www.samajalive.in
Saturday, December 6, 2025
15.1 C
Bhubaneswar

ହାତୀର ମୃତଦେହ ଠାବ, ମୃତ୍ୟୁର କାରଣ ଅସ୍ପଷ୍ଟ

ବାରିପଦା : ମୟୂରଭଞ୍ଜ ଜିଲାରେ ପୁଣି ଏକ ହାତୀର ମୃତ୍ୟୁ ଘଟିଛି। ବାରିପଦା ବନଖଣ୍ଡ ଶିମିଳିପାଳ ଅଭୟାରଣ୍ୟର ବାଙ୍ଗିରିପୋଷି ରେଞ୍ଜ ବାଲିଆଢିପା ଗାଁ ଚାଷ ଜମି ନିକଟରେ ଏକ ମାଈ ହାତୀର ମୃତ ଦେହ ବନବିଭାଗ ଠାବ କରିଛି। ଶୁକ୍ରବାର ସକାଳେ ସ୍ଥାନୀୟ ଲୋକେ ହାତୀ ମରିଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ବାରିପଦା ବନଖଣ୍ଡ ଅଧିକାରୀ ଏ. ଉମା ମହେଶଙ୍କ ସହ ତାଳବନ୍ଧ ରେଞ୍ଜ ଏସିଏଫ୍ ଶୈଳେନ୍ଦ୍ର ଦାଶ ଅନୁଧ୍ୟାନ ଚଳାଇଥିଲେ। ହାତୀ ମୃତ୍ୟୁର କାରଣ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ସବିଶେଷ ତଥ୍ୟ ଜଣାପଡିବ ବୋଲି ବାଙ୍ଗିରିପୋଷି ବନ ଅଧିକାରୀ ମହେଶ୍ୱର ସିଂ ପ୍ରକାଶ କରିଛନ୍ତି । ମୃତ ହାତୀର ବୟସ ୩୫ରୁ ୪୦ ବର୍ଷ ଭିତରେ ହେବ ବୋଲି ଅନୁମାନ କରାଯାଉଛି। ହାତୀଟି କିପରି ମଲା ଏବଂ କେତେ ସମୟ ଧରି ସେଠାରେ ପଡ଼ିରହିଛି ତାହା ଅସ୍ପଷ୍ଟ ରହିଛି। ବନବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି।
ଗତ ଏକ ମାସ ମଧ୍ୟରେ ବାରିପଦା ବନଖଣ୍ଡର ଭିନ୍ନ ଭିନ୍ନ ସ୍ଥାନରେ ଦୁଇଟି ହାତୀଙ୍କର ମୃତ୍ୟୁ ହୋଇଥିବା ବେଳେ ପୁଣି ଆଜି ଏକ ହାତୀର ମୃତ୍ୟୁ ବନ୍ୟ ପ୍ରାଣୀ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗତ ସେପ୍ଟେମ୍ବର ମାସ ୧୨ ତାରିଖ ରେ କୁରାଢିକ ଗାଁ ରେ ଏକ ହାତୀର ମୃତ୍ୟୁ ହୋଇଥିବା ବେଳେ ସେପ୍ଟେମ୍ବର ମାସ ୨ ତାରିଖରେ ଦକ୍ଷିଣ ଶିମିଳିପାଳ ଜେନାବିଲ ରେଞ୍ଜ ଅଞ୍ଚଳରେ ଏକ ହାତୀ ଶାବକର ମୃତ୍ୟୁ ହୋଇଥିଲା। ସେହିପରି ବାରିପଦା ବନଖଣ୍ଡ ରାସଗୋବିନ୍ଦପୁର ରେଞ୍ଜ ନାକିଚୁଆ ଗାଁ ମୁଣ୍ଡ ଜଙ୍ଗଲରେ ଏକ ମାଈ ହାତୀର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଥିଲା। ତେବେ ବେତନଟୀ ଏବଂ ରାସଗୋବିନ୍ଦପୁର ରେଞ୍ଜରେ ହୋଇଥିବା ହାତୀ ମୃତ୍ୟୁ ଗ୍ରାମବାସୀଙ୍କ ବିଦ୍ୟୁତ୍‌ ତାର ବିଛାଇବା କାରଣରୁ ହୋଇଥିଲା ବୋଲି ଜଣାପଡିଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories