ଭୁବନେଶ୍ଵର: ଦେଶରେ ଯାତ୍ରୀବାହୀ ଟ୍ରେନ ଚଳାଚଳ ଆରମ୍ଭ ହୋଇଛି। ଦେଶର ୧୫ଟି ଷ୍ଟେଶନରେ ୧୫ ଯୋଡ଼ା ଅର୍ଥାତ ୩୦ଟି ଟ୍ରେନ ଚଳାଚଳ କରୁଛି। ଏହି ପରିପ୍ରେକ୍ଷୀରେ ବୁଧବାର ଭୁବନେଶ୍ଵର ଷ୍ଟେଶନରୁ ଏକ ଟ୍ରେନ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ପୂର୍ବାହ୍ନ ୧୦ଟାରୁ ଏହି ଟ୍ରେନ ଭୁବନେଶ୍ଵର ଷ୍ଟେଶନ ଛାଡ଼ିଛି। ଏଥିରେ ୫୪୫ ଯାତ୍ରୀ ଯାତ୍ରା କରିଛନ୍ତି। ଯାତ୍ରା ଆରମ୍ଭ ପୂର୍ବରୁ ଟ୍ରେନକୁ ସାନିଟାଇଜ କରାଯାଇଥିଲା। ଯାତ୍ରୀମାନଙ୍କ ଲାଗି ଷ୍ଟେଶନରେ ହ୍ୟାଣ୍ଡୱାଶ ଏବଂ ସାନିଟାଇଜରରେ ହାତ ପରିଷ୍କାର କରିବା ବ୍ୟବସ୍ଥା ହୋଇଥିଲା।
Popular Categories



