www.samajalive.in
Thursday, December 11, 2025
26.1 C
Bhubaneswar

କଟକଣା ପାଇଁ ବନ୍ଦ ରହିଲା ଗୋପାଳଭକ୍ତଙ୍କ ଜଳଲାଗି- ସାଧାରଣ ଦର୍ଶନ

ଆରଡି : ପବିତ୍ର ମହାବିଷୁବ (ପଣା) ସଂକ୍ରାନ୍ତି ତଥା ଓଡିଆ ନବବର୍ଷର ପ୍ରଥମ ଦିନରେ ରାଜ୍ୟର ପ୍ରସିଦ୍ଧ ଶୈବପୀଠ ଆରଡଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଏକମାସ ବ୍ୟାପି ଆରମ୍ଭ ହୋଇଛି ଶିଥଳଉପଚାର ନୀତି। ବିଶେଷକରି ମହାମାରୀ କରୋନା ପାଇଁ କଟକଣା ଜାରି ହୋଇଥିବାରୁ ମଣିବାବଙ୍କ ଶୀତଳ ଉପଚାର ନୀତିରେ ଗୋପାଳ ଭକ୍ତମାନଙ୍କର ଜଳଲାଗି ବନ୍ଦ କରିଦିଆଯାଇଥିଲା। ଅନ୍ୟପଟେ ମଣିବାବଙ୍କ ଶୀତଳଉପଚାର ନୀତି ଯେପରି ଭାବେ ସମ୍ପନ୍ନ ହେବ ସେଥିପାଇଁ ସେବାୟତମାନେ ନିକଟସ୍ଥ ବୈତରଣୀ ନଦୀ ସମେତ ପୁଣ୍ୟତୋୟା ଶିବଗଙ୍ଗା ପୁଷ୍କରିଣୀ ଜଳରେ ମଣିବାବଙ୍କୁ ଜଳଛାୟା କରିଥିଲେ କରିବା ସହିତ ସମସ୍ତ ନୀତିକାନ୍ତି କରିଥିଲେ। ଏପରିକି ପିଠରେ ପ୍ରଚଳିତ ନୂତନ ବିରଜାପାଞି ମଣିବାବଙ୍କ ନିକଟରେ ସମର୍ପଣ କରାଯିବା ପରେ ନୂଆପାଞ୍ଜି ପ୍ରଚଳନ କରାଯିବା ସହିତ ଜର୍ୟାତିଷଙ୍କ ଦ୍ୱାରା ମନ୍ଦିର ପ୍ରାଙ୍ଗଣରେ ପଠନ କରାଯାଇଥିଲା। ଏହି ଅବସରରେ ଭୋର ୪ଟାରେ ମନ୍ଦିରର ମୁଖ୍ୟ ଦ୍ୱାର ଫିଟା ହୋଇ ମନ୍ଦିର ମାର୍ଜନା ସହ ମଣିବାବାଙ୍କର ମଙ୍ଗଳ ଆଳତୀ, ମହୁ,ଘର୍ଷଣ ସ୍ନାନ,ଜଳାଭିଷେକ ସରିବା ପରେ ମଣିବାବାଙ୍କୁ ଦିଗମ୍ବର ବେଶରେ ସୁସଜ୍ଜିତ କରାଯାଇ ପହିଲୁ ବାଲ୍ୟଭୋଗ ଲାଗି କରାଯାଇଥିଲା। ପରେ ପଣାଭେ।।ଗ ଲାଗି କରିଥିଲେ। ପବିତ୍ର ବୈଶାଖ ମାସ ପ୍ରାରମ୍ଭରୁ ଏକମାସ ବ୍ୟାପୀ ମଣିବାବାଙ୍କର ଶୀତଳଉପଚାର ନୀତି ପାଇଁ ସେବାୟତମାନେ ମଧ୍ୟ ବ୍ରତ ରଖିଥାନ୍ତି। ସେହିପରି ମଣିବାବାଙ୍କ ଦୈନଦିନ ରୀତିନୀତି ଅନୁଯାୟୀ ଦିବା ୧ଟା ସୁଧା ସକାଳ ଧୂପ ସରିବା ପରେ ମଣିବାବାଙ୍କୁ ପୁର୍ନବାର ଦିଗମ୍ବର ବେଶରେ ସଜ୍ଜିତ କରାଯାଇ ବଡନିତୀ ଭୋଗ ଲାଗି କରାଯାଇଥିଲା। ପରେ ଏକ ଘଣ୍ଟା ଅବକାଶ ନିତୀ (ଶୟନ) କରାଯାଇଥିଲା। ୩ଟାର ପୁର୍ନବାର ପହୁଡ ଖୋଲା ହେବା ପରେ ମନ୍ଦିରର ସେବାୟତ ପରିବାରଙ୍କ ପକ୍ଷରୁ ପଣା ଭୋଗ ଲାଗି ହେବା ସହ ପ୍ରଶାସନ ପକ୍ଷରୁ ପଣା ଭୋଗ ଲାଗି କରାଯାଇ ଅପରାହ୍ନ ୪ଟାରେ ମନ୍ଦିର ଗମ୍ଭୀରା ଘର ସଫେଇ କରାଯାଇ ମଣିବାବାଙ୍କୁ ବିଭିନ୍ନ ଅଳଙ୍କାର , ଫୁଲ, ଚନ୍ଦନ ଦ୍ୱାରା ବଡସିଂହାର ବେଶରେ ସଜ୍ଜିତ କରାଯିବା ପରେ ସନ୍ଧ୍ୟାରେ ଷୋଡଶ ଉପଚାର ପୂଜା, ପଞ୍ଚଉପଚାର ପୂଜା ଆଳତୀ ସରିବା ପରେ ରାତ୍ର ୧୦ଟାରେ ବାଟୁଳାନିତୀ ଲାଗି ହୋଇ ଶେଷ ପହୁଡ କରାଯିବ ବୋଲି ମନ୍ଦିରର ସେବାୟତ ଓ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ସେହିପରି ମନ୍ଦିର ପ୍ରାଙ୍ଗଣରେ ଥିବା ହନୁମାନଙ୍କ ମନ୍ଦିରରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା।

ଆଖଣ୍ଡଳମଣିଙ୍କ ପୀଠରେ ପବିତ୍ର ମହାବିଷୁବ ସଂକ୍ରାନ୍ତି ଅବସରରରେ ପଣାଭୋଗ ଓ ପୂଜାର୍ଚ୍ଚନା କରିବା ପାଇଁ କେତେକ ଭକ୍ତ ଓ ସେବାୟତ କଟକଣାକୁ ନମାନି ପୀଠରେ ଭିଡ ଜମାଇଥିବା ବେଳେ ଆରଡି ପୁଲିସ ଓ ଧୁଷୁରୀ ପୁଲିସ ପକ୍ଷରୁ ଦୃଢ ପଦକ୍ଷପ ନିଆଯାଇଥିଲା। ଆରଡି ଫାଣ୍ଡି ଅଧିକାରୀ ପ୍ରଦୀପ ନାୟକ ଓ ଧୁଷୁରୀ ଏସଆଇ ଧୃଷ୍ଟରାଷ୍ଟ୍ର ମଲିକଙ୍କ ମିଳିତ ଭାବେ ପୀଠରେ ଭିଡ ଜମାଇଥିବା ଭକ୍ତମାନଙ୍କୁ ଘଉଡାଇଥିଲେ। ତାହାସହ ମନ୍ଦିର ମଧ୍ୟରେ ଅଧିକ ସମୟ ଧରି ପୂଜାର୍ଚ୍ଚନା ନକରିବା ପାଇଁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଥିଲେ ମଧ୍ୟ କେତେକ ସେବାୟତ ତାହାକୁ ଅମାନ୍ୟ କରି ମନ୍ଦିର ମଧ୍ୟରେ ଭିଡ ଜମାଇଥିବାରୁ ମନ୍ଦିର ପ୍ରଶାସନ ଓ ପୁଲିସ ପକ୍ଷରୁ ମନ୍ଦିର ଭିତରକୁ ଯାଇ ସେବାୟତମାନଙ୍କୁ ଘଉଡାଇଥିଲେ।

Hot this week

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

ଆମେରିକା, କୋରିଆ, ଜାପାନ… ସମସ୍ତଙ୍କୁ ପଛରେ ପକାଇ, ରେଳବାଇରେ ଭାରତ କିପରି ସଫଳ ହେଲା ?

ନୂଆଦିଲ୍ଲୀ: ଗତ ୭୫ ବର୍ଷ ମଧ୍ୟରେ ଭାରତ ରେଳ ବିଦ୍ୟୁତୀକରଣରେ ଉଲ୍ଲେଖନୀୟ...

ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲା: ଷଡ଼ଯନ୍ତ୍ରକାରୀ ଉମର ଖଲିଦକୁ ଅନ୍ତରୀଣ ଜାମିନ

ସମାଜଲାଇଭ ଡେସ୍କ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାର ଅଭିଯୁକ୍ତ...

Related Articles

Popular Categories