www.samajalive.in
Sunday, December 7, 2025
26.1 C
Bhubaneswar

୨୭ରେ ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ

ଭୁବନେଶ୍ବର : ଆସନ୍ତା ୨୭ରେ ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ। ଶଙ୍ଖଭବନରେ ହେବାକୁ ଥିବା ଏହି ବୈଠକରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଯୋଗଦେବେ। ବୈଠକରେ ଦଳର ଆଗାମୀ କାର୍ଯ୍ୟଖସଡ଼ା ପ୍ରସ୍ତୁତ ହେବା ସହ ନିର୍ବାଚନ ପରାଜୟର କାରଣ ସମ୍ପର୍କରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ବରିଷ୍ଠ ବିଜେଡି ନେତା ଦେବୀପ୍ରସାଦ ମିଶ୍ରଙ୍କ ସୂଚନା ଅନୁଯାୟୀ, ଜିଲାଗୁଡ଼ିକର ସାଂଗଠନିକ କର୍ମକର୍ତ୍ତାଙ୍କ ସହ ଆଲୋଚନା ଏବଂ ଦଳ ସଭାପତି ଶ୍ରୀ ପଟ୍ଟନାୟକଙ୍କ ସହ ମତବିନିମୟ ଜାରି ରହିଛି। ୨୦ ଜିଲା କର୍ମକର୍ତ୍ତାଙ୍କ ସହ ଆଲୋଚନା ସରିଲାଣି। ଆଗକୁ ହେବାକୁ ଥିବା ବିଜେଡିର ପଦଯାତ୍ରା, ସଦସ୍ୟତା ଓ ଅନ୍ୟ ସାଂଗଠନିକ କାର୍ଯ୍ୟକ୍ରମ ଉପରେ ବିଚାର କରାଯାଉଛି। ୨୭ ତାରିଖ ଦିନ ଏ ବିଷୟରେ ଆଲୋଚନା ପାଇଁ ବୈଠକ ଡକାଯାଇଛି ବୋଲି ସେ କହିଛନ୍ତି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories