www.samajalive.in
Saturday, December 6, 2025
16.1 C
Bhubaneswar

ଭିଡିଓକନକୁ ଅଧିଗ୍ରହଣ କରିବ ବେଦାନ୍ତ ଗ୍ରୁପ

ନୂଆଦିଲ୍ଲୀ: ଅରବପତି ଅନିଲ ଅଗ୍ରୱାଲଙ୍କ ମାଲିକାନାଧିନ ଟ୍ୱିନ ଷ୍ଟାର ଟେକନୋଲୋଜିସ ଭିଡିଓକନ୍‍ ଇଣ୍ଡଷ୍ଟ୍ରିଜକୁ ଅଧିଗ୍ରହଣ କରିବ। ଅନିଲ ଅଗ୍ରୱାଲଙ୍କ ବେଦାନ୍ତ ଗ୍ରୁପର ଏକ ଅଂଶ ହେଉଛି ଟ୍ୱିନ ଷ୍ଟାର। ଏହି ଅଧିଗ୍ରହଣ ପାଇଁ ଟ୍ୱିନ ଷ୍ଟାର୍‍ ଭିଡିଓକନକୁ ଋଣ ଯୋଗାଇଥିବା ସଂସ୍ଥାଗୁଡିକୁ ପ୍ରାୟ ୩୦୦୦ କୋଟି ଟଙ୍କା ପ୍ରଦାନ କରିବ ବୋଲି ଏକ ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି। ଏହି ସୂତ୍ର ଅନୁଯାୟୀ ଟ୍ୱିନ ଷ୍ଟାର ୯୦ ଦିନ ମଧ୍ୟରେ ୫୦୦ କୋଟି ଟଙ୍କା ପ୍ରଦାନ କରିବ ଏବଂ ଅବଶିଷ୍ଟ ଅର୍ଥକୁ ଅଣ-ରୂପାନ୍ତରଯୋଗ୍ୟ ଡିବେଞ୍ଚର ଆକାରରେ ଯୋଗାଇବା ବ୍ୟବସ୍ଥା କରାଯିବ। ସୂଚନାଯୋଗ୍ୟ ଯେ ଏୟାରକଣ୍ଡିସନରଠାରୁ ୱାଶିଂମେସିନ ପର୍ଯ୍ୟନ୍ତ ପ୍ରସ୍ତୁତ କରୁôଥିବା କଞ୍ଜୁମର ଡ୍ୟୁରେବଲ କମ୍ପାନୀ ଭିଡିଓକନ୍‍ ଇଣ୍ଡଷ୍ଟ୍ରିଜ ଋଣ ଦାତାଙ୍କର ଅର୍ଥ ପରିଶୋଧ କରିନପାରି ୨୦୧୭ରେ ଦେବାଳିଆ ହୋଇଯିବା ପରେ ତାହା ଅଧିଗ୍ରହଣ କରିବାକୁ ବେଦାନ୍ତ ଗ୍ରୁପ ଇଛା ପ୍ରକାଶ କରିଥିଲା। ଏହାପରେ ଋଣ ପ୍ରଦାନକାରୀ ସଂସ୍ଥାଗୁଡିକ ଋଣଅସୁଲି ଅଦାଲତରେ ଗତ ଡିସେମ୍ବର ମାସରେ ଟ୍ୱିନ ଷ୍ଟାର ପକ୍ଷରୁ ଦାଖଲ କରାଯାଇଥିବା ସମାଧାନ ପନ୍ଥାକୁ ଅନୁମୋଦନ କରିବାକୁ ଅନୁରୋଧ କରିଥିଲେ। ଅଦାଲତ ଉକ୍ତ ଯୋଜନାକୁ ଗତ ମଙ୍ଗଳବାର ଦିନ ଅନୁମୋଦନ କରିଛନ୍ତି। ୨୦୧୯ ସୁଦ୍ଧା ଭିଡିଓକନର ମୋଟ ବକେୟା ଋଣ ପରିମାଣ ୬୩୫୦୦ କୋଟି ଟଙ୍କାରୁ ଅଧିକରେ ପହଞ୍ଚିଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories