www.samajalive.in
Saturday, December 6, 2025
14.1 C
Bhubaneswar

ବାରିପଦାରେ ବାହୁଡା ଯାତ୍ରା : ଆଜି ଶ୍ରୀମନ୍ଦିରକୁ ଫେରିବେ ଜଗନ୍ନାଥ ଓ ସୁଭଦ୍ରା, କାଲି ଗଡିବ ବଳଭଦ୍ରଙ୍କ ରଥ

ବାରିପଦା: ପରମ୍ପରା ଅନୁଯାୟୀ ଦ୍ଵିତୀୟ ଶ୍ରୀକ୍ଷେତ୍ର  ବାରିପଦାରେ ବାହୁଡା ଯାତ୍ରା ନୀତି ଅନୁକୂଳ ହୋଇଛି। ଶ୍ରୀଜିଉମାନେ ରଥରେ ପହଣ୍ଡି ବିଜେ କରିଥିବାବେଳେ ଆଜି ରଥଟଣା ହେବ। ପୂର୍ବାହ୍ନ ୧୧ଟାବେଳେ  ଜନ୍ମବେଦୀରେ ଠାକୁର ସୁନାବେଶରେ ଦର୍ଶନ ଦେଇଥିଳେ। ଏହି ଦୁର୍ଲଭ ବେଶ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କର ବେଶ୍ ଭିଡ ଜମିଥିଲା। ସେହିପରି ସନ୍ଧ୍ୟାରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି ହୋଇଥିଲା।  ପ୍ରଥମେ ବଳଭଦ୍ର ଏବଂ ପରେ ସୁଭଦ୍ରା ଓ ଜଗନ୍ନାଥ ରଥରେ ବିଜେ କରିଥିଲେ।  ରଥ ଉପରେ ମଧ୍ୟ ଠାକୁରଙ୍କ ଦର୍ଶନ ପାଇଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଭକ୍ତଙ୍କ ଗହଳି ଲାଗି ରହିଥିଲା। ଆଜି ନିର୍ଦ୍ଧାରିତ ସମୟରେ ପ୍ରଥମେ ଜଗନ୍ନାଥଙ୍କ ରଥଟଣା ହେବ। ପରେ ଉଭଣୀ ସୁଭଦ୍ରାଙ୍କ ରଥ ଗଡିବ । ସେହିପରି ବୁଧବାର ବଡଭାଇ ବଳଭଦ୍ର ରଥରେ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରିବେ। ବାହୁଡା ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେପଟେ ରଥଯାତ୍ରା ପାଇଁ ବାରିପଦା ସହରରେ ଲାଗିଥିବା ମେଳା ଏକ ମାସ ଧରି ଚାଲିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories