ବରୀ: ଆଜି ପ୍ରକାଶିତ ହୋଇଛି ଚଳିତ ୨୦୨୩ର ମାଟ୍ରିକ ପରୀକ୍ଷା ଫଳ। ଏହି ପରୀକ୍ଷାରେ ବରୀ ବ୍ଲକ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ରାମପୁରର ଛାତ୍ରୀ ଶ୍ରେୟାଶ୍ରୀ ଜେନା ୯୮.୩୩% ହାରରେ ୬୦୦ ରୁ ୫୯୦ ନମ୍ୱର ରଖିଛନ୍ତି। ଶ୍ରେୟାଶ୍ରୀଙ୍କ ଏହି ସଫଳତା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଛା ପ୍ରଦାନ କରାଯାଇ।
ଶ୍ରେୟାଶ୍ରୀ ଧାରପୁର ଶ୍ୟାନ୍ତମୁଣ୍ଡ ଗ୍ରାମର ଯୁବ ସମାଜସେବୀ ଷ୍ଟାଲିନ ଜେନା ଓ ଶିକ୍ଷୟତ୍ରୀ ସ୍ମରଣୀକା ଧଳଙ୍କ ଜ୍ୟେଷ୍ଠ କନ୍ୟା। ଭଲ ପାଠ ପଢୁଥିଲା ବେଳେ ବକ୍ତୃତାରେ ମଧ୍ୟ ଶ୍ରେୟଶ୍ର୍ରୀ ସବୁ ସମୟରେ ଟପ୍ପର ହୋଇଥାନ୍ତି। ତାଙ୍କର ଏହି ସଫଳତା ପରେ ପରିବାର, ବିଦ୍ୟାଳୟ ଓ ସମଗ୍ର ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା, ମନ୍ତ୍ରୀ ପ୍ରମିଳା ମଲ୍ଲିକ, ବିଧାୟିକା ସୁନନ୍ଦା ଦାସ ପ୍ରମୁଖ ତାଙ୍କୁ ଶୁଭେଛା ଜଣାଇଛନ୍ତି।



