www.samajalive.in
Wednesday, December 10, 2025
23.1 C
Bhubaneswar

ବାଉରୀବନ୍ଧୁ ରାଉତ ସ୍ମାରକୀ ପୁରସ୍କାର ପ୍ରଦାନ

ଆଠଗଡ : ଆଠଗଡ ବ୍ଲକର ଯୋରନ୍ଦା ଗ୍ରାମର ଶିକ୍ଷାବିତ ସ୍ବର୍ଗତ ବାଉରୀବନ୍ଧୁ ରାଉତଙ୍କ ସ୍ମୃତିରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରତିବର୍ଷ ସ୍ୱାଧୀନତା ଦିବସରେ ପୁରସ୍କାର ପ୍ରଦାନ କରାଯାଇଥାଏ । ଚଳିତବର୍ଷ ମଧ୍ୟ ସ୍ୱାଧୀନତା ଦିବସ ଅବସରରେ ଯୋରନ୍ଦାସ୍ଥିତ ଏମଏସଏସ ବିଦ୍ୟାପୀଠରେ ପ୍ରଧାନଶିକ୍ଷୟିତ୍ରୀ ମଧୁଲିତା ଦାଶଙ୍କ ପୌରୋହିତ୍ୟରେ ଏହି ବାଉରୀବନ୍ଧୁ ରାଉତ ସ୍ମାରକୀ ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ବର୍ଗତ ରାଉତଙ୍କ ଜ୍ୟେଷ୍ଠ ପୁତ୍ର ଗଣେଶ ପ୍ରସାଦ ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷା ବିନା ମଣିଷ ଜୀବନ ନିରର୍ଥକ ବୋଲି କହିବା ସହ ପାଠପଢାରେ ମନୋନିବେଶ କରିବା ଲାଗି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ପ୍ରଧାନଶିକ୍ଷୟିତ୍ରୀଙ୍କ ସମେତ ଅନ୍ୟ ଶିକ୍ଷକ/ଶିକ୍ଷୟିତ୍ରୀ ସ୍ବର୍ଗତ ରାଉତଙ୍କ ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ଉକ୍ତ ସ୍କୁଲରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ର ଆଶୀର୍ବାଦ ରଣା ଓ ଅନ୍ୟ ଜଣେ ମେଧାବୀ ଛାତ୍ର ଭାରତ ଭୂଷଣ ବେଉରାଙ୍କୁ ବାଉରୀବନ୍ଧୁ ରାଉତ ସ୍ମାରକୀ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ପୁରସ୍କାର ସଂପୃକ୍ତ ଦୁଇ ଛାତ୍ରୀଙ୍କ ସମେତ ଅନ୍ୟମାନଙ୍କୁ ପାଠପଢା ଲାଗି ଉତ୍ସାହିତ କରିବ ବୋଲି ମୁଖ୍ୟ ଅତିଥି ଆଶାବ୍ୟକ୍ତ କରିଥିଲେ । ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବାବେଳେ ଶିକ୍ଷକ ମାନସ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ଚିନ୍ତାକଳ୍ପ : ଦୃଷ୍ଟିକୋଣ

ଦୃଷ୍ଟିକୋଣ (ଆଭିମୁଖ୍ୟ)ରେ ପରିବର୍ତ୍ତନ ସବୁଠାରୁ ବଡ଼ ପରିବର୍ତ୍ତନ ବୋଲି କୁହାଯାଇଥାଏ। ଆପଣାର...

ସମ୍ପାଦକୀୟ : ଭୂମିକମ୍ପ ବିପତ୍ତି

ଭାରତର ସହରାଞ୍ଚଳ ପାଇଁ ସତର୍କ ଘଣ୍ଟି ଜାପାନରେ ଗତ ୮ ତାରିଖ ଦିନ...

ସମ୍ପାଦକୀୟ : ଯଥା ପୂର୍ବଂ, ତଥା ପରମ୍‌

ସରକାର ବଦଳିଲେ ଧାରା ବଦଳୁ ନାହିଁ ନଭେମ୍ବର ୨୭ରେ ଭାରତର ରାଷ୍ଟ୍ରପତିଙ୍କ ଅଭିଭାଷଣରୁ...

ଭାରତରେ ପ୍ରତିଦିନ ୫୨ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ବିଶ୍ୱରେ ପ୍ରତି ୨ମିନିଟରେ ଜଣେ, କାରଣ କ’ଣ?

ସମାଜ ଡିଜିଟାଲ ଡେସ୍କ: ବିଶ୍ୱରେ ୨୦୨୩ ମସିହାରେ, ଗର୍ଭାବସ୍ଥା କିମ୍ବା ପ୍ରସବ...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣା; ଲୁଥ୍ରା ଭ୍ରାତାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ

ପାଣାଜୀ: ଗୋଆ ରାଜଧାନୀ ପାଣାଜୀସ୍ଥିତ ଏକ ନାଇଟ୍‌ କ୍ଲବରେ ଗତ ରବିବାର...

Related Articles

Popular Categories