www.samajalive.in
Sunday, December 14, 2025
17.1 C
Bhubaneswar

ବିଜେଡିରୁ ଇସ୍ତଫା ଦେଲେ ବନ୍ତ ବ୍ଲକ ଅଧ୍ୟକ୍ଷ

ସମାଜଲାଇଭ ଡେସ୍କ: ବିଜେଡି ଛାଡ଼ିଲେ ଭଦ୍ରକ ଜିଲା ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇ। ସେ ଶନିବାର ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ମନୋରଞ୍ଜନ ଜିଲା ସଭାପତିଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି।

ସୂଚନାଯୋଗ୍ୟ, ମନୋରଞ୍ଜନଙ୍କୁ ଅଧ୍ୟକ୍ଷ ପଦରୁ ହଟାଇବା ଲାଗି କିଛି ଦଳୀୟ ଜନପ୍ରତିନିଧି ଦାବି କରିଥିଲେ। ବିଜେଡିର ସମିତି ସଭ୍ୟ ଏବଂ ଜିଲା ପରିଷଦ ସଦସ୍ୟ ବହିଷ୍କାର ଦାବି କରିଥିଲେ। ଅଧ୍ୟକ୍ଷ ନିଜ ନାଁରେ ଭେଣ୍ଡର ଖୋଲିଥିବା ଅଭିଯୋଗ ଆଣିଥିଲେ। ଏହା ପ​‌ରେ ମନୋରଞ୍ଜନ ଦଳରୁ ଇସ୍ତଫା ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories