ରୋଗୀ କଲ୍ୟାଣ ସମିତି ବୈଠକ, ସମୟାନୁବର୍ତ୍ତିତା ସହ ସମସ୍ୟା ସମାଧାନକୁ ଗୁରୁତ୍ୱ

ବାସୁଦେବପୁର : ବାସୁଦେବପୁର ଡାକ୍ତରଖାନା ଉପରେ ବାସୁଦେବପୁର ବ୍ଲକ, ଚାନ୍ଦବାଲି ବ୍ଲକର ଧାମରା ଅଞ୍ଚଳ,କେନ୍ଦ୍ରାପଡା ର କେତେକ ଅଞ୍ଚଳ ସମେତ ବାଲେଶ୍ୱର ଜିଲ୍ଲା ସୋରୋ ବ୍ଲକ ର କେତେକ ଜନସାଧାରଣ ନିର୍ଭର କରିଆସୁଛନ୍ତି । ଦୁଃଖ ଓ ପରିତାପର ବିଷୟ ଡାକ୍ତରଖାନାରେ ଡାକ୍ତର ଅଭାବ । ଏମିତିବି ଗୋଟିଏ ୱାର୍ଡରେ ପ୍ରସୂତିମାନଙ୍କ ସହ ଡାଇରିଆ ରୋଗୀମାନଙ୍କୁ ରଖାଯିବାକୁ ପଡୁଛି ବୋଲି ଆଜି ବାସୁଦେବପୁର ଡାକ୍ତରଖାନା ପରିସରରେ ଥିବା ସଭାଗୃହ ରୋଗୀ କଲ୍ୟାଣ ସମିତିର ବୈଠକରେ ଉପସ୍ଥିତ ଥିବା ଅଧିକାରୀ ଓ ଜନପ୍ରତିନିଧୀମାନେ ଉଦବେଗ ପ୍ରକାଶ କରିଛନ୍ତି ।

ଅସରାଏ ବର୍ଷାରେ ଡାକ୍ତରଖାନା ପରିସରରେ କୄତ୍ତିମ ବନ୍ୟା ସ୍ଥିତି, ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଆଲୋଚନାର ମୁଖ୍ୟ ପ୍ରସଙ୍ଗ ପାଲଟି ଥିଲା । ବିଧାୟକ ଅଶୋକକୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗୋଷ୍ଠୀ ଚିକିତ୍ସାଧିକାରୀ ଡା. ସୁଶାନ୍ତ ସାମନ୍ତ, ପୈାରାଧ୍ୟକ୍ଷା ନିବେଦିତା ବେହେରା,ପଞ୍ଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ର ପ୍ରସାଦ ବିଶ୍ୱାଳ ଓ  ବିଡିଓ ସଞ୍ଜିବକୁମାର ସାହୁ ଉପସ୍ଥିତ ଥିଲେ ।  ଏହି ଅବସରରେ ପୁର୍ବ ବୈଠକ ସଂପର୍କରେ ଆଲୋଚନା କରାଯିବା ପରେ ୨୦୨୪-୨୫ ମସିହା ପାଇଁ ଆବଶ୍ୟକ ପଦକ୍ଷେପ ଓ ବଜେଟ ସଂପର୍କରେ ଆଲୋଚନା କରାଯାଇଥିଲା । ଏକ୍ସରେ ଓ ଅଲଟ୍ରା ସାଉଣ୍ଡ ବ୍ୟବସ୍ଥା ଡାକ୍ତରଖାନାରେ ଥିବା ବେଳେ ରାତିରେ ଆସୁଥିବା ରୋଗୀମାନେ ନାହିଁନଥିବା ଅସୁବିଧାରେ ସମ୍ମୁଖୀନ ହେଉଥିବା

କେତେଜଣ ଜନସାଧାରଣ ଆପତ୍ତି ଉଠାଇଥିଲେ ।  ତେବେ ସମସ୍ତ ଦିଗପ୍ରତି ନଜର ପକାଇବା ସହ ଜନସ୍ୱାର୍ଥ ଦୃଷ୍ଟିରୁ ଦେଖାଦେଉଥିବା ସମସ୍ୟା ଗୁଡିକର ଆଶୁ ସମାଧାନ କରାଯିବା ପାଇଁ ବିଧାୟକ ଶ୍ରୀ ଦାଶ ପ୍ରକାଶ କରିଥିଲେ ।  ସେହିପରି ଫିଜିଓଥୋରାପି ବିଭାଗରେ ଗୃହ ଆବଣ୍ଟନ କରାଯାଇନଥିବାକୁ ଚିକିତ୍ସାଧିକାରୀ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

Comments are closed.