www.samajalive.in
Saturday, December 6, 2025
14.1 C
Bhubaneswar

ଜାତୀୟ ସେବା ଯୋଜନାର ସ୍ୱତନ୍ତ୍ର ଶିବିର

ବାଙ୍କୀ: ବାଙ୍କୀ ବ୍ଲକ ଅନ୍ତର୍ଗତ ସରଣ୍ଡାଗଡ଼ ସ୍ଥିତ ଅଂଶୁପା ଡିଗ୍ରୀ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନାର ସ୍ୱତନ୍ତ୍ର ଶିବିର ମହାବିଦ୍ୟାଳୟ ପରିସରରେ ଉଦଘାଟିତ ହୋଇଯାଇଛି। ଏହି ଶିବିରରେ ୨ଟି ୟୁନିଟରେ ୨୫ଜଣ ଲେଖାଁଏ ଶିବିରାର୍ଥୀ ଯୋଗଦାନ କରି ଆବଶ୍ୟକୀୟ ପ୍ରଶିକ୍ଷଣ ଗ୍ରହଣ କରି ଛାତ୍ର ଜୀବନରେ ସେବା ମୂଳକ କାର୍ଯ୍ୟ କରିବା ଏବଂ ଗ୍ରାମାଞ୍ଚଳରେ ଲୋକ ମାନଙ୍କୁ ସୁସ୍ଥ ଜୀବନ, ସୁସ୍ଥ ପରିବେଶ,ସ୍ୱଚ୍ଛତା ଓ ଅନେକ ବିକାଶ ମୂଳକ କାର୍ଯ୍ୟରେ ସାମିଲ ହେବା ସମ୍ପର୍କିତ ଆଲୋଚନାରେ ସାମିଲ ହୋଇଥିବା ଜଣାପଡ଼ିଛି। ଏହି ଅବସରରେ ମହାବିଦ୍ୟାଲୟର ଅଧ୍ୟକ୍ଷ ଧରଣୀଧର ଜେନାଙ୍କ ସଭାପତିତ୍ୱରେ ଶିବିର ଆୟୋଜନ ସମ୍ପର୍କିତ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ଅଧିକାରୀ ବିକାଶ ଚନ୍ଦ୍ର ରାଉତ ଓ ଅନୁପମା ସାମଲଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମ ପରିଚାଳନା ହୋଇଛି। ଅନ୍ୟତମ ଅତିଥି ଭାବରେ ଅଧ୍ୟାପିକା ସୁରଜିତା ସ୍ୱାଇଁ, ପ୍ରିୟମ୍ବଦା ଚୌଧୁରୀ, କେଶବ ଚନ୍ଦ୍ର ସାହୁ, ସଂଜୟ କୁମାର ପ୍ରଧାନ, ମନୋରଂଜନ ବେହେରା ପ୍ରମୁଖ ଯୋଗଦେଇ ଜାତୀୟ ସେବା ଯୋଜନା ଆୟୋଜନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମ ଅଧିକାରିଣୀ ଅନୁପମା ସାମଲଙ୍କ ସୂଚନାକ୍ରମରେ ଏହି ଶିବିର ଅକ୍ଟୋବର ୧୭ ତାରିଖ ପର୍ଯ୍ୟନ୍ତ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories