।
କତରବଗା ଥାନା ଅଇଆଇସି ପ୍ରତାପ କୁମାର ରଣାଙ୍କ ଠାରୁ ପ୍ରାପ୍ତ ସୂଚନା ଅନୁଯାୟୀ ,୧୩ ତାରିଖ ଶନିବାର ଦିନ ଚନ୍ଦନିମାଲ ଗ୍ରାମର ଅନତି ଦୂରତାରେ ଥିବା ଜମନକିରା ଥାନା ଗୌଡପାଲି ଫାଣ୍ଡି ଅନ୍ତର୍ଗତ ମେଣ୍ଢାବାହାଲ ଗ୍ରାମର କୁମର ଛତ୍ରିଆ (୪୫) ନାମକ ଜନୈକ ଯୁବକ ୬ଜଣ ସାଙ୍ଗ ସହିତ ଦୁଇଟି ବନ୍ଧୁକ ଧରି ଜଙ୍ଗଲକୁ ଶିକାର କରିବାକୁ ଯାଇଥିଲେ। ତେବେ ସନ୍ଧ୍ୟା ୫ଟା୩୦ ମିନିଟ୍ ପରେ ଶିକାର କରିବାକୁ ଯାଇଥିବା ସାଥୀ ଶିକାରୀ ମେଣ୍ଢାବାହାଲ ଗ୍ରାମର ବିଷ୍ନୁ ମିର୍ଦ୍ଧା, ଆନନ୍ଦ କିସାନ, ସନ୍ତୋଷ ମାଝି, ଉପେନ୍ଦ୍ର ମାଝି, ଲଲିତ ମିର୍ଦ୍ଧା ଏବଂ ଘୁଘର ଗ୍ରାମର ଗଜିନ୍ଦ୍ର କିସାନ ଘରକୁ ଫେରିଥିଲେ। କିନ୍ତୁ କୁମର ଛତ୍ରିଆ ଘରକୁ ଫେରି ନଥିଲେ। ପରିବାର ଲୋକେ ନିଖୋଜ ଥିବା କୁମର ଛତ୍ରିଆକୁ ଖୋଜାଖୋଜି କରି ଚନ୍ଦନିମାଲ ଗ୍ରାମର ଅନତି ଦୂର ପତ୍ରା ଜଙ୍ଗଲ ତଥା ଘୁଘର ଗ୍ରାମପାଖ ଧୋବାମୁଣ୍ଡା ରାସ୍ତା କଡରେ ରକ୍ତାକ୍ତ ଅବସ୍ଥାରେ କୁମର ଛତ୍ରିଆର ମୃତଦେହ ପଡିଥିବା ଏବଂ ପାଖରେ ଦୁଇଟି ବନ୍ଧୁକ, ଚପଲ ,ଠେଙ୍ଗା ଆଦି ପଡିଥିବାର ଦେଖିବାକୁ ପାଇଥିଲେ। ଏସଂକ୍ରାନ୍ତରେ ମୃତ କୁମର ଛତ୍ରିଆର ବାପା ଜୟରାମ ଛତ୍ରିଆ କତରବଗା ଥାନାରେ ଦେଇଥିବା ଏତଲା ଆଧାରରେ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଜାରି ରହିଛି ବୋଲି ଆଇଆଇସି ଶ୍ରୀ ରଣା କହିଛନ୍ତି। ବନ୍ଧୁକ ଧରି ଦୌଡୁ ଥିବା ବେଳେ ଗୁଳି ଫୁଟି କୁମର ଛତ୍ରିଆ ମୃତ୍ୟୁ ବରଣ କରିଛି ନା ତାକୁ ହତ୍ୟା କରାଯାଇଛି ଏହାକୁ ନେଇ ପୁଲିସ ପକ୍ଷରୁ ବ୍ୟାପକ ତନାଘନା ଜାରି ରହିଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories