www.samajalive.in
Monday, December 15, 2025
14.1 C
Bhubaneswar

ସାମାଜିକ ଜୀବନ ଚର୍ଯ୍ୟାରେ ମଣିଷକୁ ଆନନ୍ଦ ଦିଏ କବିତା

ବାଙ୍କୀ: ବାଙ୍କୀ ମାଟିର ସୁଯୋଗ୍ୟ ସନ୍ତାନ ବ୍ରହ୍ମପୁରା ରଘୁନାଥ ଦେବତା ଉଚ୍ଚ ବିଦ୍ୟାପୀଠର ସଂସ୍କୃତ ପଣ୍ଡିତ ସୁଧାକର ମହାନ୍ତିଙ୍କ ସ୍ୱରଚିତ ପ୍ରଥମ କବିତା ସଂକଳନ ଆଦ୍ୟଧ୍ୱନୀ ଶୁଭ ଉନ୍ମୋଚିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ଏକ ସ୍ୱତନ୍ତ୍ର ସାରସ୍ୱତ ଉତ୍ସବରେ ମୁଖ୍ୟଅତିଥି ଭାବରେ ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣୀ ପୁସ୍ତକ ଉନ୍ମୋଚନ କରିଥିଲେ। ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ସଂଚାଳିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ବିଶିଷ୍ଟ ବକ୍ତା ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଫେସର ସୁବାଷ ଚନ୍ଦ୍ର ଦାଶ ଓ ଅନ୍ୟତମ ଅତିଥି ଭାବରେ ପକ୍ଷୀଘର ପ୍ରକାଶକ ବନୋଜ ତ୍ରିପାଠୀ ଯୋଗଦେଇଥିଲେ। କବିତା ସାମାଜିକ ଜୀବନ ଚର୍ଯ୍ୟାରେ ମଣିଷକୁ ଆନନ୍ଦ ଦିଏ ଏବଂ ଏହା ସମାଜର ପରିବର୍ତ୍ତନ ପାଇଁ କବିର କଲମ ମୁନରେ ସ୍ରୋତସ୍ୱନୀ ପରି ଶୀତଳତା ଭରିଦେଇ ଥାଏ ବୋଲି ବକ୍ତମାନେ କହିଥିଲେ। ଏହି ସାରସ୍ୱତ ଉତ୍ସବରେ ବରିଷ୍ଠ କବି ହରିହର ସ୍ୱାଇଁ କବିତା ପୁସ୍ତକକୁ ସମୀକ୍ଷା କରି ଆଦ୍ୟଧ୍ୱନୀ ଏକ ଶଦ୍ଦ ନୁହେଁ ବଂର ଉଚ୍ଚାଙ୍ଗ ସାହିତ୍ୟ କୃତୀର ପ୍ରବାହ ମାନ ଧାରା ଟିଏ ବୋଲି କହିଥିଲେ।

 

- Advertisement -

ପ୍ରଣବ କିଶୋର ପଟ୍ଟେଲ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି ସାମ୍ବତ୍ସରିକ ସାରସ୍ୱତ କାର୍ଯ୍ୟକ୍ରମରେ ବାଙ୍କୀ ଅଞ୍ଚଳର କବି ରମାକାନ୍ତ ଭଞ୍ଜ, କବି ଗୈାରାଙ୍ଗ ବେହେରା, ଅଧ୍ୟାପକ ମନୋଜ କୁମାର ମହାପାତ୍ର, ଅଧ୍ୟାପକ ସତ୍ୟଜିତ ଦାସ, ପ୍ରଦୀପ କୁମାର ବେଉରା,  କବି ଭଗବାନ ସାମଲ, ସୁବାଷ ପାଢୀ, ଗୈାରୀଶଙ୍କର ନନ୍ଦ, ଗତିକୃଷ୍ଣ ସ୍ୱାଇଁ, କବି ନରୋତ୍ତମ ବେହେରା, ଅଧ୍ୟାପକ ତାପସ ମହାନ୍ତି, ସୋମନାଥ ଖଟୁଆ, ଜାମିନୀକାନ୍ତ ମହାପାତ୍ର, ଅଧ୍ୟାପକ ଚିତ୍ତରଞ୍ଜନ ରଣା, ନିରଞ୍ଜନ ଉପାଧ୍ୟାୟ, ଡଃ ଗଣେଶ୍ୱର ମହାନ୍ତି, କାହ୍ନୁଚରଣ ସାହୁ, ପ୍ରକାଶ ଚନ୍ଦ୍ର ମହାନ୍ତିଙ୍କ ସମେତ ବହୁ ପ୍ରତିଷ୍ଠିତ କବି ଓ ସାରସ୍ୱତ ସାଧକ ଯୋଗଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories