ଗଡ଼ିବନି ରେଳଗାଡ଼ି, ଉଡ଼ିବ ନାହିଁ ବିମାନ
ସମାଜ ପୋର୍ଟାଲ ଡେସ୍କ: ମହାମାରୀ କରୋନା ସଂକ୍ରମଣ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ପୁଣିଥରେ ମେ ୩ ଯାଏଁ ଲକ୍ ଡାଉନ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ଲକ୍ ଡାଉନ ଘୋଷଣା କରିବା ପରେ ଭାରତୀୟ ରେଳ ବିଭାଗ ମେ ୩ ଯାଏଁ ଦେଶର ସମସ୍ତ ଯାତ୍ରୀବାହୀ ଟ୍ରେନ୍ ସେବା ବାତିଲ କରିଥିଲେ । ରେଳ ବିଭାଗ ପରେ ପରେ ଭାରତୀୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ମଧ୍ୟ ମେ ୩ ତାରିଖ ରାତି ୧୧: ୫୯ ଯାଏଁ ସମସ୍ତ ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିବ ବୋଲି ଟୁଇଟ୍ କରି ଘୋଷଣା କରିଛନ୍ତି ।
All domestic and international scheduled Airlines operations shall remain suspended till 11.59 pm of 3rd May 2020.
— MoCA_GoI (@MoCA_GoI) April 14, 2020
Comments are closed.