www.samajalive.in
Saturday, December 13, 2025
21.1 C
Bhubaneswar

ଓଡ଼ିଆ ହାର୍ଟ ସର୍ଜନ ଡା.ସିଦ୍ଧାର୍ଥଙ୍କ ଆମେରିକାରେ କୃତିତ୍ୱ

କଟକ: କଟକର ଯୁବ ହୃଦ୍‌‌ବକ୍ଷ ଶଲ୍ୟ ବିଶେଷଜ୍ଞ ଡା.ସିଦ୍ଧାର୍ଥ ଷଡଙ୍ଗୀ ଗତ ଦେଢବର୍ଷ ମଧ୍ୟରେ ସଫଳତାର ସହିତ ୧୪ଟି ହୃଦ୍‌‌ ପ୍ରତିରୋପଣ କରି ଆମେରିକାର ଇଲିନଏସ୍‌‌ ରାଜ୍ୟରେ ଉଚ୍ଚ ପ୍ରଶଂସିତ ହେବା ସହିତ ଇଲିନଏସ୍‌‌ ଡିପାର୍ଟମେଣ୍ଟ ଅଫ ପବ୍ଲିକ ହେଲ୍‌‌ଥ ତରଫରୁ ହୃଦ୍‌‌ରୋଗ କ୍ଷେତ୍ରରେ ସ୍ୱୀକୃତିପ୍ରାପ୍ତ ହୋଇଛନ୍ତି। ସେ ଇଲିନଏସ୍‌‌ ବିଶ୍ୱବିଦ୍ୟାଳୟ ସର୍ଜରୀ ବିଭାଗରେ ସହକାରୀ ପ୍ରଫେସର ଭାବରେ କାର୍ଯ୍ୟ କରୁଥିବାବେଳେ ତାହା ଇଲିନଏସ୍‌‌ର ଏକମାତ୍ର ପ୍ରତିଷ୍ଠିତ ହୃଦ୍‌‌ରୋପଣ କେନ୍ଦ୍ର ଭାବରେ ପରିଗଣିତ ହୋଇଛି। କରୋନା ମହାମାରୀ ସମୟରେ ସେ ସଫଳତାର ଇକ୍‌‌ମୋ ଚିକିତ୍ସା କରି ପ୍ରାୟ ଏକଶହ କରୋନା ରୋଗୀଙ୍କୁ ଆରୋଗ୍ୟ କରିଥିଲେ। ବର୍ତ୍ତମାନ ଡା.ସିଦ୍ଧାର୍ଥ କାର୍ଯ୍ୟ କରୁଥିବା ହୃଦ୍‌‌ ପ୍ରତିରୋପଣ ୟୁନିଟ ସମଗ୍ର ଆମେରିକାରେ ପ୍ରସିଦ୍ଧି ଲାଭ କରିଛି। ଡା.ସିଦ୍ଧାର୍ଥ ଷଡଙ୍ଗୀ ହେଉଛନ୍ତି କଟକର ସ୍ୱନାମଧନ୍ୟ କାର୍ଡିଓଥୋରାସିକ ସର୍ଜନ ପ୍ରଫେସର ଡାକ୍ତର ରମାରମଣ ଷଡଙ୍ଗୀ ଓ ବିଶିଷ୍ଟ ସ୍ତ୍ରୀରୋଗ ଓ ପ୍ରସୂତି ବିଶେଷଜ୍ଞ ତଥା ସୁଲେଖିକା ପ୍ରଫେସର ଡାକ୍ତର ସରୋଜିନୀ ଷଡଙ୍ଗୀଙ୍କ ପୁଅ। ଡାକ୍ତର ରମାମଣ ଷଡଙ୍ଗୀ ଏବଂ ଡାକ୍ତର ସିଦ୍ଧାର୍ଥ ଷଡଙ୍ଗୀ ସମଗ୍ର ବିଶ୍ୱରେ ୫ଯୋଡି ବାପା-ପୁଅ କାର୍ଡିଓଥୋରାସିକ ବିଶେଷଜ୍ଞଙ୍କ ମଧ୍ୟରେ ତୃତୀୟ ଯୋଡି।

Hot this week

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

Related Articles

Popular Categories