www.samajalive.in
Friday, December 12, 2025
16.1 C
Bhubaneswar

ବିବିସି କାର୍ଯ୍ୟାଳୟରେ ଆୟକର ଚଢ଼ଉ

ନୂଆଦିଲ୍ଲୀ: ମୁମ୍ବଇ ଓ ନୂଆଦିଲ୍ଲୀସ୍ଥିତ ବିବିସି କାର୍ଯ୍ୟାଳୟରେ ମଙ୍ଗଳବାର ଆୟକର ବିଭାଗ ଚଢଉ କରିଛି। ଚଢଉରେ ଆୟକର ବିଭାଗର ୧୫ଜଣ ଅଧିକାରୀ ସାମିଲ ହୋଇଥିଲେ। ବିବିସି ବିରୋଧରେ ଆନ୍ତର୍ଜାତିକ ଟିକସ ଫାଙ୍କି ଓ ଅର୍ଥ ହେରଫେର ସମ୍ପର୍କିତ ଅଭିଯୋଗର ତଦନ୍ତ ଆଧାରରେ ଏହି ଚଢଉ ହୋଇଛି। ବିବିସି କାର୍ଯ୍ୟାଳୟ ଆର୍ଥିକ ବିଭାଗର କମ୍ପ୍ୟୁଟର, ଲାପଟପ ଓ କେତେକ କର୍ମଚାରୀଙ୍କ ମୋବାଇଲ ଫୋନକୁ ଆୟକର ବିଭାଗ ଅଧିକାରୀମାନେ ଦୀର୍ଘ ଘଣ୍ଟା ଧରି ଯାଞ୍ଚ କରିଥିବା ଜଣାଯାଇଛି। ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି)ର ବରିଷ୍ଠ ସଦସ୍ୟଙ୍କ କହିବା ଅନୁଯାୟୀ ବିବିସି କାର୍ଯ୍ୟାଳୟରେ ଚଢଉ ନୁହେଁ ସର୍ଭେ କରାଯାଇଛି। ବ୍ରିଟିଶ ବ୍ରଡକାଷ୍ଟିଂ କର୍ପୋରେସନ (ବିବିସି) କାର୍ଯ୍ୟାଳୟରେ ଆୟକର ବିଭାଗର ଏପରି ଚଢଉକୁ ନେଇ ରାଜନୈତିକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କାରଣ ନିକଟରେ ବିବିସି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଏକ ବୃତ୍ତଚିତ୍ର ପ୍ରସାରଣ କରାଯାଇଥିଲା। ଏହି ବୃତ୍ତଚିତ୍ରରେ ୨୦୦୨ ଗୁଜରାଟ ଦଙ୍ଗାରେ ମୋଦୀଙ୍କ ଭୂମିକାକୁ ଚିତ୍ରଣ କରାଯାଇଥିଲା। ବୃତ୍ତଚିତ୍ରକୁ ନିଷିଦ୍ଧ କରାଯିବା ସହିତ କେନ୍ଦ୍ର ସରକାରଙ୍କ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ବିବିସିର ବୃତ୍ତଚିତ୍ର ପ୍ରସାରଣ ପରେ ପରେ ଆୟକର ଚଢଉ କରାଯିବାକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି। ବିରୋଧୀ ରାଜନୈତିକ ଦଳଗୁଡିକ କହିଛନ୍ତି ଯେ ସରକାରଙ୍କ ଏପରି କାର୍ଯ୍ୟ ଦେଶରେ ଅଘୋଷିତ ଜରୁରୀ ପରିସ୍ଥିତି ସୃଷ୍ଟି କରିଛି। ଚଢଉକୁ ନେଇ ବିବିସି କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଆମେ ଆୟକର ବିଭାଗ ଅଧିକାରୀଙ୍କୁ ପୂର୍ଣ୍ଣ ସହଯୋଗ କରୁଛି। ଆଶା କରାଯାଉଛି ଯେ ଏହି ସମସ୍ୟାର ଖୁବ୍‌ଶୀଘ୍ର ସମାଧାନ ହୋଇଯିବ। ସେହିପରି ବ୍ରିଟେନ ସରକାର କହିଛନ୍ତି ଯେ ବିବିସି କାର୍ଯ୍ୟାଳୟ ଉପରେ ଆୟକର ବିଭାଗର ଚଢଉକୁ ଆମେ ଅନୁଧ୍ୟାନ କରୁଛୁ।

କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ଯେତେବେଳେ ଟିକସ ଫାଙ୍କିବା ଓ ଅର୍ଥ ନେଣଦେଣ ସମ୍ପର୍କିତ ଅନିୟମିତତାର ଅଭିଯୋଗ ଆସେ ସେତେବେଳେ ଆୟକର ବିଭାଗ ଏପରି ଚଢଉ କରିଥାଏ। ଦେଶ​ରେ ଆଇନର ଊର୍ଦ୍ଧ୍ବରେ କେହି ନୁହନ୍ତି। ଏଡିଟର୍ସ ଗିଲ୍ଡ ଅଫ ଇଣ୍ଡିଆ ମଧ୍ୟ ଏହି ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛି। କଂଗ୍ରେସ କହିଛି ଯେ ବିବିସି କାର୍ଯ୍ୟାଳୟରେ ଆୟକର ଚଢଉ ଦେଶରେ ଅଘୋଷିତ ଜରୁରୀ ପରିସ୍ଥିତିର ସୂଚନା ଦେଉଛି। ଦଳର ନେତା ଦିଗବିଜୟ ସିଂହ କହିଛନ୍ତି ଯେ ୧୦୦ବର୍ଷର ଇତିହାସରେ ପ୍ରଥମ କରି ବିବିସି କାର୍ଯ୍ୟାଳୟରେ ଚଢଉ କରାଯାଇଛି। ଆମେ ଆଦାନି ବିବାଦର ଜେପିସି ତଦନ୍ତ ଦାବି କରୁଥିଲୁ। ମାତ୍ର ସରକାର ବିବିସି ପଛରେ ତଦନ୍ତ ଚଳାଇଛନ୍ତି। କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ କହିଛନ୍ତି ଯେ ଆୟକର ବିଭାଗର କାର୍ଯ୍ୟ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କଂଗ୍ରେସର ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ବିଜେପି କହିଛି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏକଦା ବିବିସିକୁ ନିଷିଦ୍ଧ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories