www.samajalive.in
Monday, December 15, 2025
16.1 C
Bhubaneswar

‘ରେଡ୍‌ ସ୍ବସ୍ତିକ୍’ର କରୋନା ସହାୟତା: କମିଶନରେଟ୍‌ ପୁଲିସକୁ ୫୦୦ ଭାଇଜର୍‌, ସଫେଇ କର୍ମଚାରୀଙ୍କୁ ଶୁଖିଲା ଖାଦ୍ୟ ପୁଡ଼ିଆ

ଭୁବନେଶ୍ୱର : କରୋନା ମହାମାରୀ ସଂକ୍ରମଣକୁ ପ୍ରତିହତ ଓ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ପୁଲିସ୍ ବାହିନୀ ସବୁବେଳେ ପ୍ରସ୍ତୁତ ରହିଛି। କରୋନା ସଂକ୍ରମଣକୁ ଭୟ ନକରି ସେମାନେ ଲୋକଙ୍କୁ ସେବା ଯୋଗାଇ ଆସୁଛନ୍ତି ଓ କରୋନା ଲଢେଇରେ ମୁଖ୍ୟ ଯୋଦ୍ଧା ଭାବେ ଦାୟିତ୍ବ ନିର୍ବାହ କରୁଛନ୍ତି। ନିଜ ଜୀବନକୁ ବାଜି ଲଗାଇ ସମାଜର ହିତରେ ନିଜକୁ ଉତ୍ସର୍ଗ କରିଥିବା ଏହି ଯୋଦ୍ଧାଙ୍କ ସୁରକ୍ଷା ପାଇଁ ସ୍ବେଚ୍ଛାସେବୀ ସଂଗଠନ ରେଡ୍ ସ୍ବସ୍ତିକ୍ ଓଡିଶା ଶାଖା ପକ୍ଷରୁ ସହାୟତାର ହାତ ବଢ଼ାଇଛି। କରୋନା ଭୂତାଣୁ ସେମାନଙ୍କୁ ଯେଭଳି ସଂକ୍ରମିତ ନ କରିବା ସେଥିପାଇଁ କମିସନରେଟ୍ ପୋଲିସଙ୍କୁ ୫୦୦ ଭାଇଜର୍‌ ପ୍ରଦାନ କରାଯାଇଛି। କମିଶନରେଟ୍‌ ପୁଲିସ କାର୍ଯ୍ୟାଳୟଠାରେ ଆୟୋଜିତ ନିରାଡ଼ମ୍ବର କାର୍ଯ୍ୟକ୍ରମରେ ପୁଲିସ କମିସନର ଡଃ ସୁଧାଂଶୁ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ଏହି ୫୦୦ ଭାଇଜର ପ୍ରଦାନ କରାଯାଇଛି। ସେହିପରି ଅନ୍ୟତମ କରେନା ଯୋଦ୍ଧା ସଫେଇ କର୍ମଚାରୀଙ୍କୁ ମଧ୍ୟ ରେଡ୍‌ ସ୍ବସ୍ତିକ୍‌ ପକ୍ଷରୁ ମାଗଣା ଶୁଖିଲା ଖାଦ୍ୟ ପୁଡ଼ିଆ ବଣ୍ଟନ କରାଯାଇଛି। ଭିଏସ୍‌ଏସ୍‌ନଗର ୟୁଜିୟୁପି ସ୍କୁଲରେ ଆୟୋଜିତ କାର୍ଯ୍ୟକ୍ରମରେ ରେଡ୍ ସ୍ବସ୍ତିକ୍ ଏବଂ ଅଲ୍‌ ଓଡ଼ିଶା ବ୍ୟାଙ୍କ ଏମ୍ପ୍ଲୟିଜ୍‌ ଆସୋସିଏସନ ପକ୍ଷରୁ ବିଏମ୍‌ସି କମଚାରୀଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ପୁଡ଼ିଆ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେଡ୍ ସ୍ବସ୍ତିକ୍ ଓଡ଼ିଶା ଶାଖାର ସଚିବ ଦେବାଶିଷ୍ ପଟ୍ଟନାୟକଙ୍କ ସହ ଅନ୍ୟ କର୍ମକର୍ତା ମାନେ ଉପସ୍ଥିତ ଥିଲେ। ଆଗାମୀ ଦିନର ରେଡ୍ ସ୍ବସ୍ତିକ୍ ପକ୍ଷରୁ ଏହି ଭଳି ଅନନ୍ୟ ପ୍ରୟାସ କାର୍ଯ୍ୟକ୍ରମ ଜାରି ରହିବ ବୋଲି ସଚିବ ଦେବାଶିଷ ପଟ୍ଟନାୟକ ପ୍ରକାଶ କରିଥିଲେ। ଏହି ଅବସରରେ କରେନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସମସ୍ତେ ନିୟମିତ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ବ ବଜାୟ ରଖିବା ନେଇ ସଚେତନତା ସୃଷ୍ଟି କରାଯାଇଥିଲା।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories