www.samajalive.in
Wednesday, December 10, 2025
23.1 C
Bhubaneswar

ବୋଟ୍ ଆଣିଲା ନୂଆ ଇୟରବଡ୍ସ, ଥରେ ଚାର୍ଜ କଲେ ଚାଲିବ ୧୨୦ ଘଣ୍ଟା

ନୂଆଦିଲ୍ଲୀ : ଭାରତୀୟ କମ୍ପାନୀ ବୋଟ୍ ସ୍ବାଧୀନତାର ୭୮ ତମ ଉତ୍ସବ ପାଳନ ଅବସରରେ ନୂଆ ଓ୍ବେୟାରଲେସ୍ ଇୟରଫୋନ୍  Nirvana Ion ANC’ ଲଞ୍ଚ୍ କରିଦେଇଛି । କମ୍ପାନୀର କହିବାନୁସାରେ ଏହା ଏକ ଖାସ୍ ଏଡିଶନ ଯାହାକୁ ଭାରତୀୟ ସଂସ୍କୃତିକୁ ନଜରରେ ରଖି ପ୍ରସ୍ତୁତ କରାଯାଇଛି । ଏହାର ଦାମ୍ ୩,୪୯୯ ଟଙ୍କା ରଖାଯାଇଛି । ଗ୍ରାହକ ଏହାକୁ ବୋଟର ଅଫିସିଆଲ ଓ୍ବେବସାଇଟରୁ ଅନଲାଇନରେ କ୍ରୟ କରିପାରିବେ ।

ବୋଟର ସହ ପ୍ରତିଷ୍ଠାତା ଅମନ ଗୁପ୍ତା କହିଛନ୍ତି କି, ‘ବୋଟ ଭାରତର ଉନ୍ନତିରେ ପୂର୍ଣ୍ଣ ବିଶ୍ବାସ ରଖୁଛି । ଭାରତରେ ହିଁ ୫ କୋଟିରୁ ଅଧିକ ଉତ୍ପାଦ ପ୍ରସ୍ତୁତ ସହିତ ଆମେ କେବଳ ଉତ୍ପାଦ ପ୍ରସ୍ତୁତ କରୁନୁ ବରଂ, ଏକ ମଜଭୁତ ଭାରତ ନିର୍ମାଣ କରୁଛୁ । ବିଶ୍ବର ଟପ୍ ୫ ଅଡିଓ ବ୍ରାଣ୍ଡ୍ସରେ ସାମିଲ ହେବାର ଆମର ଯାତ୍ରା ‘ମେକ୍ ଇନ୍ ଇଣ୍ଡିଆ’ର ଶକ୍ତିକୁ ଦର୍ଶାଇଥାଏ । ଆମେ ଭାରତର ଅର୍ଥବ୍ୟବସ୍ଥାରେ ଯୋଗଦାନ କରି ଗର୍ବିତ ।’

- Advertisement -

ଏହି ଇୟରବଡ୍ସକୁ ଚଳାଇବା ପାଇଁ କେବଳ ଗୋଟିଏ ବଟନ ଦବାଇବାକୁ ପଡିବ । ଏଥିରେ ୨ ପଟେ ସାଉଣ୍ଡ ମୋଡ୍ ରହିଛି ଯାହାକୁ ବ୍ୟବହାରକାରୀ ନିଜ ପସନ୍ଦ ଅନୁସାରେ ପରିବର୍ତ୍ତନ କରିପାରିବେ । ଏହାର ସାଉଣ୍ଡ ଅତି ସ୍ପଷ୍ଟ ଏବଂ ଉତ୍ତମ । ଏହି ଇୟରଫୋନ୍ ବ୍ଲୁଟୁଥ୍ ୫.୨ ବିଶିଷ୍ଟ ଏବଂ ଏହା ଉଭୟ ଆପଲ ଓ ଆଣ୍ଡ୍ରଏଡ ଫୋନରେ କାମ କରିଥାଏ । ଥରେ ଚାର୍ଜ କଲେ ଏହା ୧୨୦ ଘଣ୍ଟା ପର୍ଯ୍ୟନ୍ତ ଚାଲିଥାଏ ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories