ଭୁବନେଶ୍ବର : କରୋନା ସ୍ଥିତି ନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଚ୍ଚନାୟକ ସମୀକ୍ଷା କରିଛନ୍ତି। ପରିସଂଖ୍ୟାନ ଦୃଷ୍ଟିରୁ ରାଜ୍ୟରେ କରୋନା ନିମ୍ନଗାମୀ ହେଉଛି। ଏହା ଏକ ଭଲ ଲକ୍ଷଣ, ଏଥିପାଇଁ ଯେଉଁ ମାନଙ୍କର ଭୂମିକା ରହିଛି ସେମାନଙ୍କୁ ମୁଖ୍ୟମନ୍ତ୍ରୀ ସାବାସୀ ଦେଇଛନ୍ତି। ଏହାସହ ଦ୍ରବ୍ୟ ପରିବହନର ଯେପରି ଭାବେ ବାଧା ନ ହୁଏ ଓ କୃଷିଜାତ ଦ୍ରବ୍ୟ ପରିବହନରେ ଯେମିତି ଆଦୌ ବାଧା ନ ସୃଷ୍ଟି ହେଉ ସେଥିପ୍ରତି ଧ୍ୟାନଦେବାକୁ ମୁଖ୍ୟ ଶାସନ ସଚିବ ଓ ପୁଲିସ ଡିଜିଙ୍କୁ ମୁଖ୍ୟମନ୍ତ୍ରୀ କଡା ନିର୍ଦ୍ଦେଶ ଦେଇଛନ୍ତି । ଏହି ଅବସରରେ ଘରୋଇ ହିଂସା ବୃଦ୍ଧି ପାଉଥିବାରୁ ଏଥିପ୍ରତି ବିଶେଷ ଭାବେ ଦୃଷ୍ଟି ଦେବସହ ଅଭ୍ୟାସଗତ ଅପରାଧୀଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
Popular Categories



