www.samajalive.in
Saturday, December 6, 2025
16.1 C
Bhubaneswar

୨୦ ବର୍ଷରେ ଚୀନରୁ ଆସିଛି ୫ ମହାମାରୀ ଭୂତାଣୁ: ରବର୍ଟ ବ୍ରାଏନ

ୱାଶିଂଟନ: ବିଗତ ୨୦ ବର୍ଷରେ ଚୀନରୁ ୫ଟି ମହାମାରୀ ଭୂତାଣୁ ଆସିଛି, ଯାହା ସାରା ବିଶ୍ଵରେ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିଛି। ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ରବର୍ଟ ଓ ବ୍ରାଏନ ଚୀନ ବିରୋଧରେ ଏପରି ମନ୍ତବ୍ୟ ଦେବା ସହିତ ଏହାକୁ ରୋକିବାକୁ ହେବ ବୋଲି କହିଛନ୍ତି। କରୋନା ଭୂତାଣୁକୁ ନେଇ ବିଶ୍ଵର ୨ଟି ଶକ୍ତିଶାଳୀ ଦେଶ ଆମେରିକା ଏବଂ ଚୀନ ମଧ୍ୟରେ ଉତ୍ତେଜନା ଜାରି ରହିଥିବାବେଳେ ବ୍ରାଏନଙ୍କ ଏପରି ମନ୍ତବ୍ୟ ବେଶ୍‌ ଗୁରୁତ୍ଵ ବହନ କରୁଛି।

ବିଶ୍ଵବ୍ୟାପୀ ୨ ଲକ୍ଷ ୯୨ ହଜାର ଜୀବନ ନେଇସାରିଥିବା କରୋନା ଭୂତାଣୁ ପାଇଁ ରବର୍ଟ ଚୀନକୁ ଦାୟୀ କରିଛନ୍ତି। ହ୍ବାଇଟହାଉସରେ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ବିଶ୍ଵବ୍ୟାପୀ ଲୋକମାନେ ଚୀନ ବିରୋଧରେ ଛିଡ଼ା ହେବେ ଏବଂ ଚୀନ ସରକାରଙ୍କୁ କହିବେ ଆମେ ଚୀନରୁ ଆସୁଥିବା ମହାମାରୀ ଭୂତାଣୁକୁ ସହ୍ୟ କରିପାରିବୁ ନାହିଁ। ସେହି ଭୂତାଣୁ ପଶୁ ବଜାରରୁ ଆସିଥାଉ କିମ୍ବା ଲାବରେଟୋରିରୁ ଆସୁ। ରବର୍ଟ ଓ ବ୍ରାଏନ ଆହୁରି କହିଥିଲେ, ଆମେ ଜାଣିଛୁ କରୋନା ଭୂତାଣୁ ଉହାନ ସହରରୁ ଆସିଛି ଏବଂ ଏହାର ପ୍ରମାଣ ରହିଛି ଯେ ଏହା କୌଣସି ପଶୁ ବଜାର କିମ୍ବା ଲାବରେଟୋରିରୁ ଆସିଛି। ବିଗତ ୨୦ ବର୍ଷରେ ଚୀନରୁ ୫ଟି ମହାମାରୀ ଭୂତାଣୁ ଆସିଛି। ଜନସ୍ବାସ୍ଥ୍ୟ କ୍ଷେତ୍ରରେ ଏପରି ଭୟାବହ ପରିସ୍ଥିତିରେ ଦୁନିଆ କିପରି ରହିପାରିବ, ଯାହା ଚୀନରୁ ଆରମ୍ଭ ହୋଇ ପୁରା ବିଶ୍ଵକୁ ବ୍ୟାପିଛି। ଚୀନରୁ ଆସିଥିବା ୫ ମହାମାରୀ ଭୂତାଣୁ ସବୁ କ’ଣ ତାହା ବ୍ରାଏନ କହିନାହାନ୍ତି। ତେବେ ଚୀନକୁ ସହଯୋଗ କରିବା ଲାଗି ଆମେ ସ୍ବାସ୍ଥ୍ୟ ବିଶେଷଜ୍ଞମାନଙ୍କୁ ପଠାଇବା ଲାଗି ପ୍ରସ୍ତାବ ଦେଇଥିଲୁ, ଯାହାକୁ ସେମାନେ ଅସ୍ବୀକାର କରିଦେଇଛନ୍ତି ବୋଲି ବ୍ରାଏନ କହିଛନ୍ତି।

Hot this week

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

Related Articles

Popular Categories