www.samajalive.in
Tuesday, December 9, 2025
15.1 C
Bhubaneswar

ପାଞ୍ଚ ମାସ ପରେ କୂଅରୁ ଚୋରି ହୁଣ୍ଡି ଉଦ୍ଧାର

ପାତ୍ରପୁର : ଜରଡା ଥାନା  ତୁରୁବୁଡି ପଞ୍ଚାୟତ ପୁହୁଣ୍ଡି ଗ୍ରାମର ତୁମ୍ୱେଶ୍ଵର ମହାଦେବ ମନ୍ଦିରର ହୁଣ୍ଡି ଚୋରି ହେବାର ପାଞ୍ଚ ମାସ ପରେ ଏକ କୂଅରୁ ଉଦ୍ଧାର ହୋଇଛି। ତୁମ୍ବେଶ୍ୱର ମନ୍ଦିରରୁ ଗତ ମାର୍ଚ୍ଚ ୨୧ତାରିଖ ରାତ୍ରିରେ ହୁଣ୍ଡି ଚୋରି ହୋଇଥିବାବେଳେ ଆଜି ବାଘଲଟି କେନାଲର ନୂଆଁଗଡ ଲିମିଗାଁ ମଧ୍ୟରେ ଥିବା ପରିତ୍ୟକ୍ତ କୂଅ ମଧ୍ୟରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଗ୍ରାମବାସୀ ଖବର ପାଇ ହୁଣ୍ଡିଟିକୁ ଉଦ୍ଧାର କରି ଗ୍ରାମକୁ ଆଣିଥିଲେ । ପୂର୍ବରୁ ଗ୍ରାମବାସୀ ଖାରିଆ ଗୁଡ଼ା ପୁଲିସକୁ ଖବର ଦେଇଥିଲେ। ଚୋରି ଖବର ପାଇ ଖାରିଆ ଗୁଡ଼ା ଫାଣ୍ଡି ଅଧିକାରୀ ପହଞ୍ଚି ବିଭିନ୍ନ ରାସ୍ତାରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ। ହୁଣ୍ଡିରେ ଦୁଇ ଲକ୍ଷ ଟଙ୍କା ରହିଥିବାବେଳେ କିଛି ଅଳଙ୍କାର ଥିବା ପୂଜକ ପଦ୍ମନାଭ ରଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories