ବରପାଲି: ବର୍ତ୍ତମାନ ଗାଁରୁ ନେଇ ସହର ପର୍ଯ୍ୟନ୍ତ କରୋନା ମହାମାରୀରେ ଉବୁଟୁବୁ ହେଉଥିବା ବେଳେ ସରକାରଙ୍କ କୋଭିଡ଼ କଟକଣା ନିରିହ ଦିନ ମଜୁରିଆ ଓ ଶିଳ୍ପକାର ଏବଂ ଛୋଟ ବେପାରି ଦୋକାନୀମାନଙ୍କ ନିଦ ହଜାଇଦେଇଛି। ବାରଙ୍ଗପାଲି ଗ୍ରାମର ପଥର ଶିଳ୍ପୀକାର ୨୫୦ ପରିବାର ନିଜ ପିତୃ ପୁରୁଷ ଅମଳରୁ ପଥରକୁ ଜୀବନ୍ତ ନିହାଣ ମୂନରେ ଖୋଦେଇ କରି ନିଜ ପେଟପାଟଣା ଚଳେଇ ଆସିଛନ୍ତି। ହେଲେ ଆଜି ତାରିଖରେ ମହାମାରିର ଶିକାରରେ ବେଉଷା ମାନ୍ଦା ଅବସ୍ଥାରେ ପହଞ୍ଚିବା ସହ ମନରେ ଅଜଣା ଆଶଙ୍କା ବାନ୍ଧି ବାନ୍ଧି ଦେଲାଣି। କରୋନା ଯୋଗୁ ବାହାର କୌଣଷି ବଡ ବେପାରୀ ଆସୁ ନଥିବା ବେଳେ ଯାନବାହାନ ଯାତାୟତ ସମସ୍ୟା ଲାଗିରହିଛି। ଦୈନନ୍ଦିନ ପେଟପାଟଣା ହେଉ ଅବା କାରିଗରମାନଙ୍କ ପାଉଣା ପାଇଁ ବହୁ କମ ଦରରେ ଅଚଂଳର ଛୋଟ ବେପାରୀମାନଙ୍କୁ ବିକ୍ରି କରିବାକୁ ବାଧ୍ୟ ହେଉଥିବା ଦେଖାଯାଉଛି।
ଶିଳ୍ଫୀକାରମାନଙ୍କ କହିବାକଥା ବେଳେବେଳେ ନିଜ ପାରିଶ୍ରମିକ ମିଳିବା ଦୁରର କଥା ଉଚିତ ଦାମର ଅଧା ଦାମରେ ବିକିବାକୁ ପଡ଼ୁଛି। ଶିଳ୍ପିମାନଙ୍କ ପ୍ରସ୍ତୁତ ସାମଗ୍ରୀମାନଙ୍କ ମଧ୍ୟରେ ଘରକରଣା ସାମଗ୍ରୀ ଶିଳ, ଶିଳପୁଆ, ରୁଗୁଣା ତଥା ବିଭିନ୍ନ ସୌଖିନ ବ୍ୟବହାର୍ଯ୍ୟ ସାମଗ୍ରୀ ତଥା ପଥର ଷଣ୍ଢ, ଦେବାଦେବୀମାନ କଳାକୃତି ଖୋଦେଇ ସହ ନିର୍ମାଣ କରଥାନ୍ତି। ବୟସ୍କ ଶିଳ୍ପୀମାନେ ବର୍ତ୍ତମାନର ଅବସ୍ଥିତି ଓ ବଜାର କାରବାରକୁ ନେଇ ହତୋତ୍ସାହିତ ହେବା ସହିତ ସରକାର ସବୁ ବର୍ଗ ଲୋକଙ୍କ ଦୁଖଃ ମୋଚନ ପାଇଁ ବିଭିନ୍ନ ସହାୟତାମାନ ଯୋଗାଉଛନ୍ତି। ହେଲେ ଆମ ଦୁଃଖ ସବୁଦିନ ଲାଗିରହିଛି କାମ କଲେ ଘରେ ଚୁଳି ଜଳିବ ନହେଲେ ଭୋକ ଉପାଶରେ ଗଣିବାକୁ ପଡ଼ିବ ସମୟ ଦ୍ୱାର ଦେଶରେ ପହଞ୍ଚିଯାଇଛି ବୋଲି ବଡ଼ ଦୁଖଃର ସହ କହିଥିଲେ।



