www.samajalive.in
Saturday, December 6, 2025
16.1 C
Bhubaneswar

ବାରହା ଉଜାଡିଲେ ଧାନକ୍ଷେତ

ବାଙ୍କୀ : ବାଙ୍କୀର ବିଭିନ୍ନ ଅଞ୍ଚଳରେ ବହୁ ସମୟରେ ବନ୍ୟ ଜନ୍ତୁ ବାରହା କ୍ଷେତରେ ପଶି ଫସଲ ଉଜାଡୁଥିଲା ବେଳେ ସ୍ଥାନୀୟ ଅଞ୍ଚଳର ଚାଷୀ ମାନେ ବହୁ କ୍ଷତି ସହୁଛନ୍ତି। କେତେବେଳେ ମକାକ୍ଷେତ ତ କେତେବେଳେ ପନିପରିବା ଚାଷ ଠାରୁ ଆରମ୍ଭ କରି ପାଚିଲା ଧାନ କ୍ଷେତ ଦଳି ଚକଟି ନଷ୍ଟ କରୁଥିବା ଅଭିଯୋଗ ଆସିଛି। ବନ ବିଭାଗ ଏଦିଗରେ ତତ୍ପରତା ପ୍ରକାଶ କରୁନଥିବାରୁ ସ୍ଥାନୀୟ ଅଞ୍ଚଳର ବହୁ ଚାଷୀ ଅଭିଯୋଗ ଆଣିଛନ୍ତି।
ବାଙ୍କୀ ବ୍ଲକ ଅନ୍ତର୍ଗତ ସୁବର୍ଣ୍ଣପୁର ପଞ୍ଚାୟତ ଅଧିନ ଘୋଡାବର ଗ୍ରାମର କୂଳମଣି ସାହୁ,ପଠାଣି ସାହୁ,ପୀତବାସ ବେହେରା,ଗଦାଧର ଦଳେଇ,ନିରଞ୍ଜନ ସାହୁ,ଧନେଶ୍ୱର ସାହୁ ଓ ଫକୀର ସାହୁଙ୍କ ପାଚିବାକୁ ଥିବା ଧାନ କ୍ଷେତକୁ ବାରହା ପଲ ଦଳି ଚକଟି ନଷ୍ଟ କରିଦେଇଛନ୍ତି।
ସୂଚନା ଯୋଗ୍ୟ , ଅଗଷ୍ଟ ଶେଷ ସପ୍ତାହରେ ମହାନଦୀରେ ହୋଇଥିବା ମଧ୍ୟମ ଧରଣର ବନ୍ୟା ପ୍ରଭାବରେ ବ୍ୟାପକ ଧାନ ଓ ପନିପରିବା ଫସଲ ନଷ୍ଟ ହୋଇଥିଲା ବେଳେ କିଛି ଚାଷୀଙ୍କର ଢିପ ଅଞ୍ଚଳରେ ପାଣି ପଶି ଶୀଘ୍ର ଛାଡିଯାଇଥିବା ଜମି କ୍ଷତିରୁ କିଛି ବଞ୍ଚିଯାଇ ବର୍ତ୍ତମାନ ଧାନ ଚାଉଳ ପାଚିବାକୁ ବସିଥିଲା। ବନ୍ୟା କ୍ଷତିରୁ କିଞ୍ଚିତ ମାତ୍ରାରେ ବର୍ତ୍ତିଯାଇଥିବା ଫସଲ ଚାଷୀ ମନରେ ଆଶ୍ୱସ୍ତି ଦେଇଥିଲା ବେଳେ ଚଳିତ ସପ୍ତାହରେ ଅଂଶୁପା ପାହାଡ,ସ୍ଥାନୀୟ ଗ୍ରାମ୍ୟ ଜଙ୍ଗଲ ଓ ମହାନଦୀ କୂଳସ୍ଥ ଜଙ୍ଗଲିଆ ଅଞ୍ଚଳରେ ରହୁଥିବା ବାରହା ମାନଙ୍କର ଉପଦ୍ରବରେ ଧାନକ୍ଷେତ ନଷ୍ଟ ହୋଇଛି। ଏପରିକି ଦଳାଚକଟା ଧାନରୁ ପୁନଃ ଗଜା ହୋଇଥିବା ଚାଷୀ ମାନେ ଅଭିଯୋଗ ଆଣିଛନ୍ତି। ଏ ସମ୍ପର୍କରେ ସ୍ଥାନୀୟଚାଷୀ ମାନେ ଆଠଗଡ ରେଞ୍ଜରଙ୍କ ଦୃଷ୍ଟି ଆକର୍ଷଣ କରି କ୍ଷେତ ପରିଦର୍ଶନ କରିବା ସହିତ ଚାଷୀଙ୍କୁ କ୍ଷତିପୂରଣ ଓ ବାରହା ମାନଙ୍କୁ ଘଉଡାଇବାର ବ୍ୟବସ୍ଥା କରିବା ପାଇଁ ବନବିଭାଗଙ୍କୁ ଅନୁରୋଧ କରିଛନ୍ତି।
୧୫ହଜାର ଟଙ୍କା ଜମି କରରେ ଆଣି ଧାନ ଚାଷ କରିଥିବା ଚାଷୀ କୂଳମଣି ସାହୁ ଆନୁରୂପ ଭାବରେ ସ୍ଥାନୀୟ ସରପଞ୍ଚ ତରୁଣ କୁମାର ମହାପାତ୍ରଙ୍କୁ କ୍ଷତି ବାବଦରେ ରେଞ୍ଜରଙ୍କୁ ଅବଗତ କରିବା ପାଇଁ ଅନୁରୋଧ କରିଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ଫରେଷ୍ଟରଙ୍କ ସହ ଯୋଗା ଯୋଗ କରିବାରୁ ସୋମବାର ଦିନ କ୍ଷେତ ପରେିଦର୍ଶନ କରି କ୍ଷୟକ୍ଷତି ବାବଦରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବ ବୋଲି ସୂଚନା ଦେଇଛନ୍ତି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories