www.samajalive.in
Friday, December 5, 2025
20.1 C
Bhubaneswar

ହାତୀର ମୃତଦେହ ଠାବ, ମୃତ୍ୟୁର କାରଣ ଅସ୍ପଷ୍ଟ

ବାରିପଦା : ମୟୂରଭଞ୍ଜ ଜିଲାରେ ପୁଣି ଏକ ହାତୀର ମୃତ୍ୟୁ ଘଟିଛି। ବାରିପଦା ବନଖଣ୍ଡ ଶିମିଳିପାଳ ଅଭୟାରଣ୍ୟର ବାଙ୍ଗିରିପୋଷି ରେଞ୍ଜ ବାଲିଆଢିପା ଗାଁ ଚାଷ ଜମି ନିକଟରେ ଏକ ମାଈ ହାତୀର ମୃତ ଦେହ ବନବିଭାଗ ଠାବ କରିଛି। ଶୁକ୍ରବାର ସକାଳେ ସ୍ଥାନୀୟ ଲୋକେ ହାତୀ ମରିଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ବାରିପଦା ବନଖଣ୍ଡ ଅଧିକାରୀ ଏ. ଉମା ମହେଶଙ୍କ ସହ ତାଳବନ୍ଧ ରେଞ୍ଜ ଏସିଏଫ୍ ଶୈଳେନ୍ଦ୍ର ଦାଶ ଅନୁଧ୍ୟାନ ଚଳାଇଥିଲେ। ହାତୀ ମୃତ୍ୟୁର କାରଣ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ସବିଶେଷ ତଥ୍ୟ ଜଣାପଡିବ ବୋଲି ବାଙ୍ଗିରିପୋଷି ବନ ଅଧିକାରୀ ମହେଶ୍ୱର ସିଂ ପ୍ରକାଶ କରିଛନ୍ତି । ମୃତ ହାତୀର ବୟସ ୩୫ରୁ ୪୦ ବର୍ଷ ଭିତରେ ହେବ ବୋଲି ଅନୁମାନ କରାଯାଉଛି। ହାତୀଟି କିପରି ମଲା ଏବଂ କେତେ ସମୟ ଧରି ସେଠାରେ ପଡ଼ିରହିଛି ତାହା ଅସ୍ପଷ୍ଟ ରହିଛି। ବନବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି।
ଗତ ଏକ ମାସ ମଧ୍ୟରେ ବାରିପଦା ବନଖଣ୍ଡର ଭିନ୍ନ ଭିନ୍ନ ସ୍ଥାନରେ ଦୁଇଟି ହାତୀଙ୍କର ମୃତ୍ୟୁ ହୋଇଥିବା ବେଳେ ପୁଣି ଆଜି ଏକ ହାତୀର ମୃତ୍ୟୁ ବନ୍ୟ ପ୍ରାଣୀ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗତ ସେପ୍ଟେମ୍ବର ମାସ ୧୨ ତାରିଖ ରେ କୁରାଢିକ ଗାଁ ରେ ଏକ ହାତୀର ମୃତ୍ୟୁ ହୋଇଥିବା ବେଳେ ସେପ୍ଟେମ୍ବର ମାସ ୨ ତାରିଖରେ ଦକ୍ଷିଣ ଶିମିଳିପାଳ ଜେନାବିଲ ରେଞ୍ଜ ଅଞ୍ଚଳରେ ଏକ ହାତୀ ଶାବକର ମୃତ୍ୟୁ ହୋଇଥିଲା। ସେହିପରି ବାରିପଦା ବନଖଣ୍ଡ ରାସଗୋବିନ୍ଦପୁର ରେଞ୍ଜ ନାକିଚୁଆ ଗାଁ ମୁଣ୍ଡ ଜଙ୍ଗଲରେ ଏକ ମାଈ ହାତୀର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଥିଲା। ତେବେ ବେତନଟୀ ଏବଂ ରାସଗୋବିନ୍ଦପୁର ରେଞ୍ଜରେ ହୋଇଥିବା ହାତୀ ମୃତ୍ୟୁ ଗ୍ରାମବାସୀଙ୍କ ବିଦ୍ୟୁତ୍‌ ତାର ବିଛାଇବା କାରଣରୁ ହୋଇଥିଲା ବୋଲି ଜଣାପଡିଥିଲା।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories