www.samajalive.in
Tuesday, December 9, 2025
26.1 C
Bhubaneswar

ଶ୍ରୀଲିଙ୍ଗରାଜଙ୍କ ଖାତାକୁ ଫେରିବ ୧୭୦ ଏକର ଜମି

ଭୁବନେଶ୍ବର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଖାତାକୁ ଫେରିବ ୧୭୦ଏକର ଜମି। ଢେଙ୍କାନାଳ ଜିଲା ଗଁଦିଆ ତହସିଲର ପଟୁଆଭିଲି ଓ ବଲ୍ଲଭ ମୌଜାର ବାଇଁସିଆ ରାଜସ୍ବ ଅଞ୍ଚଳରେ ଏହି ଜମି ବେବନ୍ଦୋବସ୍ତ ହୋଇ ଗଡୁଥିଲା। ମନ୍ଦିର ପ୍ରଶାସନ ସେଠାରେ ଏତେ ପରିମାଣର ଜମି ଥିବା ଜାଣିପାରି ନ ଥିଲା କିମ୍ବା ଦିଅଁଙ୍କ ସମ୍ପତ୍ତି ତାଲିକାରେ ଏହି ଜମିର ହିସାବ ମଧ୍ୟ ରଖିନଥିଲା। କିଛିମାସ ତଳେ ଲିଙ୍ଗରାଜଙ୍କ ଆଇନ ପ୍ରଣୟନ ହେବା ଲାଗି ପ୍ରଶାସନିକ ସ୍ତରରେ କସରତ ଆରମ୍ଭ ହେବାରୁ ଢେଙ୍କାନାଳରେ ଏତେ ପରିମାଣର ଜମି ରହିଥିବା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନଜରକୁ ଆସିଥିଲା। ୧୭୦ ଏକର ଜମିକୁ ଦିଅଁଙ୍କ ଖାତାକୁ ଆଣିବା ଲାଗି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଟ୍ରଷ୍ଟ ବୋର୍ଡ ଅନୁମତିକ୍ରମେ ଉଦ୍ୟମ ଆରମ୍ଭ କରିଥିଲେ।

ଅନ୍ୟପକ୍ଷରେ ଏତେ ପରିମାଣ ଜମିରେ ସ୍ଥାନୀୟ ଲୋକେ ଅୟସ କରୁଥିଲେ। ଦୁଇଟି ମୌଜାର ଜମି ପାଖାପାଖି ହୋଇ ରହିଥିବାରୁ ଯେକେହି ଦେଖିବ ଲୋଭାନ୍ବିତ ହୋଇପଡିବ। ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଢେଙ୍କାନାଳ ଯାଇ ତହସିଲଦାରଙ୍କ ସହ ଯୋଗାଯୋଗ କରିଥିଲେ। ତହସିଲଦାର ଉପଜିଲାପାଳଙ୍କ କୋର୍ଟରେ ଏକ ମାମଲା ଦାଏର କରି ଦିଅଁଙ୍କ ଖାତାକୁ ଏହି ଜମି ଆଣିବା ଲାଗି ଉଦ୍ୟମ ଆରମ୍ଭ କରିଥିଲେ। ମନ୍ଦିର ପ୍ରଶାସନକୁ ଲକ୍ଷାଧିକ ଟଙ୍କା ସଲାମି ଦେବା ପାଇଁ କୋର୍ଟ ତାଙ୍କ ରାୟରେ ଶୁଣାଇଥିଲେ। ଏକାମ୍ର ବିକାଶ ତଥା ଲକ୍‌ଡାଉନ ସମୟରେ ମନ୍ଦିର ପ୍ରଶାସନ ଗତବର୍ଷଠାରୁ ଦିଅଁଙ୍କ ଆୟ ପନ୍ଥା ହରାଇଛି। ଏତେ ପରିମାଣର ସଲାମି ଅର୍ଥ ଦେଇ ଆଣିବା ମନ୍ଦିର ପ୍ରଶାସନ ପକ୍ଷେ ସମ୍ଭବ ନୁହେଁ। ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଦିଅଁଙ୍କ ତରଫରୁ ପକ୍ଷଭୁକ୍ତ ହୋଇ ଅତିରିକ୍ତ ଜିଲାପାଳଙ୍କ କୋର୍ଟରେ ମାମଲା ଦାଏର କଲେ। ଅତିରିକ୍ତ ଜିଲାପାଳଙ୍କ କୋର୍ଟ ପ୍ରତିପକ୍ଷଙ୍କ ଆବେଦନ ତଥା ଦେବୋତ୍ତର କମିସନରଙ୍କ ସୁପାରିସ କ୍ରମେ ତଳ କୋର୍ଟର ବିଚାରକୁ ତର୍ଜମା କରି ସଲାମି ଅର୍ଥକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରି ପିଛିଲା କରଧାର୍ଯ୍ୟ କରିବା ଲାଗି ତହସିଲଦାରଙ୍କୁ ନିର୍ଦେଶ ଦେଇଥିଲେ। ଯାହାଫଳରେ ମନ୍ଦିର ପ୍ରଶାସନ ଦିଅଁଙ୍କ ଜମି ଫେରାଇ ଆଣିବାରେ ସକ୍ଷମ ହୋଇପାରିଛି। ଖୁବ୍‌ଶୀଘ୍ର ମନ୍ଦିର ପ୍ରଶାସନ ତରଫରୁ ପିଛିଲା କର ଦାଖଲ କରି ଉକ୍ତ ଜମିକୁ ନିଜ ଅଧୀନକୁ ଆଣିବା ପାଇଁ ଉଦ୍ୟମ କରାଯିବ ବୋଲି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାସ କହିଛନ୍ତି।
ସୂଚନାଯୋଗ୍ୟ, ଏକାମ୍ରକ୍ଷେତ୍ରରେ ଲିଙ୍ଗରାଜଙ୍କ ନାମରେ ଥିବା ଜମିକୁ ମାଫିଆମାନେ ଜାଲିଆତି କରି ବିକି ଦେଉଥିବା ବେଳେ ଢେଙ୍କାନାଳ ଜିଲାର ରାଜସ୍ବ ବିଭାଗ ତଥା ଜିଲା ପ୍ରଶାସନର ଉଦ୍ୟମକ୍ରମେ ଏତେ ପରିମାଣର ଜମି ଦିଅଁଙ୍କ ଖାତାକୁ ଫେରିବା ସମ୍ଭବ ହୋଇପାରିଛି।

Hot this week

ଭାରତର ପ୍ରଥମ ଉଇକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ପ୍ରଥମ ଝଟ୍‌କା ଲାଗିଛି।...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories