www.samajalive.in
Saturday, December 6, 2025
14.1 C
Bhubaneswar

ନୂଆ ଓଡ଼ିଶା ତରଫରୁ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ

ମାଲକାନଗିରି: ମାଲକାନଗିରି ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ନୂଆ ଓଡ଼ିଶା କାର୍ଯ୍ୟକ୍ରମର ସପ୍ତମ ଦିବସରେ ସାମାଜିକ କାର୍ଯ୍ୟକ୍ରମ କ୍ଲବ ପକ୍ଷରୁ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଯୁବପୀଢ଼ିମାନଙ୍କୁ ସାମାଜିକ କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ବ୍ରତୀ ହେବା ପାଇଁ ଉତ୍ସାହିତ କରିବା। ଏହି ଉଦ୍ଦେଶ୍ୟକୁ ସାକାର କରିବାର ଲକ୍ଷ୍ୟ ନେଇ ମାଲକାନଗିରି ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ମାଧ୍ୟମରେ ମାଲକାନଗିରିସ୍ଥିତ ବସଷ୍ଟାଣ୍ଡ ପରିସରକୁ ସଫା କରିଥିଲେ। ବସଷ୍ଟାଣ୍ଡ ପରିସରରେ ଥିବା ଜରି, କାଗଜ, ଆବର୍ଜନା ଇତ୍ୟାଦିକୁ ସଫା କରିଥିଲେ। ଏହା ବ୍ୟତୀତ ମହାବିଦ୍ୟାଳୟ ପରିସର ଏବଂ ଏହାର ନିକଟବର୍ତ୍ତୀ ପାର୍କ ଓ ରାସ୍ତାକୁ ମଧ୍ୟ ପରିଷ୍କାର କରିଥିଲେ। କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ର ପ୍ରୋତ୍ସାହିତ କରିଥିବାବେଳେ ମୁଖ୍ୟ ଅତିଥି ଭାବରେ ମାଲକାନଗିରିର ମ୍ୟୁନିସପାଲିଟିର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଭାତୀ ଝରିଆ ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କୁ ନିଜର ପରିବେଶକୁ ସ୍ୱଚ୍ଛ ରଖିବାକୁ ପରାମର୍ଶ ଦେଇଥିଲେ। ମାଲକାନଗିରି ମ୍ୟୁନିସପାଲିଟି ଅଠର ନମ୍ବର ୱାର୍ଡର ୱାର୍ଡମେମ୍ବର ଯୋଗଦାନ କରି ସ୍ବେଛାସେବୀମାନଙ୍କୁ ଉତ୍ସାହିତ କରିଥିଲେ। ପ୍ରାୟତଃ ପାଞ୍ଚଶହରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀ ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ତଥା ନୂଆ ଓଡ଼ିଶାର ଜିଲ୍ଲା ନୋଡାଲ ଅଫିସର ଡ଼.ରଞ୍ଜନ କୁମାର ସ୍ବାଇଁ କାର୍ଯ୍ୟକ୍ରମକୁ ତଦାରଖ କରିଥିବା ବେଳେ ଅଧ୍ୟାପକ ପ୍ରମୀୟ କୁମାରୀ ମହାନ୍ତି, ଅଧ୍ୟାପକ ସୁଶାନ୍ତ ମାଝୀ ଏବଂ ଅଧ୍ୟାପିକା ପ୍ରେମରେଖା ଭତ୍ରା ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କର ସ୍ୱଚ୍ଛତା ପାଇଁ ଶ୍ରମଦାନକୁ ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ର ପ୍ରଶଂସା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଗୌତମ ନାୟକ, ଆରତୀ ଲୁଗୁନ, ଦିପ୍ତୀରେଖା ମିଶ୍ର ଓ ଅଣଶିକ୍ଷକ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories