www.samajalive.in
Saturday, December 13, 2025
23.1 C
Bhubaneswar

ଲେଫ୍ଟନାଣ୍ଟ ଜେନେରାଲ କେ.ପି ଧଳସାମନ୍ତଙ୍କ ବିୟୋଗରେ ରାଜ୍ୟ ବିଜେପିର ଗଭୀର ଶୋକ

ଭୁବନେଶ୍ୱର : ଅବସରପ୍ରାପ୍ତ ସେନା ଅଧିକାରୀ ଲେଫ୍ଟନାଣ୍ଟ ଜେନେରାଲ କେ.ପି ଧଳସାମନ୍ତଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି,ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ ନାଏକ, ପୂର୍ବତନ ମନ୍ତ୍ରୀ ଶ୍ରୀ କେ.ଭି ସିଂହଦେ ଓ ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଭୃଗୁ ବକ୍ସିପାତ୍ର ଏବଂ ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଗଭୀର ଶୋକ ପ୍ରକାଶ କରିବା ସହ ସ୍ୱର୍ଗତଃ ଆତ୍ମାର ସଦଗତି କାମନା କରିଛନ୍ତି।

ସ୍ୱର୍ଗତଃ ଧଳସାମନ୍ତ ୧୯ ବର୍ଷ ବୟସରୁ ଭାରତୀୟ ସେନାରେ ସାମିଲ ହୋଇ ଦେଶ ସେବା ଆରମ୍ଭ କରିଥିଲେ। ୧୯୭୧ ମସିହାରେ ଇଣ୍ଡୋ – ପାକିସ୍ତାନୀ ଯୁଦ୍ଧ ଏବଂ ୧୯୯୯ରେ କାରଗିଲ ଯୁଦ୍ଧରେ ଭାରତ ବିଜୟୀରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଯୁଦ୍ଧରେ ନିଜ ବୀରତ୍ୱ ପାଇଁ ତାଙ୍କୁ ପୁରବୀ ଷ୍ଟାର ସମ୍ମାନରେ ସମ୍ମାନୀତ କରାଯାଇଥିଲା। ଅବସର ପୂର୍ବରୁ ସେ ରାଷ୍ଟ୍ରୀୟ ରାଇଫଲ ମହା ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଇଥିଲେ।

- Advertisement -

ଦେଶ ସୁରକ୍ଷା ପ୍ରସଙ୍ଗରେ ସେ ସର୍ବଦା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଆଭିମୁଖ୍ୟକୁ ସମର୍ଥନ ଜଣାଉଥିଲେ। କାଶ୍ମିରୀରୁ ଧାରା ୩୭୦ ଉଚ୍ଛେଦ ପରେ ବିଜେପିର ଜନସଂପର୍କ ଅଭିଯାନରେ ବିଜେପି ନେତୃବୃନ୍ଦ ତାଙ୍କୁ ଭେଟିବା ସମୟରେ ସେ ଏଭଳି ନିଷ୍ପତିକୁ ସ୍ୱାଗତ ଜଣାଇଥିଲେ। ତାଙ୍କ ବିୟୋଗ ପୂରା ସମାଜ ପାଇଁ ଏକ ଅପୂରଣୀୟ କ୍ଷତି। ସ୍ୱର୍ଗତଃ ଧଳସାମନ୍ତଙ୍କ ବିୟୋଗରେ ଶ୍ରୀ ମହାନ୍ତି, ଶ୍ରୀ ନାଏକ, ଶ୍ରୀ ସିଂହଦେଓ, ଶ୍ରୀ ବକ୍ସିପାତ୍ର ଏବଂ ଡ. ସାମନ୍ତସିଂହାର ଅତ୍ୟନ୍ତ ମର୍ମାହତ ବୋଲି କହିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।

Hot this week

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

Related Articles

Popular Categories