www.samajalive.in
Saturday, December 13, 2025
26.1 C
Bhubaneswar

କେଉଁ କ୍ଷେତ୍ରକୁ କେତେ ଆର୍ଥିକ ପ୍ୟାକେଜ୍‌ ? ଅପରାହ୍ନ ୪ଟାରେ ଘୋଷଣା କରିବେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ଅପରାହ୍ନ ୪ଟାରେ ସାମ୍ବାଦିକ ସମ୍ମିଳନୀ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ ସେଥିରୁ କେଉଁ କ୍ଷେତ୍ରକୁ କେତେ ପ୍ରୋତ୍ସାହନ ଦିଆଯିବ ସେନେଇ ଅର୍ଥମନ୍ତ୍ରୀ ଘୋଷଣା କରିବେ।

କରୋନା ସଙ୍କଟ ସମୟରେ ଦେଶର ଅର୍ଥନୀତି ମାନ୍ଦାବସ୍ଥା ମଧ୍ୟରେ ଗତି କରୁଥିବାବେଳେ ଏଥିରେ ସୁଧାର ଆଣିବା ଲାଗି ପ୍ରଧାମନ୍ତ୍ରୀ ଆତ୍ମନିର୍ଭର ଅଭିଯାନର ଘୋଷଣା କରିଥିଲେ। ଏଥିପାଇଁ ପ୍ରଧାନମନ୍ତ୍ରୀ ୨୦ ଲକ୍ଷ କୋଟି ଟଙ୍କାର ସ୍ବତନ୍ତ୍ର ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ପ୍ରତି କ୍ଷେତ୍ର ପାଇଁ ଆର୍ଥିକ ପ୍ୟାକେଜରେ ଗୁରୁତ୍ଵପୂର୍ଣ୍ଣ ଘୋଷଣା କରାଯିବ। ଅର୍ଥ ମନ୍ତ୍ରଣାଳୟ ଏହାର ବିସ୍ତୃତ ସୂଚନା ଦେବ।

- Advertisement -

ମୋଦୀ କହିଥିଲେ, ଏହି ଆର୍ଥିକ ପ୍ୟାକେଜ ଜରିଆରେ ଦେଶର ବିଭିନ୍ନ ବର୍ଗକୁ ୨୦ ଲକ୍ଷ କୋଟିର ସମ୍ବଳ ମିଳିବ। ଏହି ପ୍ୟାକେଜ ୨୦୨୦ରେ ଦେଶର ବିକାଶ ଯାତ୍ରାକୁ ନୂଆ ଗତି ଦେବ। ଆତ୍ମନିର୍ଭରଶୀଳ ଭାରତର ସଙ୍କଳ୍ପ ପୂରା କରିବା ପାଇଁ ଏହି ପ୍ୟାକେଜରେ ଜମି, ଶ୍ରମ, ଲିକ୍ବିଡିଟି ସମସ୍ତ କ୍ଷେତ୍ରକୁ ଗୁରୁତ୍ଵ ଦିଆଯାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories