www.samajalive.in
Sunday, December 14, 2025
19.1 C
Bhubaneswar

ଜଙ୍ଗଲୀ ବାରହା ଆକ୍ରମଣରେ ବୃଦ୍ଧ ଗୁରୁତର

ହରଭଙ୍ଗା : ହରଭଙ୍ଗା ବ୍ଲକ ପୁରୁଣାକଟକ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଖୁଣ୍ଟପଡା ବିଟର ଜାମ୍ମୁପଦର ଗ୍ରାମରେ ଜଙ୍ଗଲୀ ବାରହା ଆକ୍ରମଣରେ ଜଣେ ୭୩ ବର୍ଷ ବୟସ୍କ ବୃଦ୍ଧ ଗୁରୁତର ଆହାତ ହୋଇଥିବା ଜଣାପଡିଛି। ସୂଚନା ମତେ ଆଜି ସକାଳେ ବୃଦ୍ଧ ଜଣଙ୍କ ଟମାଟୋ ଗଛ କୁଶୁଥିବା ସମୟରେ ପାଖ ଜଙ୍ଗଲରୁ ଏକ ଜଙ୍ଗଲୀ ବାରହା ଆସି ବୃଦ୍ଧଙ୍କୁ ଆକ୍ରମଣ କରିଥିଲା।ଫଳରେ ବୃଦ୍ଧ ଜଣଙ୍କର ଜଙ୍ଘ ଏବଂ ପଛ ପିଚାରେ କ୍ଷତ ହୋଇ ପ୍ରଚୁର ରକ୍ତଶ୍ରାବ ହୋଇଥିଲା। ଖବରପାଇ ପୁରୁଣାକଟକ ରେଞ୍ଜ ଅଫିସର ଜୟନ୍ତ କୁମାର ଦାଶ, ଫରେଷ୍ଟର ବିଜୟାନନ୍ଦ ସାହୁ, ବନରକ୍ଷୀ ସତୀଶ ରଞ୍ଜନ କମ୍ପ ମେଡିକାଲରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅନୁଧ୍ୟାନ କରିଥିଲେ। ରେଞ୍ଜ ଅଫିସର ଜୟନ୍ତ କୁମାର ଦାଶ ତାଙ୍କ ଚିକିତ୍ସା ପାଇଁ ୨ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିବା ସହ ସରକାରୀ ସହାୟତା ଲାଗି ସଙ୍ଗେ ସଙ୍ଗେ ବ୍ୟବସ୍ଥା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଥିଲେ।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories