www.samajalive.in
Monday, December 15, 2025
26.1 C
Bhubaneswar

ରାଜ୍ୟରେ ସାର ଅଭାବ ନେଇ ବିଜେଡିର ଧାରଣା

ଭୁବନେଶ୍ଵର : ସବୁଠି ସାର ସମସ୍ୟା। ଚାଷୀଙ୍କୁ ସାର ନମିଳିବା , କଳାବଜାରୀ ଓ ଚାଷୀ ମାରଣ ନୀତି ବିରୁଦ୍ଧରେ ଆଜି ରାଜଭବନ ସମ୍ମୁଖରେ ବିଜେଡି ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଛି।  ରାଜ୍ୟରେ ସାରର ଅଭାବ ନାହିଁ ବୋଲି ସରକାର କହୁଥିବାବେଳେ ଚାଷୀଙ୍କୁ କଣ ପାଇଁ ସାର ମିଳୁନି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ନେତା। ଦଳ ରାଜ୍ୟପାଳଙ୍କୁ ଭେଟି ଦାବି ପତ୍ର ମଧ୍ୟ ପ୍ରଦାନ କରିଛି । ବିଜେଡି ନେତା ଓ କର୍ମୀମାନେ ବ୍ୟାରିକେଡ୍ ଭାଙ୍ଗି ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ଫଳରେ ରାଜଭବନ ଆଗରେ ବିଜେଡି କର୍ମୀ -ପୁଲିସ୍ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା। ସେପଟେ ଗଞ୍ଜାମ ଦିଗପହଣ୍ଡିରେ ମଧ୍ୟ ପ୍ରାଥମିକ ସେବା ସମବାୟ ସମିତି କାର୍ଯ୍ୟାଳୟ ପକ୍ଷରୁ ଚାଷୀ ମାନଙ୍କୁ ସାର ବଣ୍ଟନ କରାନଯାଇ ରବିବାର ରାତି ଅଧରେ ସମିତି ସମ୍ପାଦକ ନିଜ ସମ୍ପର୍କୀୟ ଏବଂ କିଛି ବ୍ୟବସାୟୀଙ୍କୁ ବେଆଇନ ଭାବେ ବିକ୍ରି କରିଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଆଜି ଶହ ଶହ ଚାଷୀ ଗଣିଆନାଳ ଛକରେ ଏକତ୍ରିତ ହୋଇ ବ୍ରହ୍ମପୁର-ଦିଗପହଣ୍ଡି ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡି ଅଟକି ରହିଥିଲା। ଖବର ପାଇ ଦିଗପହଣ୍ଡି ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଚାଷୀଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ସ୍ଵାଭାବିକ ହୋଇଥିଲା।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories