www.samajalive.in
Saturday, December 6, 2025
16.1 C
Bhubaneswar

୪୯ଗୋଟି ଅଭିଯୋଗର ଫଇସଲା କଲେ ଜିଲାପାଳ

କଳାପଥର(ବାଙ୍କୀ): ବାଙ୍କୀ ଏନଏସି ବାତ୍ୟା ଆଶ୍ରୟସ୍ଥଳ ପ୍ରାଙ୍ଗଣରେ ବାଙ୍କୀ ବ୍ଲକର ଜନଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ କଟକ ଜିଲାପାଳଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା । ବାଙ୍କୀ ବ୍ଲକରେ ଏହି ଜନଶୁଣାଣି କାର୍ଯ୍ୟକ୍ରମରେ କଟକ ଜିଲ୍ଲାପାଳ ନରହରି ସେଠୀ ୪୯ଜଣଙ୍କ ଅଭିଯୋଗ ଶୁଣାଣି କରି ବିଭିନ୍ନ ବିଭାଗକୁ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଜନଶୁଣାଣି ଶିବିରରେ ମୁଖ୍ୟତଃ ଆବାସ ଯୋଜନା, ବାର୍ଦ୍ଧକ୍ୟ, ଭିନ୍ନକ୍ଷମ ଭତ୍ତା, ସ୍ୱାସ୍ଥ୍ୟ, ଶିକ୍ଷା ଆଦି ଅଭିଯୋଗ ଶୁଣାଣି ହୋଇଥିଲା । ଜନଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ସେଠୀ ଏତେ କମ୍ ସଂଖ୍ୟକ ଲୋକେ ଆସିଥିବାର ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ । ବାଙ୍କୀ ବ୍ଲକ ବିଡିଓ ମନସ୍ୱିନୀ ଦାଶ ଜନଶୁଣାଣି ର୍ପୂବରୁ ବିଭିନ୍ନ ପଞ୍ଚାୟତକୁ ଯାଇ ଲୋକଙ୍କ ବିଭିନ୍ନ ସସସ୍ୟାର ସମାଧାନ କରିଥିବା ଜାଣି ସେ ତାଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

ଏହି ଜନଶୁଣାଣି କାର୍ଯ୍ୟକ୍ରମରେ ବାଙ୍କୀ ବ୍ଲକ ନୂଆଗାଁର ଦିବ୍ୟାଙ୍ଗ ବ୍ୟକ୍ତି ପବିତ୍ର ପ୍ରଧାନଙ୍କୁ ଶ୍ରବଣ ଯନ୍ତ୍ର ଜିଲାପାଳ ଶ୍ରୀ ସେଠୀ ପ୍ରଦାନ କରିଥିଲେ । ଜନଶୁଣାଣି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ଶିବଟପ୍ପୋ, କଟକ ଗ୍ରାମାଞ୍ଚଳ ଆରକ୍ଷୀ ଅଧିକାରୀ ମିହିର କୁମାର ପଣ୍ଡା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମନୋଜ ରଥ, ବାଙ୍କୀ ଉପଖଣ୍ଡ ଥାନା ଅଧିକାରୀ ଜ୍ଞାନ ମିଶ୍ର, ତହସିଲଦାର ଅଶେଷ କୁମାର ନାୟକ, ବାଙ୍କୀ ଏନଏସି ନିର୍ବାହୀ ଅଧିକାରୀ ସଂପଦ କୁମାର ସ୍ୱାଇଁ, ଉପଖଣ୍ଡସୂଚନା ଓ ଲୋକସଂର୍ପକ ଅଧିକାରୀ ଅମ୍ଳାନ କୁମାର ଦାଶ, କଟକ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ପ୍ରତିନିଧି ଡାକ୍ତର ଦୀପା ପଟ୍ଟନାୟକଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଶିବିରକୁ ବାଙ୍କୀ ବ୍ଲକ ବିଡିଓ ମନସ୍ୱିନୀ ଦାଶ ପରିଚାଳନା କରିଥିଲେ । ଜିଲାପାଳ ଶ୍ରୀ ସେଠୀ ୪୯ଜଣଙ୍କର ବିଭିନ୍ନ ସମସ୍ୟା ସଂପର୍କରେ ଜନଶୁଣାଣି ସାରି କିଛି ସମୟ ଅପେକ୍ଷା କରିଥିଲେ । କୌଣସି ଅଭିଯୋଗକାରୀ ନଆସିବାରୁ ସେ ଏକ ଜରୁରୀ କାମରେ କଟକ ଯାଇଥିଲେ । ଏହି ସମୟରେ ଆଇନଜୀବୀ ବିଶ୍ୱରଞ୍ଜନ ପଣ୍ଡା ସୁବର୍ଣ୍ଣପୁର ଗ୍ରାମର କିଛି ହିତାଧିକାରୀଙ୍କ ଏପ୍ରିଲ୍ ମାସର ରାସନ୍ କାର୍ଡ ଚାଉଳ ସମସ୍ୟା ନେଇ ଆସି ପହଞ୍ଚି ଥିବା ଜିଲାପାଳ ଓ ବାଙ୍କୀ ଯୋଗାଣ ବିଭାଗର ଅଧିକାରୀ ଅନୁପସ୍ଥିତ ଥିବାରୁ ସେ ଉତ୍ୟକ୍ତ ହୋଇ ଧାରଣାରେ ବସି କହିଥିଲେ ଜିଲ୍ଲାପାଳ କାହିଁକି ଶୁଣାଣି କ୍ଷେତ୍ର ଛାଡି ପଳାଇଛନ୍ତି । ଆମେ କାହାକୁ ଅଭିଯୋଗ କରିବୁ । ଅତିରିକ୍ତ ଜିଲାପାଳ ଶିବଟପ୍ପୋ ଏହି ଘଟଣା ଶୁଣି ବାଙ୍କୀ ଯୋଗାଣ ଅଧିକାରୀଙ୍କୁ ଡକାଇ ସମସ୍ୟା ସଂପର୍କରେ ବୁଝିଥିଲେ । ଅତିରିକ୍ତ ଜିଲାପାଳ ଓ ବାଙ୍କୀ ବ୍ଲକ ବିଡିଓ ଏହି ସମସ୍ୟାର ୭ଦିନ ଭିତରେ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେବାପରେ ଆଇନଜୀବୀ ଶ୍ରୀ ପଣ୍ଡା ଅନଶନ ପ୍ରତ୍ୟାହାର କରିଥିଲେ ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories