www.samajalive.in
Sunday, December 7, 2025
23.1 C
Bhubaneswar

ପୁଲିସ ବାହିନୀ ପକ୍ଷରୁ ସହିଦ ଅଶୋକଙ୍କୁ ଶ୍ରଦ୍ଧାଞ୍ଜଳୀ

ବରପାଲି଼ : ବରପାଲି ବ୍ଲକ କଦଲିପାଲି ଗ୍ରାମରେ ସ୍ଥିତ ସହିଦ ଅଶୋକ ବେହେରାଙ୍କୁ ପୁଲିସ ବାହିନୀ ପକ୍ଷରୁ ଶ୍ରଦ୍ଧାସୂମନ ଅର୍ପଣ ସହ ପିତା ଦୁଷ୍ଟ ବେହେରା ଓ ମାତା ଜୟକୁମାରୀ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ରାଜ୍ୟ ପୁଲିସ ନିର୍ଦେଶାଳୟ ନିର୍ଦେଶରେ ରାଜ୍ୟ ମୁଖ୍ୟାଳୟ଼ ଆରକ୍ଷୀ ଅଧିକାରୀ ବିବେକାନନ୍ଦ ଶର୍ମା ଓ ବରଗଡ଼ ଆରକ୍ଷୀ ଅଧିକାରୀ ପଦ୍ମିନୀ ସାହୁ ତଥା ସ୍ଥାନିୟ ଥାନାଧିକାରି ରୋଜାଲିନ ପଟେଲଙ୍କ ସମେତ ପୁଲିସ ବାହିନୀ ସହିଦ ଅଶୋକ ବେହେରାଙ୍କ ପ୍ରତିମୃତ୍ତିରେ ପୁଷ୍ପମାଳ ଅର୍ପଣ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହି ଅବସରରେ ସହିଦଙ୍କ ପିତାମାତାଙ୍କୁ ଉତ୍ତରିୟ ଓ ପୁଷ୍ପଗୁଚ୍ଛ ପ୍ରଦାନ ସହ ସମ୍ମାନିତ କରିଥିଲେ। ଅତିଥି ମାନେ ସହିଦଙ୍କ ବଳିଦାନ ଓ ତ୍ୟାଗ ସମ୍ପର୍କିତ ତଥ୍ୟ ଉପରେ ଉପସ୍ଥାପନ କରିଥିଲେ। ସେହିପରି ଥାନାରେ ସହିଦଙ୍କ ଦୁଇଟି ଫଟଚିତ୍ର ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା।

ଗତ ୨୦୧୦ ଅପ୍ରେଲ ୪ତାରିଖ କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ମନ୍ତ୍ରୀଅମ୍ବା ନିକଟସ୍ଥ ଏକ କଲଭର୍ଟ ଉପରେ ମାଓସିଷ୍ଟମାନଙ୍କ ଦ୍ୱାରା ବିଛାଯାଇଥିବା ଳାଣ୍ଡମାଇନ୍ସ ଶିକାରରେ ଅଶୋକଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ଦିନ ଅପରାହ୍ନରେ ସମୟରେ ୨୦ଜଣ ଯବାନଙ୍କୁ ଧରି ଏକ ବିଭାଗୀୟ ବସ୍ ବୈପାଉରିଗୁଡ଼ାରୁ ଏକ ନିର୍ଦ୍ଧିଷ୍ଟ ସ୍ଥାନକୁ ନେଉଥିଲା। ଯବାନମାନେ ଆସୁଥିବା ସୁରାକ ପାଇ ମାଓବାଦୀମାନେ ପୁର୍ବରୁ ମନ୍ତ୍ରୀଗୁଡ଼ା ଏକ ଅଣ ଓସାରିଆ ପୋଲ ଉପରେ ଲାଣ୍ଡମାଇନ୍ସ ବିଛାଇ ଜାଲ ବୁଣିଥିଲେ। ବସଟି ପୋଲପାର ହେଉଥିବାବେଳେ ବିସ୍ଫୋରଣ ହୋଇ ବସଟି ଉପରକୁ ଉଠିଯିବା ସହ ୧୧ଜଣ ଯବାନ ଘଟଣାସ୍ଥଳରେ ସହିଦ ହୋଇଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories