ପାର୍କିଂ ଅବ୍ୟବସ୍ଥା: ୫ ଲକ୍ଷ ଜୋରିମାନା ସହ ସପିଂ ମଲ ସିଲ

ବରଗଡ଼଼: ପାର୍କିଂ ଅବ୍ୟସ୍ଥା ଏବଂ ନୋ-ପାର୍କିଂ ଜୋନ୍‌‌ରେ ଗାଡ଼ି ପାର୍କିଂ କରାଯାଉଥିବାରୁ ଭଟଲିରେ ଥିବା ଏକ ମଲକୁ ପୌର ପରିଷଦ ପକ୍ଷରୁ ସିଲ କରାଯାଇଛି। ୫ଲକ୍ଷ ଟଙ୍କା ଜୋରିମାନା ସହ ସପିଂ ମଲ ସିଲ ହୋଇଥିବା ସୂଚନା ମିଳିଛି। ନୋ-ପାର୍କିଂ ଜୋନ୍‌‌ରେ ପାର୍କିଂ କରାଯାଉଥିବାରେ ପୌର ପରିଷଦ ପକ୍ଷରୁ ମଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ପୂର୍ବରୁ ନୋ-ପାର୍କିଂ ଜୋନରେ ପାର୍କିଂ ନ କରିବାକୁ ପୌର ପରିଷଦ ପକ୍ଷରୁ ବାରମ୍ବାର ତାଗିଦ କରାଯାଇଥିଲା, କିନ୍ତୁ ଏହାକୁ ମଲ କର୍ତ୍ତୃପକ୍ଷ ମାନି ନ ଥିଲେ। ଫଳରେ ଆଜି ପୌର ପରିଷଦ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନୋ-ପାର୍କିଂ ଜୋନରେ ଗାଡ଼ି ପାର୍କିଂ କରାଯାଉଥିବାରୁ ୫ ଲକ୍ଷ ଜୋରିମାନା ସହ ମଲକୁ ପୌର ପରିଷଦ ସିଲ କରିଦେଇଥିବା ଜଣାପଡ଼ିଛି।

Comments are closed.