www.samajalive.in
Saturday, December 6, 2025
15.1 C
Bhubaneswar

କେଉଁ କ୍ଷେତ୍ରକୁ କେତେ ଆର୍ଥିକ ପ୍ୟାକେଜ୍‌ ? ଅପରାହ୍ନ ୪ଟାରେ ଘୋଷଣା କରିବେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ଅପରାହ୍ନ ୪ଟାରେ ସାମ୍ବାଦିକ ସମ୍ମିଳନୀ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ ସେଥିରୁ କେଉଁ କ୍ଷେତ୍ରକୁ କେତେ ପ୍ରୋତ୍ସାହନ ଦିଆଯିବ ସେନେଇ ଅର୍ଥମନ୍ତ୍ରୀ ଘୋଷଣା କରିବେ।

କରୋନା ସଙ୍କଟ ସମୟରେ ଦେଶର ଅର୍ଥନୀତି ମାନ୍ଦାବସ୍ଥା ମଧ୍ୟରେ ଗତି କରୁଥିବାବେଳେ ଏଥିରେ ସୁଧାର ଆଣିବା ଲାଗି ପ୍ରଧାମନ୍ତ୍ରୀ ଆତ୍ମନିର୍ଭର ଅଭିଯାନର ଘୋଷଣା କରିଥିଲେ। ଏଥିପାଇଁ ପ୍ରଧାନମନ୍ତ୍ରୀ ୨୦ ଲକ୍ଷ କୋଟି ଟଙ୍କାର ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପ୍ରତି କ୍ଷେତ୍ର ପାଇଁ ଆର୍ଥିକ ପ୍ୟାକେଜରେ ଗୁରୁତ୍ଵପୂର୍ଣ୍ଣ ଘୋଷଣା କରାଯିବ। ଅର୍ଥ ମନ୍ତ୍ରଣାଳୟ ଏହାର ବିସ୍ତୃତ ସୂଚନା ଦେବ।

- Advertisement -

ମୋଦୀ କହିଥିଲେ, ଏହି ଆର୍ଥିକ ପ୍ୟାକେଜ ଜରିଆରେ ଦେଶର ବିଭିନ୍ନ ବର୍ଗକୁ ୨୦ ଲକ୍ଷ କୋଟିର ସମ୍ବଳ ମିଳିବ। ଏହି ପ୍ୟାକେଜ ୨୦୨୦ରେ ଦେଶର ବିକାଶ ଯାତ୍ରାକୁ ନୂଆ ଗତି ଦେବ। ଆତ୍ମନିର୍ଭରଶୀଳ ଭାରତର ସଙ୍କଳ୍ପ ପୂରା କରିବା ପାଇଁ ଏହି ପ୍ୟାକେଜରେ ଜମି, ଶ୍ରମ, ଲିକ୍ବିଡିଟି ସମସ୍ତ କ୍ଷେତ୍ରକୁ ଗୁରୁତ୍ଵ ଦିଆଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories