www.samajalive.in
Sunday, December 7, 2025
23.1 C
Bhubaneswar

କୃଷକ ଆନ୍ଦୋଳନକୁ ସମର୍ଥନ କରି ନବନିର୍ମାଣ ଯୁବଛାତ୍ର ସଂଗଠନର ବିଶାଳ ବାଇକ ଶୋଭାଯାତ୍ରା

ଭୁବନେଶ୍ବର : କେନ୍ଦ୍ରର ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀରେ ଜାରି ରହିଥିବା କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ ଆଜି ନବନିର୍ମାଣ ଯୁବଛାତ୍ର ସଂଗଠନ ଏକ ବିଶାଳ ବାଇକ ଶୋଭାଯାତ୍ରା କରିଛି ।ନବନିର୍ମାଣ ଯୁବଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ଏମଡି.ମନୱର ଅଲ୍ଲୀଙ୍କ ନେତୃତ୍ୱରେ ଆଜି ଶହ ଶହ ଯୁବଛାତ୍ର ବାଇକ ଶୋଭାଯାତ୍ରାରେ ଯୋଗ ଦେଇଥିଲେ । ରାଜ୍ୟ ସଂଯୋଜକ  ଅଲ୍ଲୀ କହିଛନ୍ତି କେନ୍ଦ୍ର ସରକାର ପ୍ରଣୟନ କରିଥିବା ଏ କୃଷି ଆଇନରେ ପୁଞ୍ଜିପତି ଲାଭବାନ୍ ହେବେ ଏବଂ ଚାଷୀ ହତାଶ ହେବ।

- Advertisement -

ସରକାର ଏହି କଳା ଆଇନକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ ଯଦି ପ୍ରତ୍ୟାହାର ନ କରିବେ ଆଗାମୀ ଦିନ ହଜାର ହଜାର  ଯୁବଛାତ୍ର ଓଡ଼ିଶାରୁ ଦିଲ୍ଲୀ ବାହାରିବେ । ଏଥି ସହିତ ଆସନ୍ତା ୮ ତାରିଖ ଚାଷୀଙ୍କ ଭାରତ ବନ୍ଧ ଡାକରାରେ ସମସ୍ତେ ସହଯୋଗ କରିବା ପାଇଁ ନବନିର୍ମାଣ ଯୁବଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ଏମଡି.ମନୱର ଅଲ୍ଲୀ ଅନୁରୋଧ କରିଛନ୍ତି । ଆଜିର ଏହି ପ୍ରତିବାଦ ରେ ଭୁବନେଶ୍ୱର ସଂଯୋକ ଅମିତ ଜେନା , ରଞ୍ଜନ ନାୟକ ,ଯୋଶବନ୍ତ ଦାସ ,ଦେବାଶିଷ ନାୟକ , ଅମାର୍ଜିତ ସ୍ୱାଇଁ ,ରାୟ ରଞ୍ଜନ ମୋହାନ୍ତି, ପ୍ରଶାନ୍ତ ପରିଡ଼ା, ବୁଲୁ ଜେନା ,ସୁନୀଲ ନାୟକ ,ତସର ଖାଁ, ଜୟନ୍ତ ଗୋସ୍ୱାମୀ ,ସୌମ୍ୟ ରଞ୍ଜନ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories