www.samajalive.in
Saturday, December 6, 2025
16.1 C
Bhubaneswar

ବିଧାୟିକାଙ୍କ କଥାରେ ଧାରଣାରୁ ଓହରିଲେ ଚାଷୀ

ବରପାଲି: ବରପାଲି ନିୟନ୍ତ୍ରିତ ବଜାର କେନ୍ଦ୍ରରେ ଗତ ୪ତାରିଖରୁ ଉପୁଜିଥିବା ଧାନ ବିକ୍ରି ସମସ୍ୟା ବିଧାୟିକା ରିତା ସାହୁଙ୍କ ହସ୍ତକ୍ଷେପ ଫଳରେ ସ୍ୱଭାବିକ ହେବା ସହିତ ଚାଷୀକୂଳ ଧାରଣାରୁ ଓହରିଥିବା ଦେଖାଯାଇଛି। ଗତ କାଲି ଅଚଂଳର ଚାଷୀ ମଣ୍ଡିର ମୂଖ୍ୟଗେଟରେ ତାଲା ପକାଇ ଧାରଣାରେ ବସି ପ୍ରତିବାଦ ଜଣାଇଥିବା ବେଳେ ଆଜି ବିଜେପୁର ବିଧାୟିକା ରିତା ସାହୁ ବଜାର ପ୍ରାଙ୍ଗଣରେ ପହଞ୍ଚି ଚାଷୀ ମାନଙ୍କ ସହ ଆଲୋଚନା ମାଧ୍ୟମରେ ସମସ୍ୟା ଉଚିତ ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। ଆସନ୍ତା ୧୫ତାରିଖ ମଧ୍ୟରେ ଟୋକନ ସମସ୍ୟାର ସମାଧାନ ଓ ଟୋକନ ସମସ୍ୟାରେ ସରଳିକରଣ କରାଯିବା ନିମନ୍ତେ ମୁଁ ପ୍ରସାସନିକ ଅଧିକାରୀ ମାନଙ୍କ ସହ ଯୋଗାଯୋଗ କରିବି ବୋଲି ବିଧାୟିକା ରିତା ସାହୁ ଚାଷୀଙ୍କୁ ବୁଝାଇଥିଲେ।

ପରେ ଚାଷୀ ମାନେ ଧାରଣାସ୍ଥଳରୁ ଉଠିଯିବା ସହ ଧାନ କିଣାବିକା କାର୍ଯ୍ୟ ସ୍ୱାଭାବିକ ଅବସ୍ଥାକୁ ଫେରି ଆସିଥିଲା। ସେହିପରି ଆଜି ଚାଷୀଙ୍କ ଏକ ପ୍ରତିନିଧି ଦଳ ଜିଲ୍ଲା ମୂଖ୍ୟ ଯୋଗାଣ କର୍ମକର୍ତ୍ତାଙ୍କୁ ଆଲୋଚନା ମାଧ୍ୟମରେ ନିଜ ଦାବୀ ସମ୍ବନ୍ଧରେ ଅବଗତ କଲାପରେ ସମାଧାନର ବାଟ ଖୋଲିବା ପାଇଁ ଦାବୀ ଜଣାଇଥିଲେ। ବର୍ତ୍ତମାନ ଦ୍ୱାର ମୁହଁରେ ବର୍ଷା ଓ କାଳବୈଶାଖିର ଚେତାବନୀ ସ୍ୱଷ୍ଟ ଭାବରେ ଜଣାପଡ଼ୁଥିବା ସମୟରେ ଧାନ ବିକ୍ରିରେ ସମସ୍ୟା ସୃଷ୍ଟି ଚାଷୀର ମାନଶିକତାକୁ ଭାରାକ୍ରାନ୍ତରେ ପକାଇ ଦେଇଛି। ପୁର୍ବରୁ ଗତ ୪ତାରିଖ ପେକ୍ସ ଓ ଯୋଗାଣ ବିଭାଗିୟ କର୍ମଚାରୀ ମାନଙ୍କ ନାକାରାତ୍ମକ ଉତ୍ତର ପାଇଁ ଚାଷୀଙ୍କ ମନରେ ଉତ୍ତରଜନା ଭରି ଯାଇଥିଲା। ପରେ ବିଭାଗିୟ କର୍ମଚାରୀ ମାନେ ଉପୁଜୁଥିବା ଟୋକନ ସମସ୍ୟା ସମ୍ପର୍କରେ ଉପରିସ୍ଥ କର୍ତ୍ତୁପକ୍ଷଙ୍କ ସହ ଯୋଗାଯୋଗ ମାଧ୍ୟମରେ ଜଣାଇôତଲେ। ଚାରୀ ପାଞ୍ଚ ଦିନ ମଧ୍ୟରେ ସମାଧାନର ବାଟ ନିଶ୍ଚିତ ଖୋଲାଯିବ ବୋଲି କର୍ମକର୍ତ୍ତା ମାନେ ପ୍ରତିଶୃତି ଦେଇଥିଲେ। ହେଲେ ଚାରିପାଞ୍ଚ ଦିନ ବିତିଯାଇଥିଲେ ମଧ୍ୟ ଧାନ ବିକିବା ପାଇଁ ମଣ୍ଡିରେ ପହଞ୍ଚିଥିବା ଚାଷୀ ତାର ନିଜସ୍ୱ ଉପାର୍ଜିତ ଧାନ ବିକିବାରେ ଦହଗଞ୍ଜ ହେବାକୁ ପଡ଼ିଥିଲା। ସୂଚନାନୁଯାୟୀ ଯୋଗାଣ ବିଭାଗ ପାଞ୍ଚ ଏକଡ଼ର ଚାଷୀକୁ ଏକ ଏକଡ଼ ଜମିରେ ଉପାର୍ଜିତ ଧାନ ବିକିବା ପାଇଁ ଟୋକନ ଯୋଗାଇଥିଲେ। ଧାନ ୫୦ବସ୍ତା ନେଇ ଯାଇଥିବା ଚାଷୀ ଜଦି ୧୦ବସ୍ତା ଧାନ ବିକିବାର ସୁଯୋଗ ପାଏ ତାହେଲେ ବଳକା ୪୦ବସ୍ତା ଧାନ କେବେ ଏବଂ କେଉଁଠି ବିକିବ ବୋଲି ବଜାର ବାଲାଙ୍କୁ ଚାଷୀ ମାନେ ପ୍ରଶ୍ନ ପଚାରିଥିଲେ। ବଜାର ଓ ସମବାୟ କର୍ମଚାରୀ ମାନେ ଆମେ କଣକରିିବୁ ସରାକାରୀ ବିଭାଗିୟଙ୍କ ନିର୍ଦେଶ ଅନୁଶାରେ ଆମେ କାମ କରୁଛୁ ବୋଲି ପ୍ରତିଉତ୍ତର ଦେଇଥିଲେ। ବାରାମ୍ବାର ଧାନ ବିକିବା ପାଇଁ ଜାଣିଶୁଣି ହଇରାଣ କରୁଥିବାରୁ ଚାଷୀକୂଳ ଉତ୍ତେଜିତ ହେବା ସହିତ ପ୍ରତିବାଦ ଜଣାଇ ବିଭାଗିୟ କର୍ମକର୍ତ୍ତା ମାନଙ୍କୁ ଡ଼ାକ ବୋଲି ଅଡ଼ି ବସିଥିଲେ। ଦିର୍ଗ ସମୟ ବିତିଯାଇଥିଲେ ସୁଦ୍ଧା କୌଣଷି କାର୍ଯ୍ୟକର୍ତ୍ତାଙ୍କ ଦେଖା ନମିଳିବାରୁ ବାଧ୍ୟ ହୋଇ ଗତକାଲି ଚାଷୀକୂଳ ପ୍ରତିବାଦ ଜଣାଇବା ସହିତ ପରିସରରେ ଧାରଣାରେ ବସି ପ୍ରତିବାଦ ଜଣାଇଥିଲେ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories