www.samajalive.in
Monday, December 15, 2025
17.1 C
Bhubaneswar

କେନ୍ଦୁଝରରେ ବାସନ୍ତୀ ଦୁର୍ଗା ପୂଜା

କେନ୍ଦୁଝରଗଡ଼ : କେନ୍ଦୁଝର ପୁରୁଣାବଜାର ହୁଣ୍ଡାଦ୍ୱାରସାହି ବନଦୁର୍ଗା ସାଂସ୍କୃତିକ କ୍ଲବ ପକ୍ଷରୁ ୩୮ତମ ବାସନ୍ତୀ ଦୁର୍ଗା ପୂଜା ମହାସମାରୋହରେ ପାଳିତ ହେଉଛି। ମଙ୍ଗଳବାର କଳସ ଶୋଭାଯାତ୍ରା ବାହାରି ଯଥାବିଧି ପୂଜାରମ୍ଭ ହୋଇଥିବା ବେଳେ ବୁଧବାର ଅଷ୍ଟମୀ ପୂଜା ସମ୍ପନ୍ନ ହୋଇଛି । ଗୁରୁବାର ନବମୀ ପୂଜା ପରେ ଶୁକ୍ରବାର ଦଶମୀ ପୂଜାତ୍ସୋବ ହୋଇ ରବିବାର ସନ୍ଧ୍ୟାରେ ଭସାଣୀ ଉତ୍ସବ ହେବ ବୋଲି ଆୟୋଜକଙ୍କ ସୂତ୍ରରୁ ପ୍ରକାଶ। ମଙ୍ଗଳବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ୪ଦିନବ୍ୟାପୀ ପୂଜାମଣ୍ଡପ ନିକଟରେ ସାଂସ୍କୃତିକ କାର୍ଯ୍ୟକ୍ରମ ବାଦି ପାଲା ପରିବେଷଣ ଭକ୍ତଙ୍କୁ ଆକୃଷ୍ଟ କରିଛି । କ୍ଲବର ସଭାପତି ସଞ୍ଜୟ କୁମାର ଦେଓ, ସମ୍ପାଦକ ରଞ୍ଜନ କୁମାର ରାଉତ, କୋଷାଧ୍ୟକ୍ଷ ତାପସ ସୁମନ ଦେହୁରୀ, ପୂଜକ ପଣ୍ଡିତ ଜଗଦାନନ୍ଦ ପଣ୍ଡା ଓ ପଣ୍ଡିତ ସ୍ୱରୂପାନନ୍ଦ ପଣ୍ଡା ପ୍ରମୁଖ ଏହି ପୂଜାତ୍ସୋବକୁ ଆଗେଇ ନେଇଥିବା ବେଳେ ତ୍ରିଦିବ୍ୟ କୁମାର ସିଂହ ଓ ଜ୍ୟୋସ୍ନାମୟୀ ସିଂହ କର୍ତ୍ତା ଭାବେ ଯଥାବିଧି ପୂଜା କାର୍ଯ୍ୟ ତୁଲାଇ ଆସୁଛନ୍ତି। ସେହିପରି କେନ୍ଦୁଝର ସହର ସରକାରୀ ବସ୍‌‌ଷ୍ଟାଣ୍ଡ ନିକଟସ୍ଥ ଦୁର୍ଗା ମନ୍ଦିର ଏବଂ ସିରାଜୁଦ୍ଦିନଛକ ଠାରେ ମଧ୍ୟ ମା’ବାସନ୍ତୀ ଦୁର୍ଗା ପୂଜା ଧୁମ୍‌‌ଧାମରେ ପାଳିତ ହେଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories